Advertisment

Bharat Bandh Today: ଭାରତ ବନ୍ଦ; ସାଢ଼େ ୯ଟା ସୁଦ୍ଧା ଅଫିସ ଆସିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ

ଆଜି ଭାରତ ବନ୍ଦ ଡାକରା ପାଇଁ ଲୋକସେବା ଭବନ କର୍ମଚାରୀଙ୍କ ପାଇଁ ସରକାରଙ୍କ ନିର୍ଦ୍ଦେଶନାମା। ଆଜି ସକାଳ ସାଢ଼େ ୯ଟା ସୁଦ୍ଧା କର୍ମଚାରୀ ଅଫିସ୍ ଆସିବେ କର୍ମଚାରୀ।

author-image
Chinmayee Sahoo
Bharat Bandh Today

Bharat Bandh Today Photograph: (OTV)

ଆଜି ଭାରତ ବନ୍ଦ ଡାକରା ପାଇଁ ଲୋକସେବା ଭବନ କର୍ମଚାରୀଙ୍କ ପାଇଁ ସରକାରଙ୍କ ନିର୍ଦ୍ଦେଶନାମା। ଆଜି ସକାଳ ସାଢ଼େ ୯ଟା ସୁଦ୍ଧା କର୍ମଚାରୀ ଅଫିସ୍ ଆସିବେ କର୍ମଚାରୀ। ୧୦ଟା ୧୫ରେ ବନ୍ଦ ହେବ ଫାଟକ। ଭାରତ ବନ୍ଦ ଡାକରା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। 

Advertisment

ଆକ୍ସନ ମୋଡରେ ଶ୍ରମିକ ସଂଗଠନ। ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ୧୦ଟି ଶ୍ରମିକ ଓ ସ୍ବାଧୀନ ଫେଡେରେସନ୍ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ଭାରତ ବନ୍ଦ କରାଯାଇଛି।

ଶ୍ରମିକ ସଂଗଠନର ରେଳ ରୋକ, ପିକେଟିଂ ଓ ବିକ୍ଷୋଭ ଆରମ୍ଭ ହୋଇଯାଇଛି। ଓଡ଼ିଶାରେ କଂଗ୍ରେସ ଓ ବିଜେଡି (ବିଜୁ ଶ୍ରମିକ ସାମ୍ମୁଖ୍ୟ) ସମର୍ଥନ କରିଛି। ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ ଓ ପରିବହନ ସେବା ବାଧାପ୍ରାପ୍ତ ହୋଇଛି। ତେଣୁ ସକାଳ ସାଢ଼େ ୯ ସୁଦ୍ଧା ପହଞ୍ଚିବାକୁ ଲୋକସେବା ଭବନ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

Bharat Bandh Bharat Bandh Today
Advertisment
Related Articles
Advertisment