Advertisment

Encounter: କିନ୍ନର ହତ୍ୟାକାରୀକୁ ଏନକାଉଣ୍ଟର, ଅଭ୍ୟାସଗତ ଅପରାଧି ଥିଲା ଅଭିଯୁକ୍ତ

କିନ୍ନର ହତ୍ୟା ଅଭିଯୁକ୍ତକୁ ପିପିଲି ପୋଲିସର ଏନକାଉଣ୍ଟର। ତାରାକାଜୁ ନିକଟରେ ଏନକାଉଣ୍ଟର କଲା ପୋଲିସ। ପିଛା କରିବା ବେଳେ ପୋଲିସକୁ ଗୁଳିମାଡ଼ କରିଥିଲା।

author-image
Chinmayee Sahoo
Encounter

Encounter Photograph: (OTV)

ପିପିଲିରେ ପୋଲିସର ଏନକାଉଣ୍ଟର। ଭୁବନେଶ୍ବର ଉପକଣ୍ଠ ସିଫା ନିକଟରେ କିନ୍ନର ହତ୍ୟାକାଣ୍ଡର ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପିପିଲି ପୋଲିସ। ତା ନାଁ କୃଷ୍ଣ କାଣ୍ଡି ଓ ଘର ପୁରୀ ଜିଲ୍ଲା ଗଡରୁପାସରେ। ତାର ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ପିପିଲି ହସ୍ପିଟାଲ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। 

Advertisment

କିନ୍ନରଙ୍କ ହତ୍ୟା ଅଭିଯୁକ୍ତ କୃଷ୍ଣ ତାଣ୍ଡି ତାରାକାଜୁ ଅଞ୍ଚଳରେ ଥିବା ପୋଲିସକୁ ବିଶ୍ବସ୍ତ ସୃତ୍ରରୁ ଖବର ମିଳିଥିଲା। ଏହାପରେ ଅଭିଯୁକ୍ତକୁ ଧରିବାକୁ ଯାଇଥିଲା ପୋଲିସ। ଏତିକିବେଳେ ଖସି ଯିବାକୁ ଉଦ୍ୟମ କରିବା ସହ ପୋଲିସ ଉପରେ ଗୁଳି ଚଳାଇଥିଲା କୃଷ୍ଣ କାଣ୍ଡି। ପୋଲିସର ପାଲଟା ଗୁଳିରେ ସେ ଆହତ ହୋଇଛି। 

କୃଷ୍ଣ ଜଣେ ଅଭ୍ୟାସଗତ ଅପରାଧି ଥିଲା ଓ ତା ନାଁରେ ରହିଛି ଏକାଧିକ ମାମଲା। ବିଭିନ୍ନ ଥାନାରେ ତା ନାଁରେ ବହୁ ଛିନତାଇ ମାମଲା ବି ରହିଛି। ଗତ ୧ ତାରିଖରେ ସିଫା ନିକଟରେ କିନ୍ନରଙ୍କୁ ହତ୍ୟା କରାଯାଇଥିଲା। ୧୦ ଦିନ ପରେ ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ କୃଷ୍ଣ ଆହତ ହୋଇଛି।

Advertisment

Pipili Encounter
Advertisment
Related Articles
Advertisment