Advertisment

Police Enforce: କାର ଅଛି କି ? ଘରେ ରଖିକି ଆସନ୍ତୁ ନହେଲେ କଟିବ ଫାଇନ୍

ରାଜଧାନୀ ରାସ୍ତାରେ ଗାଡି ପାର୍କିଂ ମନା। ମୁଖ୍ୟରାସ୍ତାରେ ପାର୍କିଂ କଲେ ଭିଡିନେବ ପୋଲିସ। ରାଜଭବନରୁ ଜୟଦେବ ବିହାର, ଏୟାରପୋର୍ଟରୁ ଛକରୁ ଆଚାର୍ଯ୍ୟାବିହାର, ଜୟଦେବ ବିହାରରୁ ଡମଣା, ବାଣୀବିହାର ଛାକଠାରୁ ଚରକ ମେଡିକାଲ ଷ୍ଟୋର ଏହିସବୁ ଅଞ୍ଚଳରେ ଗାଡି ରଖିଲେ ହୁସିଆର।

author-image
Manas Ranjan Mohanty
NO-PARKING

NO-PARKING Photograph: (OTV)

ରାଜଧାନୀ ରାସ୍ତାରେ ଗାଡି ପାର୍କିଂ ମନା। ମୁଖ୍ୟରାସ୍ତାରେ ପାର୍କିଂ କଲେ ଭିଡିନେବ ପୋଲିସ। ରାଜଭବନରୁ ଜୟଦେବ ବିହାର, ଏୟାରପୋର୍ଟରୁ ଛକରୁ ଆଚାର୍ଯ୍ୟାବିହାର, ଜୟଦେବ ବିହାରରୁ ଡମଣା, ବାଣୀବିହାର ଛାକଠାରୁ ଚରକ ମେଡିକାଲ ଷ୍ଟୋର ଏହିସବୁ ଅଞ୍ଚଳରେ ଗାଡି ରଖିଲେ ହୁସିଆର। ଖାଲି ଏହି ରୁଟ୍ ନୁହେଁ ଏହିଭଳି ୨୧ଟି ରୁଟରେ ଗାଡି ପାର୍କିଂ କରିଥିଲେ ଭିଡିନେବ କମିଶନରେଟ ଟ୍ରାଫିକ। ମୋଟା ଅଙ୍କର ଫାଇନ କଟାଯିବ, ନଚେତ କୋର୍ଟ ଚାଲାଣ କରିଦେବ କମିଶନରେଟ ପୋଲିସ। ବିଏନଏସଏସ ୨୦୨୩ ଧାରା ୧୬୩ ଅନୁସାରେ ଏଭଳି କଡା ନୋଟିସ ଜାରି କରିଛନ୍ତି ପୋଲିସ କମିଶନର। କୌଣସି ଲୋକ ଏହାର ଅବମାନନା କଲେ ପୋଲିସ ନେବ କଡା ଆକ୍ସନ। ତେବେ ପୋଲିସର ଏଭଳି ନୋଟିସକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। ପାର୍କିଂ ପାଇଁ ବ୍ୟବସ୍ଥା ନଥାଇ ପୋଲିସର ଏଭଳି କଡା ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି ଲୋକେ। ପ୍ରଥମେ ପାର୍କିଂ ବ୍ୟବସ୍ଥା କରିବା ପରେ ନିୟମ ଲାଗୁ କରିବାକୁ ଦାବି କରିଛନ୍ତି ।

Advertisment

ସେପଟେ କମିଶନରେଟ ପୋଲିସର କହିବା କଥା ସହରାଞ୍ଚଳ ପୋଲିସ ଆଇନ ଅନୁସାରେ ପୋଲିସ କାମ କରୁଛି। ଭୁବନେଶ୍ବରରେ ବଢୁଥିବା ଗାଡି ସଂଖ୍ୟା ପାଇଁ ରାସ୍ତାରେ ଅନେକ ଟ୍ରାଫିକ ସମସ୍ୟା ଦେଖା ଦେଉଛି। ତେବେ ବେଆଇନ ପାର୍କିଂ ପାଇଁ ଏଭଳି ସମସ୍ୟା ଉପୁଜୁଥିବା ଦେଖିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛି ପୋଲିସ। ସହରରେ ବିନା ଟ୍ରାଫିକ ସମସ୍ୟାରେ ଚଳାଚଳ କରିବା ପାଇଁ ଏହି ନିୟମ ମାନିବାକୁ ଲୋକଙ୍କୁ ନିବେଦନ କରିଛି କମିଶନରେଟ ପୋଲିସ। ସେପଟେ ବିଏମସି ମେୟରଙ୍କ କହିବା କଥା ବିନା ବ୍ୟବସ୍ଥାରେ ପାର୍କିଂ କଟକଣା ଠିକ୍ ନୁହେଁ । ଖୁବଶୀଘ୍ର ପାର୍କିଂ ନେଇ ବିକଳ୍ପ ବ୍ୟବସ୍ଥା କରାଯିବ। ଏପରିକି ଘରୋଇ ଜମିରେ ମଧ୍ୟ ପାର୍କିଂ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେଣୁ ଏନେଇ କମିଶନରେଟ୍ ପୋଲିସ ସହ ବିଏମସି ଆଲୋଚନା କରିବ ବୋଲି କହିଛନ୍ତି ମେୟର।

ରାଜଧାନୀରେ ଏବେ ମାର୍କେଟ ବିଲ୍ଡିଂ ଓ ଶହିଦନଗର ସହ ନନ୍ଦନକାନନରେ ରହିଛି ମଲ୍ଟିଂ ପାର୍କିଂ ଜୋନ୍। ହେଲେ ଅନ୍ୟ ସମସ୍ତ ସ୍ଥାନରେ ପାର୍କିଂ ବ୍ୟବସ୍ଥା ନଥିବା ସତ୍ତ୍ବେ କେମିତି ଏଭଳି ଆଇନ ଲାଗୁ କରିବ ପୋଲିସ ତାକୁ ନେଇ ଉଠିଛି ପ୍ରଶ୍ନ । 

Advertisment
Advertisment