Advertisment

Life Saved by Luck: ରଖେ ହରି ତ ମାରେ କିଏ, ବ୍ରିଜରୁ ୨୦ ଫୁଟ୍ ତଳକୁ ଖସିପଡ଼ିଲେ ଚାଷୀ

ବ୍ରିଜ ଉପରୁ ଗାଡ଼ି ସହ ତଳକୁ ଖସି ପଡିଲେ ଚାଷୀ। ହେଲେ ବଞ୍ଚିଗଲା ଜୀବନ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପଳାସପୁର ଠାରେ ଥିବା ପୁରାତନ ବ୍ରିଟିଶ ଅମଳର ବ୍ରିଜରୁ ଗାଡି ସହ ଜଣେ ପରିବା ଚାଷୀ ତଳକୁ ଖସି ପଡିଥିଲେ।

author-image
Madhupriya Mistry
FARMER RESCUE

FARMER RESCUE Photograph: (OTV)

ରଖେ ହରି ତ ମାରେ କିଏ। ବ୍ରିଜ ଉପରୁ ଗାଡ଼ି ସହ ତଳକୁ ଖସି ପଡିଲେ ଚାଷୀ। ହେଲେ ବଞ୍ଚିଗଲା ଜୀବନ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପଳାସପୁର ଠାରେ ଥିବା ପୁରାତନ ବ୍ରିଟିଶ ଅମଳର ବ୍ରିଜରୁ ଗାଡି ସହ ଜଣେ ପରିବା ଚାଷୀ ତଳକୁ ଖସି ପଡିଥିଲେ।

Advertisment

ପନିପରିବା ବିକ୍ରି କରିବାକୁ ଲୁନା ଗାଡିରେ ଯିବାବେଳେ ପଛପଟୁ ଧକ୍କା ଦେଇଥିଲା ଏକ ଟ୍ରକ। ଘୋଡ଼ାହାଡ଼ ନଦୀ ଉପରେ ଥିବା ବ୍ରିଜ ଉପରେ ଟ୍ରକ ଧକ୍କା ଦେଇଥିଲା। ଏହାପରେ ଗାଡି ସହ ୨୦ ଫୁଟ ତଳକୁ ଖସି ପଡିଥିଲେ ଚାଷୀ ବରୁଣ ମହାନ୍ତି।

ଘୋଡ଼ାହାଡ଼ ନଦୀରେ ବଡ଼ ବଡ଼ ପଥର ଥିଲା। କିନ୍ତୁ ସେ ଏଥିରୁ  ବର୍ତ୍ତି ଯାଇଥିଲେ। ନଦୀ ଭିତରୁ ଗାଡି ସହ ଚାଷୀଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ। ବରୁଣ ହାତ ଏବଂ ଗୋଡ଼ରେ ଆଘାତ ହୋଇଥିବାବେଳେ ସେ ମେଡିକାଲ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି।

Advertisment

Miracles Farmer Ganjam Accident
Advertisment
Related Articles
Advertisment