Advertisment

Train Passengers Panic: ଯାଜପୁରରେ ହୋଇଥା’ନ୍ତା ବାହାନଗା ରିପିଟ୍, ଇତିହାସ ପାଲଟିଥାନ୍ତା ଆଉ ଏକ ଦୁର୍ଘଟଣା !

ଟ୍ରେନର ଗତି ସ୍ବଭାବିକ ଥିଲା, ଯାତ୍ରୀ ବି ସୁରୁଖୁରୁରେ ଯାତ୍ରା କରୁଥିଲେ । ହେଲେ ହଠାତ୍ ଜଖପୁରା ନିକଟରେ ଟ୍ରାକରୁ ଖସିଲା ଟ୍ରେନ୍ । ଚାହୁଁ ଚାହୁଁ ତିନିଟି ବଗି ତଳକୁ ଚାଲିଗଲା । ସମସ୍ତ ମୂଲ୍ୟବାନ ଜୀବନ ସିନା ବଞ୍ଚିଗଲା ହେଲ ଯାତ୍ରୀଙ୍କ ଆଖି ଆଗକୁ ଜଳଜଳ ଆସିଗଲା ସେହି ବାହାନଗାର ଛାତିଥରା କାହାଣୀ ।

author-image
Tanmay Kumar Mahalik
Jajpur Train Accident

Jajpur Train Accident Photograph: (OTV)

ଯାଜପୁରରେ ହୋଇଥା’ନ୍ତା ବାହାନଗା ରିପିଟ୍ ! ରକ୍ତର ଭୋଜି ପାଇଁ ଅନାଇଥିଲା ଲୌହ ଦାନବ । ପଛକୁ ପଛ ଖସିଗଲା ତିନି ବଗି । ଅଳ୍ପକେ ବଞ୍ଚିଲା ଶହଶହ ଜୀବନ । ଯାଜପୁରର ଜଖପୁରା ନିକଟରେ ଚେନ୍ନାଇ-ନ୍ୟୁଜଲପାଇଗୁଡ଼ି ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ ଘଟିଥିଲା । ଛୁକ୍ ଛୁକ୍ କରି ଟ୍ରାକରେ ଗଡ଼ି ଚାଲିଥିଲା ଚେନ୍ନାଇ-ନ୍ୟୁଜଲପାଇଗୁଡ଼ି ଏକ୍ସପ୍ରେସ । 

Advertisment

ଟ୍ରେନର ଗତି ସ୍ବଭାବିକ ଥିଲା, ଯାତ୍ରୀ ବି ସୁରୁଖୁରୁରେ ଯାତ୍ରା କରୁଥିଲେ । ହେଲେ ହଠାତ୍ ଜଖପୁରା ନିକଟରେ ଟ୍ରାକରୁ ଖସିଲା ଟ୍ରେନ୍ । ଚାହୁଁ ଚାହୁଁ ତିନିଟି ବଗି ତଳକୁ ଚାଲିଗଲା । ସମସ୍ତ ମୂଲ୍ୟବାନ ଜୀବନ ସିନା ବଞ୍ଚିଗଲା ହେଲ ଯାତ୍ରୀଙ୍କ ଆଖି ଆଗକୁ ଜଳଜଳ ଆସିଗଲା ସେହି ବାହାନଗାର ଛାତିଥରା କାହାଣୀ ।

କିଏ ଖଣ୍ଡ ଖଣ୍ଡ ହୋଇ ପଡ଼ି ରହିଥିଲା । ଆଉ କାହାର ଶରୀରରୁ ଗୋଡ଼ ହାତ ଅଲଗା ହୋଇଯାଇଥିଲା । ହେଲେ ଜଖପୁରାରେ କିଛି ଅଘଟଣ ଘଟିବା ପୂର୍ବରୁ ଯେମିତି ଅଦୃଶ୍ୟ ଶକ୍ତି ସବୁ କିଛି ଉଦ୍ଧାରି ଦେଇଛନ୍ତି । 

Advertisment

ବାହାନଗାର ସେ ଛାତି ଥରା ଦୃଶ୍ୟ ଏବେ ବି ଲୋକଙ୍କ ଆଖି ଆଗରେ ନାଚି ଉଠୁଛି । ଆଜି ସକାଳୁ ସକାଳୁ ଟ୍ରାକରୁ ଟ୍ରେନ ଖସୁଖସୁ ମନକୁ ଚାଲିଆସିଛି ସେଦିନର ସେ ରକ୍ତ ଭିଜା କାହାଣୀ । ହେଲେ ଭଗବାନଙ୍କକ ଅଶୀର୍ବାଦରୁ କିଛି ବି ଅମଙ୍ଗଳ ଘଟିନାହିଁ । ଶୁଭ ଗୁରୁବାରଟାରେ କାହାର ଅଶୁଭ ନଜର କାଟୁ କରିନି ।

କୌଣସି ଯାତ୍ରୀ ମୃତାହତ ହୋଇନଥିବା ବେଳେ ମାତ୍ର ଦୁଇ ଘଣ୍ଟା ବିଳମ୍ବିତ ହୋଇଥିଲା ଟ୍ରେନ୍ ଗଡ଼ିବା । ସକାଳ ପାଖାପାଖି ୯ଟା ବେଳେ ଟ୍ରେନର ଇଂଜିନ ଓ ଲଗେଜ୍ ଭ୍ୟାନ୍ ଛାଡ଼ି ଅନ୍ୟ ୩ ବଗି ଖସିପଡ଼ିଥିଲା । ହେଲେ ପ୍ରାୟ ୧୧ଟା ପରେ ସ୍ବାଭାବିକ ହୋଇଥିଲା ଟ୍ରେନ୍ ଚଳାଚଳ ।

ଏହି ଦୁର୍ଘଟଣାକୁ ନେଇ ପୂର୍ବତଟ ରେଳବାଇ ମୁଖ୍ୟ ଲୋକସଂପର୍କ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । କେହି ମୃତାହତ ହୋଇନଥିବା ସେ କହିଥିବାବେଳେ ଦୁର୍ଘଟଣାର କାରଣକୁ ନେଇ ତଦନ୍ତ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି । 

ତେବେ ଆଜିର ଏ ଟ୍ରେନ୍ ଦୁର୍ଘଟଣା ମନେପକାଦେଇଛି ସେ ଅଢ଼େଇ ବର୍ଷର ଅଲିଭା ଦାଗ । ୨୦୨୩ ଜୁନ ୩ ତାରିଖରେ ଘଟିଥିବା ବାହାନଗା ରେଳ ଦୁର୍ଘଟଣାରେ ଯାଇଥିଲା ୨୯୬ ଯାତ୍ରୀଙ୍କ ଜୀବନ । ଆଜି କାହାର କିଛି କ୍ଷତି ଘଟିନି ସତ ଆଗକୁ ଯେମିତି ସତର୍କ ରହିବାକୁ ଏହି ଅଘଟଣ କହିଦେଇଛି ।

Passengers Jajpur Accident Train
Advertisment
Related Articles
Advertisment