Advertisment

War of Words in Parliament: ସଂସଦ ପରିସରରେ ବାକ୍ ଯୁଦ୍ଧ, ରାହୁଲ-ରଭନୀତ୍ ମୁହାଁମୁହିଁ

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କେନ୍ଦ୍ରମନ୍ତ୍ରୀ ରଭନୀତ୍ ସିଂ ବିଟ୍ଟୁଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ହୋଇଥିଲା । ସେହି ସମୟରେ ରାହୁଲ, ବିଟ୍ଟୁଙ୍କୁ ବିଶ୍ୱାସଘାତକ ବୋଲି କହିଥିଲେ । ଆଉ ଜବାବରେ ରଭନୀତ, ରାହୁଲଙ୍କୁ ଦେଶର ଶତ୍ରୁ ବୋଲି ସମ୍ବୋଧନ କରିଥିଲେ

author-image
Tanmay Kumar Mahalik
Rahul Rvneet Controversy

Rahul Rvneet Controversy Photograph: (OTV)

ସଂସଦ ପରିସରରେ ବାକ୍ ଯୁଦ୍ଧ । ରାହୁଲ-ରଭନୀତ୍ ମୁହାଁମୁହିଁ । ବିରୋଧୀ ଦଳ ନେତା ଓ କେନ୍ଦ୍ରମନ୍ତ୍ରୀଙ୍କ କଥା କଟାକଟି । ଆଜି ସଂସଦ ଭବନ ପରିସରରେ ଏମିତି କିଛି ଚିତ୍ର ଦେଖିବାକୁ ମିଳିଥିଲା । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କେନ୍ଦ୍ରମନ୍ତ୍ରୀ ରଭନୀତ୍ ସିଂ ବିଟ୍ଟୁଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ହୋଇଥିଲା । ସେହି ସମୟରେ ରାହୁଲ, ବିଟ୍ଟୁଙ୍କୁ ବିଶ୍ୱାସଘାତକ ବୋଲି କହିଥିଲେ । ଆଉ ଜବାବରେ ରଭନୀତ, ରାହୁଲଙ୍କୁ ଦେଶର ଶତ୍ରୁ ବୋଲି ସମ୍ବୋଧନ କରିଥିଲେ ।

Advertisment

ଦୁଇ ନେତାଙ୍କ ଏଭଳି ଟକରାଟକରିର ମୁକସାକ୍ଷୀ ସାଜିଥିଲା ସଂସଦ ଭବନ । ଆଉ ଗୃହ ପରିସରରେ ଥିବା କଂଗ୍ରେସ ଓ ବିଜେପିର ସାଂସଦ ମାନେ ମଧ୍ୟ ସବୁ ଶୁଣିଥିଲେ । କୁହାଯାଉଛି, ରାହୁଲ ଗାନ୍ଧୀ ହାତ ମିଳାଇବା ପାଇଁ ହାତ ବଢ଼ାଇ କହିଥିଲେ, ନମସ୍ତେ ଭାଇ, ମୋର ଗଦ୍ଦାର ବନ୍ଧୁ । ଚିନ୍ତା କରନି, ତୁମେ ପୁଣି କଂଗ୍ରେସକୁ ଫେରିଆସିବ । ରାହୁଲଙ୍କ ଏପରି କଥା ଶୁଣି କେନ୍ଦ୍ରମନ୍ତ୍ରୀ ରଭନୀତ୍ ବିଟ୍ଟୁ ରାଗିଯାଇଥିଲେ ।

ରାହୁଲଙ୍କ ସହ ହାତ ମିଳାଇବାକୁ ମନା କରିବା ସହ କଡ଼ା ପ୍ରତିକ୍ରିୟା ରଖିଥିଲେ । ରାହୁଲଙ୍କୁ ଜବାବ ଦେଇ ରଭନୀତ୍ କହିଥିଲେ, ଆପଣ ଦେଶର ଶତ୍ରୁ । ଏହି କଥାକୁ ନେଇ ସାଂସଦମାନଙ୍କ ମଧ୍ୟରେ ବେଶ୍ ହୋ-ହଲ୍ଳା ହୋଇଥିଲା । ରାହୁଲଙ୍କ ଏପରି କହିବା ପଛରେ ତାଙ୍କର କିଛି ଉଦ୍ଦେଶ୍ୟ ଥିବା ମଧ୍ୟ କୁହାଯାଉଛି ।

Advertisment

କାରଣ, ରଭନୀତ୍ ବିଟ୍ଟୁ ପୂର୍ବରୁ କଂଗ୍ରେସରେ ଥିଲେ । ରାହୁଲ ଗାନ୍ଧୀଙ୍କ ସବୁଠୁ ଘନିଷ୍ଠ ଥିଲେ । ୨୦୨୧ରେ ଲୋକସଭାରେ କଂଗ୍ରେସ ଦଳ ନେତା ଥିଲେ । ହେଲେ ୨୦୨୪ରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । 

ରାହୁଲ ଏବଂ ବିଟ୍ଟୁଙ୍କ କଳିତକରାଳ ନେଇ ଆଜି ଦେଶବ୍ୟାପୀ ଚର୍ଚ୍ଚା ଲାଗି ରହିଛି । ବିରୋଧୀ ଦଳର ନେତା ହୋଇ ରାହୁଲ ଏପରି କହିବାକୁ ସୋସିଆଲ ମିଡିଆରେ ନାପସନ୍ଦ କରିଛନ୍ତି ନେଟିଜେନ୍‌ । 

Union Minister Bittu Rahul Gandhi Parliament Indian English Words War
Advertisment
Related Articles
Advertisment