Advertisment

Maoists: ମାଓବାଦୀଙ୍କୁ ଧରାନ୍ତୁ କୋଟିପତି ହୁଅନ୍ତୁ

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସର ପୋଷ୍ଟରରେ ଉଲ୍ଲେଖ ଅଛି ଯେ, ମାଓବାଦୀଙ୍କୁ ଧରାନ୍ତୁ, କୋଟିପତି ହୁଅନ୍ତୁ। ସର୍ବାଧିକ ପୁରସ୍କାର ରାଶି ୧ କୋଟି ଓ ସର୍ବନିମ୍ନ ୨୦ ଲକ୍ଷ ଟଙ୍କା।

author-image
Chinmayee Sahoo
Poster

Poster Photograph: (OTV)

ମାଓ ଦମନ ଲାଗି ନୂଆ ତରିକା ଆପଣାଇଛି ଓଡ଼ିଶା ପୋଲିସ ।  ମାଓବାଦୀଙ୍କୁ ଧରାନ୍ତୁ, ଆଉ କୋଟିପତି ହୁଅନ୍ତୁ ବୋଲି ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛି ବୌଦ୍ଧ ପୋଲିସ । ୧୦ ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ ୪ କୋଟି ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି ।ବୌଦ୍ଧ ଜିଲ୍ଲାର ସିଗାଡ଼ି, ତିଲପଙ୍ଗା, ଉଡ଼ାମୁଣ୍ଡା, ମାତାଗାଡ଼ୁ, ଖଣ୍ଡିଖନପା, ଲୁହାରପଡ଼ା, ନାଳିକୁମ୍ପା, ପଲମ ଆଦି ୯ରୁ ଅଧିକ ସ୍ଥାନରେ ଜିଲ୍ଲା ପୋଲିସ ପକ୍ଷରୁ ଏଭଳି ପୋଷ୍ଟର ଲଗା ଯାଇଛି ।  
ଘଞ୍ଚ ଜଙ୍ଗଲ ମଧ୍ୟରେ ପୋଲିସ ପୋଷ୍ଟର ଲଗାଇଛି । ଯେଉଁଥିରେ ମାଓବାଦୀଙ୍କ ନାଁ ସହ ପୁରସ୍କାର ରାଶି ଉଲ୍ଲେଖ ରହିଛି ।  ଓଡ଼ିଶା ପୋଲିସ ପକ୍ଷରୁ ଜାରି ପୋଷ୍ଟରରେ ଲେଖା ଯାଇଛି, "ମାଓବାଦୀ ଧରାନ୍ତୁ, ପୁରସ୍କାର ପାଆନ୍ତୁ । ପୋଷ୍ଟରରେ ମରା ଯାଇଥିବା ନାଁ ସହ ଅନ୍ୟ ମାଓବାଦୀଙ୍କ ସମ୍ପର୍କରେ ସୂଚନା ଦେଲେ ମଧ୍ୟ ପୁରସ୍କାର ମିଳିବ । ସୂଚନାଦାତାଙ୍କ ପରିଚୟ ପୋଲିସ ଗୋପନ ରଖିବ । ସୂଚନା ଦେବା ପାଇଁ ୯୪୩୭୬୪୩୮୩୯ ନମ୍ବରରେ ଯୋଗାଯୋଗ କରାଯାଇ ପାରିବ।

Advertisment
Advertisment
Related Articles
Advertisment