Advertisment

Nipah Virus Scare: ପଡ଼ୋଶୀ ପଶ୍ଚିମବଙ୍ଗରେ ବଢୁଛି 'ନିପା' ସଂକ୍ରମଣ, ଆକ୍ରାନ୍ତଙ୍କ ସଂଖ୍ୟା ୫ ଛୁଇଁବା ପରେ ଓଡ଼ିଶାରେ ଛନକା

ଭାୟା ପଶ୍ଚିମବଙ୍ଗ, ବାଂଲାଦେଶରୁ ଆସୁଛି ନିପା। ପଡ଼ୋଶୀ ପଶ୍ଚିମବଙ୍ଗରେ ବଢୁଛି 'ନିପା' ସଂକ୍ରମଣ। ଆକ୍ରାନ୍ତଙ୍କ ସଂଖ୍ୟା ୫ ଛୁଇଁବା ପରେ ଓଡ଼ିଶାରେ ପଶିଛି ଛନକା। ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଓଡ଼ିଶା ପାଇଁ ଭୟର କାରଣ ନାହିଁ। କୋଭିଡଠୁ ଅଧିକ ଘାତକ ନିପା ।

author-image
Tapan Swain
NIPAH-THREAT

NIPAH-THREAT Photograph: (OTV)


ଭାୟା ପଶ୍ଚିମବଙ୍ଗ, ବାଂଲାଦେଶରୁ ଆସୁଛି ନିପା। ପଡ଼ୋଶୀ ପଶ୍ଚିମବଙ୍ଗରେ ବଢୁଛି 'ନିପା' ସଂକ୍ରମଣ। ଆକ୍ରାନ୍ତଙ୍କ ସଂଖ୍ୟା ୫ ଛୁଇଁବା ପରେ ଓଡ଼ିଶାରେ ପଶିଛି ଛନକା। ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଓଡ଼ିଶା ପାଇଁ ଭୟର କାରଣ ନାହିଁ। ତଥାପି ସ୍ଥିତି ଉପରେ ନଜର ରଖିଛନ୍ତି ସରକାର। କୋଭିଡଠୁ କେମିତି ଅଧିକ ଘାତକ ନିପା । 

Advertisment

ପଶ୍ଚିମବଙ୍ଗରେ ବ୍ୟାପୁଛି ଘାତକ 'ନିପା' ଭାଇରସ୍ । ଟେନସନରେ ଓଡ଼ିଶା!

ନିପା ଭାଇରସରେ ଆକ୍ରାନ୍ତ ହୋଇ ଦୁଇ ଦିନ ତଳେ ପଶ୍ଚିମବଙ୍ଗ କଲ୍ୟାଣୀ ଏମସରେ 2 ଜଣ ଭର୍ତ୍ତି ହୋଇଥିଲେ, ହେଲେ ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା 5 ଛୁଇଁଗଲାଣି। ସବୁଠୁ ବଡ଼ କଥା ହେଉଛି ଆକ୍ରାନ୍ତ ଭିତରେ 3 ଜଣ ନର୍ସ ଥିବା ବେଳେ ଦୁଇ ଜଣ ଡାକ୍ତର ବି ଅଛନ୍ତି। ଉତ୍ତର 24 ପ୍ରଗଣା ଜିଲ୍ଲା ବାରାସତ ସ୍ଥିତ ହସ୍ପିଟାଲରେ ଚାଲିଛି ଦୁଇ ସଂକ୍ରମିତ ନର୍ସଙ୍କ ଚିକିତ୍ସା। ଏଥିସହ ରୋଗୀମାନଙ୍କ ସଂପର୍କରେ ଆସିଥିବା 100ରୁ ଅଧିକ ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି।

ପଶ୍ଚିମବଙ୍ଗକୁ କେଉଁଠୁ ଆସିଲା ଏ ନିପା ଭାଇରସ୍। ବାଂଲାଦେଶ ସୀମା ନଦିଆରୁ ଏଇ ଘାତକ ଭାଇରସ ବ୍ୟାପିଥିବାରୁ ସକ୍ରମଣ ବାଂଲାଦେଶରୁ ଆସିଥିବା କୁହାଯାଉଛି। କାରଣ ସୀମା ପାଖପାଖି ବାଂଲାଦେଶର ଛଉଡାଙ୍ଗ ଓ କୁଶିତା ଅଞ୍ଚଳରେ ବିଗତ କିଛି ଦିନ ଧରି ଏହି ରୋଗ ସଂକ୍ରମଣ ବଢ଼ି ଚାଲିଛି। 

