Advertisment

Prabhati Parida Slams: ମମତାଙ୍କ ବୟାନ ମହିଳାମାନଙ୍କ ପ୍ରତି ଅପମାନ, ମମତାଙ୍କ ଉପରେ ବର୍ଷିଲେ ପ୍ରଭାତୀ

ଏକ୍ସରେ ପ୍ରଭାତୀ କହିଛନ୍ତି, ମମତା ବାନାର୍ଜୀଙ୍କ ଭଳି ଜଣେ ମହିଳା ନେତୃତ୍ୱ ଓ ଦିଦି ନାମରେ ପରିଚୟ ପ୍ରାପ୍ତ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏଭଳି କଥା ବାହାରିବା ମହିଳାଙ୍କୁ ନିରାଶ କରିଛି।

author-image
Manas Ranjan Mohanty
PRAVATI PARIDA

PRAVATI PARIDA Photograph: (OTV)

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କଡ଼ା ସମାଲୋଚନା। ଅବିବେକୀ ଢଙ୍ଗରେ ମମତାଙ୍କ  ଖାମଖିଆଲ ମନ୍ତବ୍ୟକୁ ନିନ୍ଦାକଲେ ପ୍ରଭାତୀ । ସୋସିଆଲ ମିଡିଆ ଏକ୍ସରେ ପ୍ରଭାତୀ କହିଛନ୍ତି, ମମତା ବାନାର୍ଜୀଙ୍କ ଭଳି ଜଣେ ମହିଳା ନେତୃତ୍ୱ ଓ ଦିଦି ନାମରେ ପରିଚୟ ପ୍ରାପ୍ତ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏଭଳି କଥା ବାହାରିବା ମହିଳାଙ୍କୁ ନିରାଶ କରିଛି। ମମତାଙ୍କ ବୟାନ ମହିଳାମାନଙ୍କ ପ୍ରତି ଅପମାନ ଓ ପ୍ରତି ମହିଳାଙ୍କୁ ଆଶ୍ଚର୍ଯ୍ୟ କରିଛି। ପୀଡିତାଙ୍କୁ ନ୍ୟାୟ ଦେବା ବଦଳରେ ଲିଙ୍ଗଭିତ୍ତିକ ଅସମାନତା ଆଣିବା, ଝିଅମାନଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କର ନାହିଁ। ଆଉ ଯଦି ଓଡ଼ିଆ ଝିଅ ପୀଡିତା ବୋଲି ଦରଦ ନାହିଁ ଓଡ଼ିଶା ସରକାରଙ୍କୁ ଲେଖି ଦିଅନ୍ତୁ। ଆମ ପିଲାଙ୍କ କଥା ତୁମ ରାଜ୍ୟରେ ବି ଆମେ ବୁଝିପାରିବୁ ବୋଲି କଡ଼ା ଭାଷାରେ କହିଛନ୍ତି ପ୍ରଭାତୀ । ମମତାଙ୍କର ଲଜ୍ଜାବୋଧ ନ ରହିବା ଅତ୍ୟନ୍ତ ନିନ୍ଦନୀୟ। ମହିଳା ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଯଦି ସମବେଦନା, ସୁରକ୍ଷା, ଅଧିକାର ଝିଅମାନେ ଆଶା କରିବେନି ତାହାହେଲେ କାହାଠାରୁ କରିବେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାତୀ ।

Advertisment

ଗତକାଲି ସମ୍ବେଦନଶୀଳ ଘଟଣାରେ ଖାମଖିଆଲ ମନ୍ତବ୍ୟ ଦେଇ ମମତା ବାନାର୍ଜୀ କହିଥିଲେ, ଝିଅମାନଙ୍କୁ ରାତିରେ କଲେଜ ବାହାରକୁ ଯିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ। ରାତି ସାଢ଼େ ୧୨ ପରେ କଲେଜ ବାହାରକୁ ଯିବାର ଆବଶ୍ୟକତା କଣ ବୋଲି ପ୍ରଶ୍ନ କରିବା ସହ ଓଡ଼ିଶାରେ ଦୁଷ୍କର୍ମ ଘଟଣାର ଉଦାହରଣ ରଖି ଦୋଷ ଝାଡି ଦେଇଥିଲେ ମମତା। 

ମମତାଙ୍କ ଉପରେ ବର୍ଷିଲେ ପ୍ରଭାତୀ
ମମତା ବାନାର୍ଜୀଙ୍କୁ ପ୍ରଭାତୀ ପରିଡ଼ାଙ୍କ କଡ଼ା ସମାଲୋଚନା
ମମତାଙ୍କ ଅବିବେକୀ ମନ୍ତବ୍ୟକୁ ନିନ୍ଦାକଲେ ପ୍ରଭାତୀ 
ମହିଳା ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏଭଳି କଥା ବାହାରିବା ନିନ୍ଦନୀୟ
ମମତାଙ୍କ ବୟାନ ମହିଳାମାନଙ୍କ ପ୍ରତି ଅପମାନ 
ଝିଅମାନଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବାର ଅଧିକାର ମମତାଙ୍କର ନାହିଁ
ଆମ ପିଲାଙ୍କ କଥା ତୁମ ରାଜ୍ୟରେ ବି ଆମେ ବୁଝିପାରିବୁ
ଓଡ଼ିଆ ଝିଅ ବୋଲି ଯଦି ଦରଦ ନାହିଁ ଓଡ଼ିଶା ସରକାରଙ୍କୁ ଲେଖି ଦିଅନ୍ତୁ
ମମତାଙ୍କର ଲଜ୍ଜାବୋଧ ନ ରହିବା ଅତ୍ୟନ୍ତ ନିନ୍ଦନୀୟ
ଝିଅମାନେ କାହାଠୁ ସମବେଦନା, ସୁରକ୍ଷା, ଅଧିକାର ଆଶା କରିବେ ?
ଗତକାଲି ଖାମଖିଆଲ ମନ୍ତବ୍ୟ ଦେଇଥିଲେ ମମତା
ଝିଅଙ୍କୁ ରାତିରେ କଲେଜ ବାହାରକୁ ଯିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ କହିଥିଲେ ମମତା

Advertisment
Advertisment
Related Articles
Advertisment