/odishatv-khabar/media/media_files/2026/02/02/firing-at-rohit-house-2026-02-02-13-09-21.jpg)
Firing at Rohit House Photograph: (OTV)
ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଟାର୍ଗେଟରେ ବଲିଉଡର ଭାଇଜାନ ସଲମାନ ଖାନଙ୍କ ପରେ ଏବେ ଆକ୍ସନ ଷ୍ଟାର୍ ତଥା ନିର୍ଦ୍ଦେଶ ରୋହିତ ଶେଟ୍ଟୀ। ଶନିବାର ବିଳମ୍ବିତ ରାତିରେ ମୁମ୍ବାଇ ଜୁହୁ ସ୍ଥିତ ତାଙ୍କ ଘର ଉପରକୁ ହୋଇଥିଲା ଆଖିବୁଜା ଗୁଳିମାଡ଼। ଶେଟ୍ଟୀ ଟାୱାର ବାହାରେ କିଛି ଦୁର୍ବୃତ୍ତ ଆସି ଗୁଳିମାଡ଼ କରିଥିଲେ। ଏହି ମାମଲାରେ ପୋଲିସ ଏବେ ୫ ଜଣଙ୍କୁ ଗିରଫ କରିଛି।
/filters:format(webp)/odishatv-khabar/media/media_files/2026/02/02/shetty-tower-2026-02-02-13-05-17.jpg)
ତଦନ୍ତ ଆଧାରରେ, ମୁମ୍ବାଇ ଏବଂ ପୁଣେ ପୋଲିସର ଏକ ମିଳିତ ଟିମ୍ ଚଢ଼ାଉ କରିଛି ପୁଣେର ପାଞ୍ଚ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ଗିରଫ ସନ୍ଦିଗ୍ଧଙ୍କ ବୟସ ୧୮ରୁ ୨୭ ବର୍ଷ ମଧ୍ୟରେ ହେବ। ଏମାନେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ଜଡିତ ବୋଲି ସନ୍ଦେହ କରାଯାଉଛି। ତେଣୁ ପୁଣେ ପୁଲିସ ଏହି ଅଭିଯୁକ୍ତମାନଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି।
ପୋଲିସ ସୂଚନା ମୁତାବକ, ଶନିବାର ଏକ ବାଇକରେ ଆସି ଜଣେ ଦୁର୍ବୃତ୍ତ ଶେଟ୍ଟୀ ଟାୱାର ବାହାରେ ଚାରିରୁ ପାଞ୍ଚ ରାଉଣ୍ଡ ଗୁଳି ଫୁଟାଇଥିଲେ। ଗୁଳି ମାଡ଼ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୋଟିଏ ଗୁଳି କୋଠାର କାଚ ମୁଖଭାଗ/ଗ୍ୟାଲେରୀରେ ବାଜିଥିଲା।
/filters:format(webp)/odishatv-khabar/media/media_files/2026/02/02/accused-2026-02-02-13-05-49.jpg)
ଘଟଣା ପରେ ତୁରନ୍ତ ପୂରା ଅଞ୍ଚଳକୁ ସିଲ୍ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା। ଫୁଟେଜରେ ଦେଖାଯାଉଥିବା ବାଇକ୍ଟିର ପୁଣେ ପଞ୍ଜିକରଣ ନମ୍ବର ଥିଲା, ଯାହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ଗୁଳିମାଡ଼ର କିଛି ଘଣ୍ଟା ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସୋଶାଲ ମିଡିଆ ମାଧ୍ୟମରେ ନିଜକୁ ଦାୟୀ କରିବା ପରେ ଅର୍ଜୁ ବିଷ୍ଣୋଇ ନାମକ ଜଣେ ଗ୍ୟାଙ୍ଗଷ୍ଟର ଏକ ଅଡିଓ ମେସେଜ ଜାରି କରି ଏହି ଘଟଣା ପାଇଁ ନିଜକୁ ଦାୟୀ କରିଥିଲା। ଏହି ଅଡିଓରେ ଅର୍ଜୁ ବିଷ୍ଣୋଇ କହିଛି ଯେ ଏହି ଘଟଣା ପାଇଁ ଶୁଭମ ଲୋନକର, ହରି ବକ୍ସର ଓ ସେ ଦାୟୀ। ସେମାନଙ୍କ ବ୍ୟାପାରରେ ମୁଣ୍ଡ ନଖେଳାଇବା ପାଇଁ ବାରମ୍ବାର ଏହି ଫିଲ୍ମ ନିର୍ମାତାଙ୍କୁ ଚେତାବନୀ ଦିଆଯାଇଥିଲା। ଯାହା ଘଟିଛି, ତାହା କେବଳ ଟ୍ରେଲର ବୋଲି ଏହି ଅଡିଓରେ କୁହାଯାଇଛି।
