/odishatv-khabar/media/media_files/2025/11/26/mid-day-meal-problem-2025-11-26-18-36-07.jpg)
Mid-day-meal-Problem Photograph: (OTV)
ଭୋକ ମେଣ୍ଟାଉଛି ପାଣି... ସ୍କୁଲରେ ମିଳୁନି ମଧ୍ୟାହ୍ନ ଭୋଜନ । ୩ ଦିନ ହେଲା ଆଉଟୁପାଉଟୁ ଛାତ୍ରଛାତ୍ରୀ । ଭୋକ ଲାଗିଲେ କିଏ ଶୁଖିଲା ବିସ୍କୁଟ ଖାଉଛି ତ ଆଉ କିଏ ପାଣି ପିଉଛି । ଏମିତିକି ଭୋକରେ ମୁଣ୍ଡ ବୁଲାଇ ପଡୁଛନ୍ତି ପିଲା । ମଧ୍ୟାହ୍ନ ଭୋଜନ ପାଇଁ ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ । ଫଳରେ ୩ ଦିନ ହୋଇଗଲା ପାଣି ପିଇ ଉପାସରେ ଘରକୁ ଫେରୁଛନ୍ତି ଛାତ୍ରଛାତ୍ରୀ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଧିନ ଜଗନ୍ନାଥପୁର ଏନ.ସି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।
ଏହି ସ୍କୁଲରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ଯାଏଁ ରହିଛି । ୨୦୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କିଛି ବର୍ଷ ଧରି ଭଦ୍ରକ ଦାମୋଦର ଜୀଉ ସେବା ନିକେତନ ପକ୍ଷରୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଦ୍ୟ ବଣ୍ଟନ କରାଯାଉଥିଲା । ହେଲେ ନିମ୍ନମାନର ଖାଦ୍ୟ, ତା' ସହ ଗତ ଅଗଷ୍ଟ ମାସରେ ପିଲାଙ୍କ ମଧ୍ୟାହ୍ନ ଭୋଜନରୁ ବାହାରିଥିଲା ଝିଟିପିଟି । ଅଭିଭାବକଙ୍କ ଦାବିରେ ସେହି ସଂସ୍ଥାର ଖାଦ୍ୟ ବନ୍ଦ କରାଗଲା । ଏହାପରେ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ମଧ୍ୟାହ୍ନ ଭୋଜନର ଦାୟିତ୍ୱ ନେଇଥିଲା ସ୍କୁଲ ପରିଚାଳନା କମିଟି । ୩ ମାସ ଧରି ସ୍କୁଲରେ ରୋଷେଇ କରି ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା । ହେଲେ ୩ ମାସ ହେଲାଣି ଆସୁନି ମଧ୍ୟାହ୍ନ ଭୋଜନ ବାବଦ ଅର୍ଥ । ବକୈୟା ଅର୍ଥ ପାଇଁ ଏବେ ରୋଷେଇ ବନ୍ଦ । ଯାହାଫଳରେ ୩ ଦିନ ହେଲା ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ନଖାଇ ଭୋକଉପାସରେ ଫେରୁଛନ୍ତି ଘରକୁ ।
ମଧ୍ୟାହ୍ନ ଭୋଜନ ନମିଳିବା ନେଇ ଅଭିଭାବକମାନେ ହୋହଲ୍ଲା କରିବା ସହ ଘେରିଥିଲେ ପ୍ରଧାନ ଶିକ୍ଷକଙ୍କୁ । ସେପଟେ ପ୍ରଧାନ ଶିକ୍ଷକଙ୍କ କହିବା କଥା, ମୁଁ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛି । ପ୍ରତି ମାସରେ ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବାରୁ ହାତରୁ ଖର୍ଚ୍ଚ କରିବା ସମ୍ଭବ ନୁହେଁ । ଏବେ ଦେଖିବା ବାକି ରହିଲା କେବେ ପିଲାଙ୍କୁ ମିଳୁଛି ମଧ୍ୟାହ୍ନ ଭୋଜନ...
Imran Khan 'Mysteriously' Killed? ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା! ଆଫଗାନିସ୍ତାନ ଗଣମାଧ୍ୟମର ଦାବି

Want Success in Every Task: ଯଦି ଆପଣଙ୍କୁ ମିଳୁଛି ଏହି ୧୦ ଶୁଭ ସଙ୍କେତ, ଜାଣିରଖନ୍ତୁ ଚମକିବ ଭାଗ୍ୟ !

Dharmendras Hidden Odisha Bond: ଧର୍ମେନ୍ଦ୍ରଙ୍କ ପସନ୍ଦ ଥିଲା ଓଡ଼ିଆ ଖାଦ୍ୟ , ଝୁରୁଛନ୍ତି ଓଡ଼ିଶାବାସୀ

Software Engineer loses: ଯୌନରୋଗ କହି ୪୮ ଲକ୍ଷ ଲୁଟ୍ , ଫସିଗଲେ ସଫ୍ଟୱେୟାର ଇଞ୍ଜିନିୟର ...କିଡନୀ ବି ଖରାପ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)