Advertisment

Late-Night Horror: ଶ୍ମଶାନ ପାଖରେ ଥିରିଲେ ଡେଲିଭରୀ ବୟ, ଆସିଥିଲା ଫୁଡ୍ ଅର୍ଡର

ଶେଷରେ ଅର୍ଡରଟିକୁ କ୍ୟାନସଲ କରି ଘରକୁ ଫେରୁଛନ୍ତି ଡେଲିଭରି ବୟ ଜଣକ । ଏହି ଘଟଣାଟି କେଉଁ ସ୍ଥାନର ତା’ କାହାକୁ ଜଣାନାହିଁ । ହେଲେ ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

author-image
Tanmay Kumar Mahalik
Delivery Boy Viral

Delivery Boy Viral Photograph: (OTV)

ରାତି ଅଧରେ ଭୂତ ଭୟ ! ଶ୍ମଶାନ ପାଖରେ ଥିରିଲେ ଡେଲିଭରୀ ବୟ ! ଶ୍ମଶାନ ଭିତରକୁ ଡାକୁଥିଲେ ମହିଳା । କଲରେ ଶୁଭୁଥିଲା ଭୟ କଲାଭଳି ସ୍ବର । ଅଧାରାରେ ଜଣେ ଡେଲିଭରି ବୟ ବପଦରେ ପଡ଼ିଛନ୍ତି । ଗ୍ରାହକଙ୍କ ନିକଟରେ ଖାଇବା ପହଞ୍ଚାଇବାକୁ ନେଇ ହଟ୍ଟହଟା ହୋଇଛନ୍ତି ।

Advertisment

ଶେଷରେ ଅର୍ଡରଟିକୁ କ୍ୟାନସଲ କରି ଘରକୁ ଫେରୁଛନ୍ତି ଡେଲିଭରି ବୟ ଜଣକ । ଏହି ଘଟଣାଟି କେଉଁ ସ୍ଥାନର ତା’ କାହାକୁ ଜଣାନାହିଁ । ହେଲେ ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଡେଲିଭରି ବୟ ଖାଇବା ଅର୍ଡର ଧରି ଯାଉଛନ୍ତି ।  ବିଳମ୍ବିତ ରାତିରେ ଏକ କବର ସ୍ଥାନ ଭିତରେ ଖାଦ୍ୟ ପହଞ୍ଚାଇବାକୁ ତାଙ୍କୁ ଜଣେ ମହିଳା ଫେନରେ କହୁଛନ୍ତି । ଏମିତିକି କବର ସ୍ଥାନ ନିକଟ ଗେଟ୍ ପାଖରେ କୁକୁର ବସିଥିବା ମଧ୍ୟ କହୁଛନ୍ତି ।

Advertisment

ଏ ସବୁ ଶୁଣିବା ପରେ ବ୍ୟକ୍ତି ଜଣକ ମହିଳାଙ୍କୁ ବାହାରକୁ ଆସି ଖାଇବା ନେବାକୁ କହୁଛନ୍ତି । ହେଲେ ମହିଳା ତାଙ୍କୁ ବାରମ୍ବାର ଶ୍ମଶାନ ଭିତରକୁ ଯିବାକୁ ବାଧ୍ୟ କରୁଛନ୍ତି ।  ତେଣୁ ସେ ଶ୍ମଶାନ ଭିତରକୁ ନଯାଇ ଅର୍ଡରଟିକୁ କ୍ୟାନସଲ କରି ଫେରି ଆସୁଛନ୍ତି ।

ସୋସିଆଲ ମିଡିଆରେ ଏହି ପୂରା ଘଟଣାର ଭିଡିଓ ଖବ୍ ଭାଇରାଲ ହେଉଛି । ଏହି ଭିଡିଓକୁ ନେଇ ଅନେକ ୟୁଜର୍ସ ନିଜର ମତାମତ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, "ଲୋକମାନେ ପ୍ରାୟତଃ ଭୁଲିଯାଆନ୍ତି ଯେ, ଡେଲିଭରି ଏଜେଣ୍ଟମାନେ ମଣିଷ, ରୋବୋଟ୍ ନୁହଁନ୍ତି ।

କେବଳ ଖାଦ୍ୟ ପହଞ୍ଚାଇବା ପାଇଁ କାହାକୁ କବରସ୍ଥାନକୁ ଯିବାକୁ ଆଶା କରିବା ସମ୍ପୂର୍ଣ୍ଣ ଅବାସ୍ତବ । ଯଦି ସେ ମନା କରିଦେଇଥିଲେ, ତେବେ ଏହା ତାଙ୍କ ସୁରକ୍ଷା ଏବଂ ମାନସିକ ଶାନ୍ତି ପାଇଁ ଥିଲା, ଏବଂ ସେହି ନିଷ୍ପତ୍ତି ସମ୍ମାନ ପାଇବା ଯୋଗ୍ୟ ।

ସେହିପରି ଅଧିକଂଶ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି, ଭିଡିଓଟି ସୋସିଆଲ ମିଡିଆ ଲାଇକ୍ ପାଇଁ ତିଆରି କରାଯାଇଛି । କେତେକ ଏହା ମଧ୍ୟ ମତ ଦେଇ ଲେଖିଛନ୍ତ, ଏହା କେବଳ ମଜା ପାଇଁ ହୋଇଥାଇ ପାରେ। ଏହିଭଳି ବହୁ ୟୁଜର୍ସ ନିଜ ମତାମତ ଦେଇଛନ୍ତି । 

Online Food Order Delivery Boy Horror
Advertisment
Related Articles
Advertisment