Advertisment

Celebrating Faith and Folk Art: ଆଧୁନିକତାର ଛାପରେ ହଜିନି ଗଂଜାମ ପରମ୍ପରା, ଭାଇଚାରା ବାଣ୍ଟୁଛି କୋଠିଶାଳ

ଗଂଜାମର ପାରମ୍ପରିକ କୋଠିଶାଳ ଯାତ୍ରା। ଆଧୁନିକତାର ଛାପରେ ଅନେକ ପାରମ୍ପରିକ ପର୍ଵ ଓ  ଲୋକ କଳା ହଜିଯାଉଥିବା ବେଳେ ଏବେ ବି ବଞ୍ଚିରହିଛି ଗଞ୍ଜାବର ଏହି ସଂସ୍କୃତି । ଏହି ଯାତ୍ରା ଦଶହରାରୁ ଆରମ୍ଭ ହୋଇ କାର୍ତ୍ତିକ ମାସରେ ଉଦ୍‌ଯାପନ ହୁଏ।

author-image
Manas Ranjan Mohanty
Ganjam-Kothishala-Jatra

Ganjam-Kothishala-Jatra Photograph: (OTV)

ଗଂଜାମର ପାରମ୍ପରିକ କୋଠିଶାଳ ଯାତ୍ରା। ଆଧୁନିକତାର ଛାପରେ ଅନେକ ପାରମ୍ପରିକ ପର୍ଵ ଓ  ଲୋକ କଳା ହଜିଯାଉଥିବା ବେଳେ ଏବେ ବି ବଞ୍ଚିରହିଛି ଗଞ୍ଜାବର ଏହି ସଂସ୍କୃତି। ଏହି ଯାତ୍ରା ଦଶହରାରୁ ଆରମ୍ଭ ହୋଇ କାର୍ତ୍ତିକ ମାସରେ ଉଦ୍‌ଯାପନ ହୁଏ। ଗ୍ରାମର ଏକ ନିଦ୍ଦିଷ୍ଟ ପୂଜା କାନ୍ଥରେ ଅନେକ ଦେବଦେବୀଙ୍କ ମୂର୍ତ୍ତି ଅଙ୍କନ କରାଯାଏ ଆଉ ସ୍ୱତନ୍ତ୍ର ପୂଜାପାଠ ସହ ଦେବଦେବୀଙ୍କୁ ଆହ୍ୱାନ କରାଯାଏ। କାଳିସୀ ରୂପରେ ଦେ‍ବାଦେବୀ ଆସି ଲୋକଙ୍କ ମଙ୍ଗଳ କରିଥାନ୍ତି ବୋଲି ବିଶ୍ୱାସ ରହିଛି।

Advertisment

ଦୀର୍ଘ ଦିନରୁ ଅଧିକ ସମୟ ଧରି ଚାଲିଥିବା ଏହି ଯାତ୍ରାରେ ଲୋକେ ଏକତ୍ରିତ ହୋଇ କାଳିସୀଙ୍କୁ ଗ୍ରାମ ପରିକ୍ରମା କରିଥାନ୍ତି। ରାତିରେ ବିଭିନ୍ନ ପ୍ରକାରର ଲୋକ କଳା ପ୍ରଦର୍ଶନ କରାଯାଏ। ଭାଇଚାରାର ଏହି ପର୍ବରେ ଯୋଗ ଦେବା ପାଇଁ ବାହାରେ ରହୁଥିବା ଅନେକ ଲୋକ ଗାଁକୁ ଆସିବାକୁ ଭୁଲନ୍ତି ନାହିଁ।



ଯାତ୍ରାର ଉଦ୍‌ଜାପନ ଦିନ କଳସ ଧରି ଗ୍ରାମ ପରିକ୍ରମା କରିବା ସମୟରେ ଅନେକଙ୍କ ଦେହରେ ଦେବଦେବୀ ଶବାର ହୋଇଥାନ୍ତି। ଗ୍ରାମରେ ଏକ ଅଗ୍ନିକୁଣ୍ଡ ପ୍ରସ୍ତୁତ କରାଯାଇଥାଏ ଆଉ ସେ ଅଗ୍ନିକୁଣ୍ଡରେ ମାନସିକଧାରୀମାନେ ପ୍ରବେଶ କରିଛନ୍ତି। ତେବେ ଏହି ପ୍ରଥାରେ ଅନେକ ବିଶ୍ୱାସ ରହିଥିବାରୁ ଏହାକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖା ଯାଇଛି। 

Advertisment
Advertisment
Related Articles
Advertisment