Advertisment

BJP-BJD Corporators Face Off: ମାଇକ୍ ଭାଙ୍ଗିଲେ, ଚେୟାର ଫିଙ୍ଗିଲେ କର୍ପୋରେଟର...ସିଏମସି କାଉନସିଲ ବୈଠକରେ ପ୍ରବଳ ଗଣ୍ଡଗୋଳ

ମାଇକ୍ ଭାଙ୍ଗିଲେ.. ଚେୟାର ଫିଙ୍ଗିଲେ.. ବୈଠକର ଅଧାରୁ ଉଠି ହଙ୍ଗାମା କଲେ। କଟକ ମହାନଗର ନିଗମ ବୈଠକରେ ଆଜି ଦେଖିବାକୁ ମିଳିଛି ତୁମୁଳକାଣ୍ଡ। ଆଜି ସିଏମସି କାଉନସିଲ ବୈଠକ ଚାଲିଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି କର୍ପୋରେଟର୍।

author-image
Manas Ranjan Mohanty
CMC_METTING_FIGHT

CMC_METTING_FIGHT Photograph: (OTV)

ମାଇକ୍ ଭାଙ୍ଗିଲେ.. ଚେୟାର ଫିଙ୍ଗିଲେ.. ବୈଠକର ଅଧାରୁ ଉଠି ହଙ୍ଗାମା କଲେ। କଟକ ମହାନଗର ନିଗମ ବୈଠକରେ ଆଜି ଦେଖିବାକୁ ମିଳିଛି ତୁମୁଳକାଣ୍ଡ। ଆଜି ସିଏମସି କାଉନସିଲ ବୈଠକ ଚାଲିଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି କର୍ପୋରେଟର୍। ପରିସ୍ଥିତି ଏମିତି ହୋଇଥିଲା ଯେ ବୈଠକକୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା। 'ରାସ୍କେଲ' ଶବ୍ଦକୁ ନେଇ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା। 

Advertisment

ଜିମ୍ ଯନ୍ତ୍ରାଂଶ ଲାଗିବାକୁ ନେଇ ପାଟିତୁଣ୍ଡ ଆରମ୍ଭ କରିଥିଲେ ବିଜେପି କର୍ପୋରେଟର। ୫୧ ନମ୍ବର ୱାର୍ଡ କର୍ପୋରେଟ ରାକେଶ ସ୍ୱାଇଁ ତାଙ୍କ ୱାର୍ଡରେ ଜିମ୍ ସରଞ୍ଜାମ ସ୍ଥାପନରେ ଦୁର୍ନୀତି ଅଭିଯୋଗ ଆଣି ପ୍ରଶ୍ନ ଉଠାଇଥିଲେ। ଏହି ସମୟରେ ୩୦ ନମ୍ବର ୱାର୍ଡ ବିଜେଡି କର୍ପୋରେଟର ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହେବାରୁ ଶେଷରେ ସ୍ଥାନୀୟ ପୋଲିସ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଥିଲେ। 

ମାସକୁ ଥରଟୁଏ ବସିଥାଏ ସିଏମସି କାଉନସିଲ ବୈଠକ । ଏଥିରେ କଟକର ବିଭିନ୍ନ ସମସ୍ୟା ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା ହୋଇଥାଏ । ହେଲେ ପ୍ରତିଥର ବୈଠକରେ ବିଶୃଙ୍ଖଳା ଯୋଗୁଁ ଅଧାରୁ ବନ୍ଦ ରହୁଛି ବୈଠକ । କେତେବେଳେ କର୍ପୋରେଟରଙ୍କୁ ଯନ୍ତ୍ରୀଙ୍କ ଦୁର୍ବ୍ୟବହାର ତ ପୁଣି କେତେବେଳେ ଟେଣ୍ଡର ଦୁର୍ନୀତି ଓ ବାଲିଯାତ୍ରା ସମସ୍ୟାକୁ ନେଇ ପାଟିତୁଣ୍ଡରୁ ବନ୍ଦ ରହିଛି ବୈଠକ।

Advertisment

ଆଜି କଟକ ମହାନଗର ନିଗମର ୩୭ ତମ କାଉନ୍ସିଲ ବୈଠକ ହୋଇଥିବା ବେଳେ ପୂର୍ବରୁ ୧୫ରୁ ଅଧିକ ବୈଠକ ଏହିଭଳି ଅଧାରୁ ବନ୍ଦ କରିବାକୁ ପଡ଼ିଛି। ଘଟଣାକୁ ମେୟର ନାପସନ୍ଦ କରିଥିବା ବେଳେ ଏଭଳି ବିଶୃଙ୍ଖଳାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳାର ସହ ମହାନଗର କଥା ବୁଝିବାକୁ ନିବେଦନ କରିଥିବା ବେଳେ ବାରମ୍ବାର ଏଭଳି ହେଲେ କାମରେ ସମସ୍ୟା ଉପୁଜିବ ବୋଲି କହିଛନ୍ତି ମେୟର। 

Advertisment