Advertisment

Parking Fee Hiked: ବଢ଼ିଲା ପାର୍କିଂ ଫି’, ଏଣିକି ଗାଡ଼ି ରଖିଲେ ଦେବାକୁ ପଡ଼ିବ ୫ ଶହ

ଚାରି ଚକିଆ ଯାନ ପିଛା ୫ ଶହ ଟଙ୍କା ଆଦାୟ କରାଯିବ। ଏଥିରେ ୧୮ ପ୍ରତିଶତ ଜିଏସଟି ରହିଛି। କୌଣସି ଭକ୍ତ ଯଦି ନିଜ ଚାରି ଚକିଆ ଯାନ ୨୪ ଘଣ୍ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନର ୪ଟି ଭକ୍ତନିବାସରେ ପାର୍କ କରୁଛନ୍ତି ତେବେ ସେମାନଙ୍କୁ ୫ ଶହ ଟଙ୍କା ଦେବାକୁ ପଡିବ।

author-image
Madhupriya Mistry
Parking Fee

Parking Fee Photograph: (OTV)

ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ଭକ୍ତନିବାସର ପାର୍କିଂ ଫି ବଢିଲା। ଚାରି ଚକିଆ ଯାନ ପିଛା ୫ ଶହ ଟଙ୍କା ଆଦାୟ କରାଯିବ। ଏଥିରେ ୧୮ ପ୍ରତିଶତ ଜିଏସଟି ରହିଛି। କୌଣସି ଭକ୍ତ ଯଦି ନିଜ ଚାରି ଚକିଆ ଯାନ ୨୪ ଘଣ୍ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନର ୪ଟି ଭକ୍ତନିବାସରେ ପାର୍କ କରୁଛନ୍ତି ତେବେ ସେମାନଙ୍କୁ ୫ ଶହ ଟଙ୍କା ଦେବାକୁ ପଡିବ। 

Advertisment

ଗୁଣ୍ଡିଚା ଭକ୍ତନିବାସ, ନୀଳାଦ୍ରି ଭକ୍ତନିବାସ, ପୁରୁଷୋତ୍ତମ ଭକ୍ତନିବାସ ଏବଂ ନୀଳାଚଳ ଭକ୍ତନିବାସର ପାର୍କିଂ ଫି ବଢିଛି। ଶ୍ରୀମନ୍ଦିର ମୁଖ୍ୟ ଉନ୍ନୟନ ପ୍ରଶାସକ ଏହି ନିର୍ଦେଶନାମା ଜାରି କରିଛନ୍ତି। ତେବେ ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହୋଇଥିଲା କି ନାହିଁ ସ୍ପଷ୍ଟ ହୋଇନାହିଁ।

Odisha Shree Mandir Administration Puri Temple Puri Parking Fee
Advertisment
Related Articles
Advertisment