Advertisment

Woman Found Alive: ଶବ ଭାବି ସାରାରାତି ଜଗିଲା ପୋଲିସ, ସକାଳୁ ଉଠି ବସିଲେ ଗୁରୁତର ମହିଳା

ମହିଳାଙ୍କୁ ହତ୍ୟା କରାଯାଇଥିବା ଭାବି ନେଇଥିଲା ପୋଲିସ। ଶବ ଭାବି ସାରା ରାତି ଜଗିଲା ପୋଲିସ, ହେଲେ ସକାଳୁ ଉଠିଲେ ମହିଳା। ଯାହା ପରେ ପୋଲିସର ଦାୟିତ୍ବହୀନତାକୁ ନେଇ ପ୍ରଶ୍ନ।

author-image
Chinmayee Sahoo
MURDER-CASE

MURDER-CASE Photograph: (OTV)

ଶବ ଭାବି ସାରା ରାତି ଜଗିଲା ପୋଲିସ, ସକାଳୁ ଉଠିଲେ ମହିଳା। ମହିଳାଙ୍କୁ ହତ୍ୟା କରାଯାଇଥିବା ଭାବି ନେଇଥିଲା ପୋଲିସ । ତେବେ ସକାଳୁ ହଠାତ କଡ ଲେଉଟାଇବା ପରେ ଭୟରେ ହଡବଡେଇ ଯାଇଥିଲା ପୋଲିସ। ମହିଳା ଜରଙ୍କ ଜୀବିତ ଥିବା ଜାଣିବା ପରେ ତୁରନ୍ତ ଚିକିତ୍ସା ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅବିଶ୍ୱସନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଗିରାସିଙ୍ଗା ଗାଁରେ।
ନିଖୋଜ ଥିଲେ ପତ୍ନୀ, ପୋଲିସ କହିଲା ହୋଇଛି ହତ୍ୟା। ଏପରିକି ଘର ପାଖରୁ ମହିଳାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ ବି ସେ ମୃତ ବୋଲି ଭାବି ନେଇଥିଲା ପୋଲିସ। ତେବେ ହଠାତ ମହିଳା ଜଣଙ୍କ କଡ ଳେଉଟାବା ପରେ ପୋଲିସ ମୁଣ୍ଡରେ ବୁଦ୍ଧି ପଶିଥିଲା। ପୁରା ଘଟଣାଟି ଏହିଭଳି। ବୁଧବାର ରାତିରେ ବୌଦ୍ଧ ଗିରାସିଙ୍ଗା ଗ୍ରାମର ଶ୍ରୀକାନ୍ତ ନାଏକ ଥାନାରେ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ନାଏକ ନିଖୋଜ ଥିବା ଅଭିଯୋଗ କରିଥିଲେ। ଏହାପରେ ବୌଦ୍ଧ ପୋଲିସ ଗାଁକୁ ଯାଇଥିଲେ। ଖୋଜାଖୋଜି ସମୟରେ ମହିଳା ଜଣଙ୍କ ଘର ନିକଟରେ ପଡିଥିବା ଦେଖିବାକୁ ପାଇଥିଲେ। ସେତେବେଳେ ଲକ୍ଷ୍ମୀପ୍ରିୟାଙ୍କୁ ସମ୍ପୂର୍ଣ୍ଣ ନିଶ୍ଚଳ ଅବସ୍ଥାରେ ଦେଖି ତାଙ୍କୁ ମୃତ ବୋଲି ଭାବି ନେବା ସହ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଥିଲା । ସକାଳେ ସାଇଣ୍ଟିଫିକ ଟିମ ଦ୍ୱାରା ଏହାର ତଦନ୍ତ ପାଇଁ ପୋଲିସ ରାତିସାରା ଜଗିରହିଥିଲା। ଏପରିକି ହତ୍ୟାକାରୀ ସମ୍ପର୍କରେ ସୂଚନା ଦେବାକୁ ଗ୍ରାମର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଥିଲା ପୋଲିସ। ଟିକେ ଭଲ କରି ଦେଖନ୍ତୁ, ଏହି ପୋଷ୍ଟରକୁ। ଲକ୍ଷ୍ମୀପ୍ରିୟାଙ୍କ ମର୍ଡର କେସକୁ ନେଇ ଯଦି କିଏ କୌଣସି ତଥ୍ୟ ଦେବାକୁ ଚାହୁଁଥାନ୍ତି ପୋଲିସକୁ ଏହି ନମ୍ବରରେ ଯୋଗାଯୋଗ କରିବାକୁ ଲେଖାଯାଇଛି। ଏପରିକି ତଥ୍ୟ ପ୍ରଦାନକାରୀଙ୍କ ନାମ ଓ ଠିକଣା ଗୋପନୀୟ ରଖାଯିବା ସହ ପୁରସ୍କୃତ କରାଯିବ ବୋଲି ଉଲ୍ଲେଖ ରହିଛି। 
ତେବେ ଗୁରୁବାର ସକାଳୁ ପୋଲିସର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସମୟରେ ଲକ୍ଷ୍ମୀପ୍ରିୟା ଧୀରେଧୀରେ କଡ ଲେଉଟାଇ ଥିଲେ। ଏହିଦୃଶ୍ୟ ଦେଖି ଉପସ୍ଥିତ ପୋଲିସ , ସାଇଣ୍ଟିଫିକ ଟିମ ଓ ଗ୍ରାମବାସୀ ହତ ଚକିତ ହୋଇ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ।ପରେ ସେ ଜୀବତ ଥିବା ନିଶ୍ଚିତ ହୋଇ ତାଙ୍କୁ ସଙ୍ଗେ ସଙ୍ଗେ ବୌଦ୍ଧ ମୁଖ୍ୟ ମେଡିକାଲକୁ ଚିକିତ୍ସା ପାଇଁ ଆଣି ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଲକ୍ଷ୍ମୀପ୍ରିୟା ସୁସ୍ଥ ଅନୁଭବ  କରିଥିଲେ । ପୋଲିସ ତାଙ୍କୁ ଥାନାକୁ ନେଇ ପଚରା ଉଚରା କରିଥିଲା । ଏପେଟ ବୌଦ୍ଧ ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ।
ତେବେ ଜୀବିତ ଲୋକକୁ କିପରି ପୋଲିସ ମୃତ ବୋଲି ଭାବିଲା ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଯଦି ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥାନ୍ତା ତେବେ ହୁଏତ ସେ ଶୀଘ୍ର ସୁସ୍ଥ ହୋଇପାରିଥାଆନ୍ତେ । ପୋଲିସର ଏଭଳି କାମ ଅନେକଙ୍କୁ ଚକିତ କରିଛି। 

Advertisment

Boudh
Advertisment
Related Articles
Advertisment