/filters:format(webp)/odishatv-khabar/media/media_files/2026/02/02/shetty-tower-2026-02-02-13-06-32.jpg)
ଏହା ସହିତ ଏହି ଅଡିଓରେ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଲୋକଙ୍କୁ ଚେତାବନୀ ଦେଇ କୁହାଯାଇଛି ଯେ ଯଦି ସେମାନଙ୍କର ଏହି ବାର୍ତ୍ତାକୁ କେହି ଏଡ଼ାଇ ଦିଅନ୍ତି, ତା’ହେଲେ ତା’ର ଫଳ ସେମାନେ ଭୋଗିବେ। ଯିଏ ସେମାନଙ୍କ ଶତ୍ରୁମାନଙ୍କୁ ସମର୍ଥନ କରିବ, ତାଙ୍କୁ ଦଳି ଦିଆଯିବ।
ପୁଲିସ୍ କହିଛି ଯେ ଏହି ଅଡିଓର ସତ୍ୟାସତ୍ୟ ସଂପର୍କରେ ଯାଞ୍ଚ କରାଯାଉଛି। ଏହି ଘଟଣାରେ ଲରେନ୍ସ ବିଷ୍ଣୋଇର ସଂପୃକ୍ତି ନେଇ ମଧ୍ୟ ଯାଞ୍ଚ କରାଯାଉଛି। ଏହା ମଧ୍ୟରେ ରୋହିତ ଶେଟ୍ଟୀଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।
/filters:format(webp)/odishatv-khabar/media/media_files/2026/02/02/lawrence-2026-02-02-13-07-17.jpg)
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବହୁ ହାଇ-ପ୍ରୋଫାଇଲ ଅପରାଧ ଘଟାଇଛି। ଦୁଇ ବର୍ଷ ତଳେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଏହି ଗ୍ୟାଙ୍ଗ ହତ୍ୟା କରିଥିଲା। ସେହିପରି ତା’ପୂର୍ବରୁ ସଲମାନ ଖାନଙ୍କ ବାନ୍ଦ୍ରା ସ୍ଥିତ ଘର ବାହାରେ ଦୁଇ ଜଣ ଯୁବକ ଗୁଳି ଚଳାଇଥିଲେ। ଏହି ଘଟଣା ପାଇଁ ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା।
Tensions Escalate as Khamenei Warns America: ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ଚରମ ଚେତାବନୀ, ତୈଳଭଣ୍ଡାରକୁ କବଜା ଉଦ୍ୟମ କଲେ ଆମେରିକାକୁ ବରବାଦ କରିଦେବୁ

Gold–Silver Become Cheaper: ଆହୁରି ଶସ୍ତା ହେଲା ସୁନା-ରୁପା, ଜାଣନ୍ତୁ କେତେ କମିଲା ଦାମ୍

Asks for Water, Pulls Out Gun: ପାଣି ମାଗିବା ବାହାନାରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଡକାୟତି, ବନ୍ଧୁକ ଦେଖାଇ...

Fatal Accident: ଡିଭାଇଡରକୁ ପିଟିବା ପରେ ପୋଲ ତଳକୁ ଖସିଲା ଟ୍ରକ, ଜଣେ ମୃତ ଓ ଜଣେ ଗୁରୁତର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)