/odishatv-khabar/media/media_files/2026/02/12/bharat-bandh-2026-02-12-09-02-39.jpg)
Bharat Bandh Photograph: (OTV)
ଆଜି ଭାରତ ବନ୍ଦ। କେନ୍ଦ୍ର ସରକାରଙ୍କ ଶ୍ରମିକ ନୀତିକୁ ବିରୋଧ କରି ଦେଶବ୍ୟାପୀ ଧର୍ମଘଟ ଓ ହରତାଲ ଡାକରା ଦେଇଛନ୍ତି ୧୦ରୁ ଅଧିକ ଶ୍ରମିକ ସଂଗଠନ। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଦିଆଯାଇଛି ବନ୍ଦ ଡାକରା। ଓଡ଼ିଶାରେ ଧର୍ମଘଟକୁ କଂଗ୍ରେସ ଏବଂ ବିଜେଡି ସମର୍ଥନ କରୁଥିବାରୁ ବନ୍ଦର ପ୍ରଭାବ ପଡ଼ିବା ଅନୁମାନ କରାଯାଉଛି।
ବିଶେଷ କରି ଦୋକାନ ବଜାର, ସ୍କୁଲ କଲେଜ, କଳକାରଖାନା, ବ୍ୟାଙ୍କ ସହ ସରକାରୀ କାର୍ଯ୍ୟାଳୟ । ଏପରିକି ବସ ଚଳାଚଳ ଉପରେ ବି ସିଧାସଳଖ ପ୍ରଭାବ ପଡ଼ିପାରେ। ୧୨ ଘଣ୍ଟିଆ ବନ୍ଦ ପାଳନରେ CITU, AITUC, INTUC, HMS, ଏବଂ UTUC ଭଳି ପ୍ରମୁଖ ଟ୍ରେଡ ୟୁନିୟନ ସାମିଲ ହୋଇଛନ୍ତି।
ବିଭିନ୍ନ ଚାଷୀ ସଂଗଠନ ସମେତ ଦେଶର ୫୦ରୁ ଅଧିକ ସଂଗଠନ ସମର୍ଥନ ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ଶ୍ରମିକ ଓ ଚାଷୀ ବିରୋଧୀ ଏବଂ କର୍ପୋରେଟ୍ ସମର୍ଥନ ନୀତିକୁ ବିରୋଧ କରି ଏହି ସଂଗଠନଗୁଡିକ ବନ୍ଦ ଡାକରା ଦେଇଛନ୍ତି। ମନରେଗା ହଟାଇ ଭିବି ଜି ରାମ ଜି ଆଇନ ପ୍ରଣୟନକୁ ମଧ୍ୟ ସେମାନେ ବିରୋଧ କରୁଛନ୍ତି ।
ନୂଆ କରି ଲାଗୁ ହୋଇଥିବା ୪ଟି ଶ୍ରମକୋଡ୍ ଶ୍ରମିକମାନଙ୍କୁ ମାଲିକଙ୍କ ଗୋଲାମ କରିଦେବ ବୋଲି ଦାବି କରିଛନ୍ତି ଶ୍ରମିକ ସଂଗଠନ।
Daily Horoscope 12th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 12th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Kinnar Murder Case: କିନ୍ନର ହତ୍ୟାକାଣ୍ଡର ଅଭିଯୁକ୍ତକୁ ଏନକାଉଣ୍ଟର, ପୋଲିସ ଉପରକୁ ଚଳାଇଥିଲା ଗୁଳି

Koraput’s Big Makeover: ନୂଆ ପରିଚୟ ସୃଷ୍ଟି କରିବାକୁ ଯାଉଛି କୋରାପୁଟ, ଏଣିକି ସୁଙ୍କି ଘାଟିରେ ଆଉ ରହିବନି କୌଣସି ଭୟ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)