Advertisment

Tragic NH Accident: ଜାତୀୟ ରାଜପଥରେ ଟ୍ରକକୁ ପଛରୁ ଧକ୍କା ଦେଲା କାର୍, ଡ୍ରାଇଭରଙ୍କ ମୃତ୍ୟୁ

୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ବିଷ୍ଣୁପର ଛକ ନିକଟରେ । କାରରେ ଥିବା ଯୁବକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାଗ୍ରସ୍ତ କାରରେ ମାଂସ ବସ୍ତା ଥିବା ସୂଚନା ମିଳିଛି ।

author-image
Tapan Swain
ACCIDENT

ACCIDENT Photograph: (OTV)

ଟ୍ରକକୁ ପଛରୁ ଧକ୍କା ଦେଲା କାର, ଜଣେ ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ବିଷ୍ଣୁପର ଛକ ନିକଟରେ । କାରରେ ଥିବା ଯୁବକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାଗ୍ରସ୍ତ କାରରେ ମାଂସ ବସ୍ତା ଥିବା ସୂଚନା ମିଳିଛି । 

Advertisment

ସୂଚନା ଅନୁଯାୟୀ, ଧାମନଗରରୁ ଏକ କାର ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଖବରପାଇ କାର ଡ଼୍ରାଇଭରକୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ମେଡିକାଲରେ ଡାକ୍ତର ଏହି ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି।

ତେବେ ମାଂସ କେଉଁ ଉଦ୍ଦେଶ୍ୟରେ କେଉଁଠି କି ଚାଲାଣ ହେଉଥିଲା ଏବଂ ଏହା କେଉଁ ମାଂସ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। 

Advertisment

 ଭଦ୍ରକ ଧାମନଗର ଥାନା ବିଷ୍ଣୁପୁର ଛକଠାରେ ଦୁର୍ଘଟଣା

ଟ୍ରକକୁ ପଛରୁ ଧକ୍କା ଦେଲା କାର୍, ଜଣେ ମୃତ
ଦୁର୍ଘଟଣାରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ 
ଦୁର୍ଘଟଣାଗ୍ରସ୍ତ କାରରୁ ମାଂସ ଜବତ

Accident
Advertisment
Related Articles
Advertisment