Advertisment

High-Stakes Mumbai Municipal Elections: ମୁମ୍ବାଇ ମହାନଗର ନିଗମ ପାଇଁ ପଡ଼ିଲା ଭୋଟ୍, ଆସନ୍ତାକାଲି ଆସିବ ଫଳାଫଳ

କର୍ପୋରେସନ କାହା ହାତକୁ ଯାଉଛି, ତା ଉପରେ ରହିଛି ସମସ୍ତଙ୍କ ନଜର। କେବଳ ମୁମ୍ବାଇ ନୁହେଁ ପୁନେ ଓ ଥାନେ ଉପରେ ବି ସମସ୍ତଙ୍କ ନଜର ରହିଛି। ଏହି ନିର୍ବାଚନ ରାଜ୍ୟର ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ ।

author-image
Tapan Swain
Maharastra

Maharastra Photograph: (OTV)

ମୁମ୍ବାଇ ମହାନଗର ନିଗମ ସମେତ ୨୯ଟି ପୌର ସଂସ୍ଥା ପାଇଁ ପଡ଼ିଲା ଭୋଟ୍। ମହାରାଷ୍ଟ୍ରର ୨୯ଟି ନଗର ନିଗମ ପାଇଁ ଭୋଟ୍ ଗ୍ରହଣ ହୋଇଛି। ୩୨ ଜିଲ୍ଲା କାଉନସିଲ ଓ ୩୩୬ ପଞ୍ଚାୟତ ସମିତିରେ ହୋଇଛି ଭୋଟିଂ । ପ୍ରାୟ ସାଢେ ତିନି କୋଟି ଭୋଟର୍ ୧୫ ହଜାର ୯୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ।

Advertisment

କର୍ପୋରେସନ କାହା ହାତକୁ ଯାଉଛି, ତା ଉପରେ ରହିଛି ସମସ୍ତଙ୍କ ନଜର। କେବଳ ମୁମ୍ବାଇ ନୁହେଁ ପୁନେ ଓ ଥାନେ ଉପରେ ବି ସମସ୍ତଙ୍କ ନଜର ରହିଛି। ଏହି କର୍ପୋରେସନ ନିର୍ବାଚନ ରାଜ୍ୟର ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ । ଏହି ନିର୍ବାଚନ ଫଳାଫଳରୁ ଲୋକଙ୍କ ମନୋଭାବ ସ୍ପଷ୍ଟ ହୋଇଯିବ । ବ୍ରିହନମୁମ୍ବାଇ କର୍ପୋରେନ ଦେଶର ସବୁଠୁ ବଡ଼ ଓ ଧନୀ କର୍ପୋରେସନ । BMCର ବାର୍ଷିକ ବଜେଟ ୭୪ ହଜାର କୋଟି ଟଙ୍କା । ଯାହାକି କେତେକ ଛୋଟ ରାଜ୍ୟ ଠାରୁ ମଧ୍ୟ ଅଧିକ ।

ବିଜେପି ଏଥର BMC ଦଖଲ କରି ନିଜ ଦବଦବା ଦେଖାଇବାକୁ ଉଦ୍ୟମ କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେପି ଓ ଶିବସେନା ମେଣ୍ଟ ଯଦି ବିଏମସି ଦଖଲ କରେ ତେବେ ମହାୟୁତିରୁ କିଏ ମେୟର ହେବେ ତାକୁ ନେଇ ମଧ୍ୟ ଏବେଠୁ ଅଙ୍କକଷା ଆରମ୍ଭ ହେଲାଣି। ସେପଟେ ମହା ବିକାଶ ଅଘାଡି ମଧ୍ୟ ଶାସକ ଦଳକୁ ଟକ୍କର ଦେବାକୁ ପୁରା ପ୍ରସ୍ତୁତ କରିଛି । କାରଣ ଏହି ନିର୍ବାଚନ ମହାରାଷ୍ଟ୍ର ପାଇଁ ଓ ସମସ୍ତ ରାଜନୈତିକ ଦଳ ପାଇଁ ନିର୍ଣ୍ଣାୟକ ହେବ । ଆସନ୍ତାକାଲି ଭୋଟ୍ ଗଣତି ହୋଇ ଫଳ ପ୍ରକାଶ ପାଇବ ।

Advertisment

୨୯ଟି ପୌର ସଂସ୍ଥା ପାଇଁ ଭୋଟିଂ
୩୨ ଜିଲ୍ଲା କାଉନସିଲ ଓ ୩୩୬ ପଞ୍ଚାୟତ ସମିତିରେ ଭୋଟିଂ
ପ୍ରାୟ ସାଢେ ତିନି କୋଟି ଭୋଟର୍ ବାଛିଲେ ନେତା
୧୫ ହଜାର ୯୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ 

Mumbai Election
Advertisment
Related Articles
Advertisment