/odishatv-khabar/media/media_files/2025/10/13/pratap-jena-and-jaynarayan-mishra-2025-10-13-10-12-32.jpg)
Pratap-Jena-and-Jaynarayan-Mishra Photograph: (OTV)
ଜୟଙ୍କ ପରେ ପ୍ରତାପଙ୍କୁ ବିଜେପିର ଅଫର୍ । ସସମ୍ମାନେ ଦଳକୁ ପ୍ରତାପଙ୍କୁ ନିମନ୍ତ୍ରଣ କଲେ ଜୟନାରାୟଣ । ବିଜେପିରେ ସାମିଲ୍ ହେବେ କି ବିଜେଡି ଉପସଭାପତି ପ୍ରତାପ ଜେନା ? ଶନିବାର ପ୍ରତାପ ଜେନା ଜୟ ଢୋଲକିଆଙ୍କୁ ରାଜେନ୍ଦ୍ର ଢୋଲକିଆଙ୍କ ସାବତ ପୁଅ ବୋଲି ପ୍ରଶ୍ନ କରି ଟିପ୍ପଣୀ ଦେଇଥିଲେ । ଆଉ ଏହାର ଜବାବ ରଖି ବିଜେପି ବିଧାୟକ ଜୟ ନାରାୟଣ କହିଛନ୍ତି, ବିଜେଡିର ଏବେ ସତ୍ତା ନାହିଁ । ନିଜେ ପ୍ରତାପ ଜେନା କେଉଁ ଦିନ ବିଜେପିକୁ ଆସିବେ ତାକୁ ଅପେକ୍ଷା କରନ୍ତୁ । ଡେଟ୍ ବି କହିଦିଅନ୍ତୁ । ଯେଉଁ ଦଳର ସତ୍ତା ନାହିଁ ସେ ବିଜେପିକୁ କ’ଣ କହିବେ ବୋଲି ପ୍ରତାପଙ୍କୁ ଓଲଟା ପ୍ରଶ୍ନ କରିଛନ୍ତି ଜୟ ନାରାୟଣ ।
ଦିନକୁ ଦିନ ଶଙ୍ଖ ଭବନରୁ ଗୋଟିଏ ପରେ ଗୋଟିଏ ପିଲାର ଖସିବାରେ ଲାଗିଛି । ସଂଗଠନ ଥିବା ବଡ଼ ବଡ଼ ନେତା ଦଳ ଛାଡ଼ୁଛନ୍ତି । ଆଉ ଏବେ ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଲାଗିଲାଣି ପଲିଟିକାଲ୍ ୱାର୍ । ଦିବଂଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଜୟଙ୍କୁ ପ୍ରାର୍ଥୀ କରିବାକୁ ସ୍ଥିର କରିସାରିଥିଲା ବିଜେଡି । ହେଲେ ବିଜେପି ତାଙ୍କୁ ପଦ୍ମ ଧରାଇବା ପରେ ବିଜେଡି ଉପସଭାପତି ପ୍ରତାପ ଜେନା ପ୍ରେସମିଟ୍ କରି ତାଙ୍କ ବିରୋଧରେ ଏପରି କିଛି ବିବାଦୀୟ ବୟାନ ଦେଇଥିଲେ ଯାହାକୁ ନେଇ ଜୟନାରାୟଣ ତାଙ୍କୁ ଜବାବ ଦେଇଛନ୍ତି ।
ସେପଟେ ପ୍ରତାପଙ୍କ ଏପରି ବୟାନକୁ ନେଇ କେବଳ ଜୟ ନାରାୟଣ ନୁହଁନ୍ତି ନାରୀନେତ୍ରୀ ଶ୍ରୀମୟୀ ମଧ୍ୟ ସୋସିଆଲ ମିଡିଆରେ କଡ଼ା କାଉଣ୍ଟର କରିଛନ୍ତି । ଉଭୟ ଭି.କେ ପାଣ୍ଡିଆନ୍ ଓ ପ୍ରତାପ ଜେନାଙ୍କୁ ଟାର୍ଗେଟ୍ କରି, ଯଦି ଜୟ, ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କର ରକ୍ତ ନୁହେଁ, ତାହାଲେ ଭଣ୍ଡ ସନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କର ରକ୍ତ ଅଛି ବୋଲି ସେ ଅନୁଭବ କରି ଆଦେଶ ମାନୁଛନ୍ତି ? ସ୍ୱର୍ଗତ ଢୋଲକିଆଙ୍କ ଆତ୍ମାକୁ ବାଧିଲା ଭଳି ବକ୍ତବ୍ୟ ରଖନ୍ତୁ ନାହିଁ ବୋଲି ଶ୍ରୀମୟୀ ଲେଖିଛନ୍ତି ।
Seven Injured in Crowd Rush: ପଶ୍ଚିମବଙ୍ଗ ବର୍ଦ୍ଧମାନ ରେଳ ଷ୍ଟେସନରେ ଅଘଟଣ, ଗୋଟିଏ ସମୟରେ ୩ଟି ଟ୍ରେନ୍ ଆସିବାରୁ ଭିଡ଼ ବଢିଥିଲା...ଆଉ ତାପରେ

Today Panchang 13th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

Daily Horoscope 13th October 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Weekly Horoscope From 13th october 2025 To 19th october 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)