/odishatv-khabar/media/media_files/2025/10/13/durgapur-2025-10-13-10-28-50.jpg)
DURGAPUR Photograph: (OTV)
ଦୁର୍ଗାପୁର ଗଲା ରାଜ୍ୟ ମହିଳା କମିଶନ ଟିମ୍। ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲାର ଅନୁଧ୍ୟାନ କରିବାକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍ ଗସ୍ତ କରିଛି । କମିଶନ ଅଧ୍ୟକ୍ଷା କହିଛନ୍ତି, ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଅତ୍ୟନ୍ତ ବର୍ବରକାଣ୍ଡ। ପୀଡ଼ିତାଙ୍କ ପରିବାର ସହ ମହିଳା କମିଶନ ଯୋଗାଯୋଗରେ ରହିଛନ୍ତି । ସେଠାକୁ ଯାଇ ପୀଡ଼ିତାର ଚିକିତ୍ସା ସହିତ ତଦନ୍ତର ଅଗ୍ରଗତିର ଅନୁଧ୍ୟାନ କରାଯିବ।
ଗୋଟିଏ ପଟେ ତଦନ୍ତ ଜୋରଦାର ଚାଲିଥିବା ବେଳେ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରୁଛି। ଓଟିଭିକୁ ସୂଚନା ଦେଇ ତାଙ୍କ ବାପା କହିଛନ୍ତି, ସେ କଥାବାର୍ତ୍ତା କରି ପାରୁଛିି। ତେବେ ତାର ପୁରୁଷ ବନ୍ଧୁକୁ ବି ଧରିବାକୁ ଦାବି କରିଛନ୍ତି ପୀଡ଼ିତାଙ୍କ ବାପା। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁର୍ଗାପୁରରେ ପହଞ୍ଚିଛି ଓଡ଼ିଶାର ୨ ଜଣିଆ ଉଚ୍ଚସ୍ତରୀୟ ଟିମ୍। ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନରଙ୍କ ଅଫିସରେ ପୀଡ଼ିତାଙ୍କ ବାପାଙ୍କ ଉପସ୍ଥିତିରେ ମାମଲା ସମ୍ପର୍କରେ ବିଚାରବିମର୍ଶ କରିଛନ୍ତି ବାଲେଶ୍ବର ଏଡିଏମ୍ ଓ ଅତିରିକ୍ତ ଏସପି।
ଦୁର୍ଗାପୁରରେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମକୁ ସାରା ଦେଶ ନିନ୍ଦା ଓ ଛି ଛାକର କରୁଥିବା ବେଳେ ଦୁଇ ଦିନ ପରେ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସମ୍ବେଦନଶୀଳ ଘଟଣାରେ ଖାମଖିଆଲ ମନ୍ତବ୍ୟ ଦେଇଛନ୍ତି। ଦିଦି କହିଛନ୍ତି, ଘଟଣା ବାବଦରେ ମୋତେ ନୁହେଁ ପୋଲିସକୁ ପଚାର। ଝିଅମାନଙ୍କୁ ରାତିରେ କଲେଜ ବାହାରକୁ ଯିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ। ରାତି ସାଢ଼େ ୧୨ ପରେ କଲେଜ ବାହାରକୁ ଯିବାର ଆବଶ୍ୟକତା କଣ ବୋଲି ପ୍ରଶ୍ନ କରିବା ସହ ଓଡ଼ିଶାରେ ଦୁଷ୍କର୍ମ ଘଟଣାର ଉଦାହରଣ ରଖି ଦୋଷ ଝାଡି ଦେଇଛନ୍ତି।
ଦୁର୍ଗାପୁର ଗଲା ରାଜ୍ୟ ମହିଳା କମିଶନ ଟିମ୍
ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲାର ଅନୁଧ୍ୟାନ କରିବାକୁ ଗସ୍ତ
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ନେତୃତ୍ବରେ ଗଲା ଟିମ୍
`ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଅତ୍ୟନ୍ତ ବର୍ବରକାଣ୍ଡ'
Daily Horoscope 13th October 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Weekly Horoscope From 13th october 2025 To 19th october 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

Mamata Banerjee Faces: ମମତାଙ୍କ ବିତଣ୍ଡା ଯୁକ୍ତି , ରାତିରେ କଲେଜ ବାହାରକୁ ଯିବାର ଆବଶ୍ୟକତା କ’ଣ ?

Operation Blue Star: କଂଗ୍ରେସକୁ ଖୋଲା ଟାର୍ଗେଟ୍ କଲେ ଚିଦାମ୍ବରମ, କହିଲେ ଇନ୍ଦିରା ଥିଲେ ଭୁଲ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)