/odishatv-khabar/media/media_files/2026/01/15/drinking-water-project-2026-01-15-21-31-02.jpg)
Drinking Water Project Photograph: (OTV)
ରାଜ୍ୟରେ ସରୁନି ମେଗା ପାନୀୟ ଜଳ ପ୍ରକଳ୍ପ। ଗ୍ରାଉଣ୍ଡ ଭିଜିଟ କରି ସମୀକ୍ଷା କରିବାକୁ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ। ୫୦ ପ୍ରତିଶତ ପ୍ରକଳ୍ପରେ ସରିଛି ୫୦ ପ୍ରତିଶତ କାମ। ନିକଟରେ ରାଜ୍ୟରେ ମେଗା ପାନୀୟ ଜଳର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ। ଆଉ ଆଜି ସଚିବ ସ୍ତରୀୟ ବୈଠକରେ ସଚିବ ମାନଙ୍କୁ ଏନେଇ ଦେଇଛନ୍ତି ନିର୍ଦ୍ଦେଶ।
ମୁଖ୍ୟ ଶାସନ ସଚିବ କହିଛନ୍ତି, ରାଜ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପ କାମ ସରିବାରେ ବିଳମ୍ବ ହେଉଛି। ଯେଉଁଥି ପାଇଁ ଜନ ଅସନ୍ତୋଷ ବଢୁଛି। ସେଥିପାଇଁ ସଚିବ ମାନେ ଜିଲ୍ଲା ଗସ୍ତ ସମୟରେ ପ୍ରଥମେ ପାନୀୟ ଜଳ ପ୍ରକଳ୍ପ କାମର ସମୀକ୍ଷା କରିବେ। ସବୁ ପ୍ରକଳ୍ପ କାମ କେମିତି ଧାର୍ଯ୍ୟ ସମୟ ଭିତରେ ସରିବ ତାକୁ ଗୁରୁତ୍ୱ ଦେବେ।
ସ୍ଥିତି ସଙ୍ଗୀନ
ଗ୍ରାଉଣ୍ଡରୁ ଆସୁଥିବା ଚିତ୍ର ମଧ୍ୟ ଚିନ୍ତାଜନକ। ପାଣି ଭଳି ଖର୍ଚ୍ଚ ହେଲା ଟଙ୍କା କିନ୍ତୁ ଟ୍ୟାପରେ ପହଞ୍ଚିଲାନି ପାଣି। ଭଦ୍ରକ ବାସୁଦେବପୁର ବିନାୟକପୁର ପଞ୍ଚାୟତର ସ୍ଥିତି ସଙ୍ଗୀନ। ଏଠାରେ ବଡ ବଡ ପାଣି ଟାଙ୍କି ବସିଛି। କିନ୍ତୁ ପାଣି ପମ୍ପ ଘରେ ତାଲା। କେଉଁଠି ଷ୍ଟାଣ୍ଡ ପୋଷ୍ଟ ଭାଙ୍ଗିବା ଆରମ୍ଭ କଲାଣି ତ କେଉଁଠି ଗଛଲତା ମାଡି ଗଲାଣି।
ସେମିତି ଗଞ୍ଜାମ ଦିଗପହଣ୍ଡିର ୨୫ଟି ଏବଂ ସାନଖେମୁଣ୍ଡିର ୮ ଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଇବା ପାଇପ ପଡିଛି। ହେଲେ ବର୍ଷ ବର୍ଷ ଧରି କାମ ସରୁନି। ସମସ୍ୟା ସାଜିଛି ଘୋଡାହାଡ ଜଳଭଣ୍ଡାର ମଧ୍ୟରେ ୱାଟର ଟ୍ରିଟମେଣ୍ଡ ପ୍ଲାନ।
ରାଜ୍ୟରେ ୨୦୭ଟି ମେଗା ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ମାତ୍ର ୨୬ଟି ପ୍ରକଳ୍ପ ସରିଥିବା ବେଳେ, ୧୮୧ ଟି ନିର୍ମାଣାଧୀନ ରହିଛି। ୧୩୪ଟି ପ୍ରକଳ୍ପ ୫୦ ପ୍ରତିଶତ କାମ ସରିଛି। ଏହି ପ୍ରକଳ୍ପ ଗୁଡିକ କାମ ଗୁରୁତ୍ୱ ଦେଇ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।...
କେଉଁଠି ଭାଙ୍ଗିବା ଆରମ୍ଭ କଲାଣି ଟାଙ୍କି
ସଚିବସ୍ତରୀୟ ବୈଠକରେ ମ୍ୟାଡମ୍ CSଙ୍କ ଉଦବେଗ
ଜିଲ୍ଲା ଭିଜିଟ୍ ବେଳେ ସମୀକ୍ଷା ସହ ଅଧୁରା କାମ ସାରିବାକୁ ନିର୍ଦ୍ଦେଶ
Nipah Virus Scare: ପଡ଼ୋଶୀ ପଶ୍ଚିମବଙ୍ଗରେ ବଢୁଛି 'ନିପା' ସଂକ୍ରମଣ, ଆକ୍ରାନ୍ତଙ୍କ ସଂଖ୍ୟା ୫ ଛୁଇଁବା ପରେ ଓଡ଼ିଶାରେ ଛନକା

High-Stakes Mumbai Municipal Elections: ମୁମ୍ବାଇ ମହାନଗର ନିଗମ ପାଇଁ ପଡ଼ିଲା ଭୋଟ୍, ଆସନ୍ତାକାଲି ଆସିବ ଫଳାଫଳ

Arvind–Sanatan Suspension Row: କାହିଁକି ସସପେଣ୍ଡ ହେଲେ ଅରବିନ୍ଦ ଓ ସନାତନ, ପ୍ରତିକ୍ରିୟା ରଖିଲେ ଦୁଇ ବିଧାୟକ

World in Danger? ଅହଙ୍କାରରେ ଫାଟି ପଡ଼ୁଛନ୍ତି ଡୋନାଲ୍ଡ ଟ୍ରମ୍ପ, ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ବିପଦରେ ବିଶ୍ୱ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)