Advertisment

ଆଉ ଗତ ମାସରେ ବରସାତ ସ୍ଥିତ ଏକ ଘରୋଇ ହସ୍ପିଟାଲର ଜଣେ ନର୍ସ ବିବାହ ଉତ୍ସବରେ ଯୋଗ ଦେବାକୁ ସୀମା ସ୍ଥିତ ଏକ ଗାଁକୁ ଗାଁକୁ ଯାଇଥିଲା ବେଳେ ସେଇଠୁ ସଂକ୍ରମଣ ଧରି ଆସିଥିବା କୁହାଯାଉଛି। ତେଣୁ ଏଭଳି ସ୍ଥିତିରେ ପଶ୍ଚିମବଙ୍ଗରେ ବଢୁଥିବା ନିପା ସଂକ୍ରମଣକୁ ଦେଖି ଓଡ଼ିଶାରେ ବି ଛନକା।...

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା କଥା ଓଡ଼ିଶାରେ ଏଯାଏଁ ନିପା ଭାଇରସ୍ ରୋଗୀ ଚିହ୍ନଟ ହୋଇ ନଥିବାରୁ ଭୟର କାରଣ ନାହିଁ। କେନ୍ଦ୍ର ସରକାରଙ୍କ ଟିମ ପଶ୍ଚିମ ବଙ୍ଗ ଯାଇ କାମ କରୁଛନ୍ତି। ଓଡ଼ିଶା ସରକାର ବି ସ୍ଥିତି ଉପରେ ନଜର ରଖି କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି।...ଭାରତ ସରକାର ଯେ ପର୍ଯ୍ୟନ୍ତ ଏନେଇ ନିର୍ଦ୍ଦେଶନାମା ଜାରି କରି ନାହାନ୍ତି, ସେ ଯାଏଁ ରାଜ୍ୟରେ କିଛି ଅସୁବିଧା ହେବାର ନାହିଁ।... 

ତେବେ କେମିତି ବ୍ୟାପେ ଏଇ ନିପା ଭାଇରସ୍ ? ବିଶେଷଜ୍ଞଙ୍କ ମତରେ ନିପା ଭାଇରସ୍ ସାଧାରଣତଃ ବାଦୁଡ଼ି ଦ୍ୱାରା ବ୍ୟାପିଥାଏ। ଘୁଷୁରୀ କିମ୍ବା ଅନ୍ୟ କିଛି ପ୍ରାଣୀଙ୍କ ଦ୍ୱାରା ମଧ୍ୟ ମଣିଷକୁ ବ୍ୟାପିପାରେ। ମଣିଷର ମସ୍ତିଷ୍କକୁ ପ୍ରଭାବିତ କରୁଥିବା ଏଇ ଭାଇରସ୍ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ କିମ୍ବା ଟୀକା ନାହିଁ। ପ୍ରାରମ୍ଭିକ ଲକ୍ଷଣ ସାଧାରଣ ଜ୍ୱର ପରି ଦେଖାଯାଏ। 

ମୁଣ୍ଡବ୍ୟଥା, ଗଳା ଯନ୍ତ୍ରଣା, ବାନ୍ତି, ଡାଇରିଆ, ମାଂସପେଶୀରେ ଯନ୍ତ୍ରଣା, ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହୁଏ। ସଂକ୍ରମିତ ଲାଳ, ମଳ, ମୂତ୍ର ଓ ରକ୍ତ ଜରିଆରେ ଏହା ବ୍ୟାପିବାର ଆଶଙ୍କା ଅଧିକ ଥାଏ। ସବୁଠୁ ବଡ଼ କଥା ହେଉଛି କୋଭିଡ୍ ଠାରୁ ମଧ୍ୟ ନିପା ଭାଇରସ ଆକ୍ରାନ୍ତଙ୍କ ମୃତ୍ୟୁହାର ଅଧିକ। ତେଣୁ ଏଥିପାଇଁ ସତର୍କତା ଓ ସଚେତନତା ଉପରେ ଗୁରୁତ୍ବ ଦେଇଛନ୍ତି ବିଶେଷଜ୍ଞ।...

ରାଜ୍ୟ ପାଇଁ ଭୟର କାରଣ ନାହିଁ: ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ
'ନିପା' ସ୍ଥିତି ଉପରେ ନଜର ରଖିଛନ୍ତି ସରକାର
ବାଂଲାଦେଶରୁ 'ନିପା' ସଂକ୍ରମଣ ବ୍ୟାପୁଥିବା ଆଶଙ୍କା

Odisha Virus
Advertisment
Related Articles
Advertisment