Advertisment

Major Fire at Cloth Trader’s House: ବ୍ୟବସାୟୀଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ, ତଳ ମହଲାରେ ନିଆଁ ଲାଗି ପ୍ରଥମ ମହଲାକୁ ବ୍ୟାପିଗଲା

ବଡ଼ବିଲ୍ ଲୁଗା ବ୍ୟବସାୟୀଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ। ବ୍ୟବସାୟୀ ରୋହତାଶ ଅଗ୍ରୱାଲଙ୍କ ଘରେ ଅଗ୍ନିକାଣ୍ଡ। ଅଳ୍ପକେ ବର୍ତ୍ତିଗଲେ ଅଗ୍ରୱାଲ ପରିବାର

author-image
Chinmayee Sahoo
Fire

Fire Photograph: (OTV)

ଜଳିଗଲା ବ୍ୟବସାୟୀଙ୍କ ଘର। କେନ୍ଦୁଝର ବଡ଼ବିଲ୍ ଲୁଗା ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଅଗ୍ନିକାଣ୍ଡ। ଜଳିପୋଡ଼ି ଛାରଖାର ହେଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ। କେନ୍ଦୁଝର ବଡ଼ବିଲର ଲୁଗା ବ୍ୟବସାୟୀ ରୋହତାଶ ଅଗ୍ରୱାଲଙ୍କ ଘରେ ନିଆଁ ଲାଗିଛି। ହୁତୁହୁତୁ ହେଇ ଜଳୁଛି ତଳ ମହଲା, ନିଆଁ ଉପର ମହଲା ଯାଏଁ ବି ବ୍ୟାପିଛି। 

Advertisment

ଅଗ୍ନିଶମବାହିନୀର ୪ଟି ଗାଡ଼ି ନିଆଁ ଆୟତ୍ତ କରିବାରେ ଲାଗିଛି। ମିଳିଥିବା ସୂଚନା ମୁତାବକ, ଆଜି ଭୋରରୁ ବ୍ୟବସାୟୀ ରୋହତାଶ ଅଗ୍ରୱାଲଙ୍କ ଘରେ ନିଆଁ ଲାଗିଥିବା ଦେଖିଥିଲେ ରାସ୍ତାରେ ଯାଉଥିବା କିଛି ଲୋକେ। କୌଣସି ପ୍ରକାରେ ଦ୍ବିତୀୟ ମହଲାରେ ଥିବା ଅଗ୍ରୱାଲ୍ ପରିବାରକୁ ଖବର ଦିଆଯାଇଥିଲା। 

ପ୍ରାଣ ବିକଳରେ ଦୁଇ ଛୋଟ ଝିଅଙ୍କୁ ଧରି ପରିବାରର ୯ ଜଣ ବାହାରକୁ ବାହାରିଥିଲେ। ଫଳରେ ଏକ ବଡ଼ ଅଘଟଣ ଅଳ୍ପକେ ବର୍ତ୍ତି ଯାଇଛି। କୋଠାର ତଳ ମହଲାରେ ଥିବା ତୁଳା ଓ ଗଦିରେ ନିଆଁ ଲାଗି ତାହା ଉପର ଯାଏଁ ବ୍ୟାପିଥିବା ସୂଚନା ମିଳୁଛି।

Advertisment

Keonjhar Fire
Advertisment
Related Articles
Advertisment