Advertisment

Arvind–Sanatan Suspension Row: କାହିଁକି ସସପେଣ୍ଡ ହେଲେ ଅରବିନ୍ଦ ଓ ସନାତନ, ପ୍ରତିକ୍ରିୟା ରଖିଲେ ଦୁଇ ବିଧାୟକ

ବିଧାୟକ ଅରବିନ୍ଦ ମହାପାତ୍ର ଏ ସଂପର୍କରେ କହିଛନ୍ତି ଯେ, ମୁଁ କେବେ ଦଳବିରୋଧୀ କାର୍ଯ୍ୟ କରିନାହିଁ । ଏହା ମୋତେ ଆଶ୍ଚର୍ଯ୍ୟ କରିଛି । ମୁଁ କିଛି ଜାଣିନାହିଁ । ଏ ବିଷୟରେ ମୁଁ ଆଲୋଚନା କରିବି ବୋଲି ସେ କହିଛନ୍ତି । ନିଜ ଏରିଆରେ କାମ କରୁଛି ।

author-image
Tapan Swain
Suspend

Suspend Photograph: (OTV)

ଦୁଇ ବିଧାୟକଙ୍କୁ ବିଜେଡିରୁ ବହିଷ୍କାର ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ  କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ବିଧାୟକ ଗଣେଶ୍ବର ବେହେରା । ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ସସ୍ପେଣ୍ଡ ନେଇ ରଖିଛନ୍ତି ପ୍ରତିକ୍ରିୟା । ଦଳକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି  ଦିବ୍ୟଶଙ୍କର ମିଶ୍ର ।

Advertisment

ଯିଏ ବି ପାର୍ଟି ବିରୋଧରେ ଷଡ଼ଯନ୍ତ୍ର କରିବ, ପାର୍ଟିକୁ ଦୁର୍ବଳ କରିବାକୁ ଚାହିଁବ । ତା ବିରୋଧରେ କଠୋର ପଦକ୍ଷେପ ହେବ । ଭାବି ଚିନ୍ତି ପାର୍ଟିର ନେତା ନିଷ୍ପତ୍ତି ନିଅନ୍ତି ବୋଲି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କହିଥିଲେ । 

ସେମାନଙ୍କ କାର୍ଯ୍ୟକଳାପ ଦଳ ବିରୋଧୀ ଥିବାରୁ ପଦକ୍ଷେପ ନିଆଯାଇଥିବା  କହିଛନ୍ତି ଗଣେଶ୍ବର ବେହେରା । ସେ ପୁଣି ମଧ୍ୟ କହିଛନ୍ତି ଯେ, ସଭାପତିଙ୍କ ପାଖରେ ଏନେଇ କିଛି ଗୁଇନ୍ଦା ତଥ୍ୟ ଥାଇପାରେ । ତେବେ ନିର୍ଦ୍ଦିଷ୍ଟ ଭାବେ କଣ ଅଭିଯୋଗ ରହିଛି ବୋଲି ପଚରାଯିବାରୁ ସେ କହିଥିଲେ ଯେ ଦଳ ସଭାପତିଙ୍କ ପାଥରେ କିଛି ତଥ୍ୟ ଥିବ । ସେ କହିଥିଲେ, ମୁଁ ଅନେକଙ୍କ ଭିତରେ ଜଣେ । ମୁଁ ଏ ବିଷୟରେ କିଛି ଜାଣିନାହିଁ । 

Advertisment

୨ ବିଧାୟକଙ୍କୁ ନିଲମ୍ବନ ସ୍ବାଗତଯୋଗ୍ୟ କହିଥିଲେ ପୂର୍ବତନ ମନ୍ତ୍ରୀ  ଅତନୁ ସବ୍ୟସାଚୀ ନାୟକ । ସେ କହିଥିଲେ, ଦୁର୍ନୀତିଗ୍ରସ୍ତ ଓ ବିଶ୍ବାସଘାତକଙ୍କୁ ଦଳରେ ସ୍ଥାନ ନାହିଁ । ବିଜେଡି ଶୃଙ୍ଖଳିତ ଦଳ, କମ୍ପରମାଇଜ୍ ପ୍ରଶ୍ନ ଉଠୁ ନାହିଁ ।

କୌଣସି ମେଳିକୁ ଯାଇନି 

ତେବେ ବିଧାୟକ ଅରବିନ୍ଦ ମହାପାତ୍ର ଏ ସଂପର୍କରେ କହିଛନ୍ତି ଯେ, ମୁଁ କେବେ ଦଳବିରୋଧୀ କାର୍ଯ୍ୟ କରିନାହିଁ । ଏହା ମୋତେ ଆଶ୍ଚର୍ଯ୍ୟ କରିଛି । ମୁଁ କିଛି ଜାଣିନାହିଁ । ଏ ବିଷୟରେ ମୁଁ ଆଲୋଚନା କରିବି ବୋଲି ସେ କହିଛନ୍ତି । ନିଜ ଏରିଆରେ କାମ କରୁଛି । ବାପା ବିଜୟ ମହାପାତ୍ର ମୋ କାମରେ କେବେ ମୁଣ୍ଡ ଖେଳାନ୍ତିନି ବୋଲି ସେ କହିଛନ୍ତି । ସେ କୌଣସି ମେଳିକୁ ଯାଇନଥିବା କହିଛନ୍ତି ।  

ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ କହିଛନ୍ତି ଯେ, ମୁଁ ଏବେ କେନ୍ଦ୍ରାପଡାରେ ଅଛି । ଏ ବିଷୟରେ କିଛି ଜାଣିନାହିଁ । ଅରବିନ୍ଦ ତା କାମ କରେ । ସେ ଅଧିକ କିଛି ପ୍ରତିକ୍ରିୟା  ଦେବାକୁ ସେ ମନା କରିଦେଇଛନ୍ତି ।   ସେହିଭଳି ବିଧାୟକ ସନାତନ ମହାକୁଡ ମଧ୍ୟ କହିଛନ୍ତି ଯେ ମୁଁ କିଛି ଦଳବିରୋଧୀ କାର୍ଯ୍ୟ କରିନାହିଁ । ମୁଁ ମୋ ମୋ ଜିଲ୍ଲାର ବିକାଶ ନେଇ କହିଥିଲି । ତେବେ ଏ ବିଷଯରେ ଦଳର କାହା ସହ ଆଉ କଥା ହେବିନାହିଁ ବୋଲି ସେ କହିଛନ୍ତି । 

BJD Suspended
Advertisment
Related Articles
Advertisment