Advertisment

Paddy Lifting to Resume: ଆଜିଠୁ ମଣ୍ଡିରେ ସ୍ବାଭାବିକ ହେବ ଧାନ ଉଠା

ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ। ଏନେଇ ଗତକାଲି ସୂଚନା ଦେଇଛନ୍ତି ମିଲର୍ସ ସଂଘ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦାସ। ସଂଘର ସମ୍ପାଦକ କହିଛନ୍ତି ‘୧୫ ଦିନ ଭିତରେ ସରକାର ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି’।

author-image
Madhupriya Mistry
Paddy Procurement

Paddy Procurement Photograph: (OTV)

ଆଜିଠାରୁ ମଣ୍ଡିରେ ସ୍ବାଭାବିକ ହେବ ଧାନ ଉଠା। ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ। ଏନେଇ ଗତକାଲି ସୂଚନା ଦେଇଛନ୍ତି ମିଲର୍ସ ସଂଘ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦାସ। ସଂଘର ସମ୍ପାଦକ କହିଛନ୍ତି ‘୧୫ ଦିନ ଭିତରେ ସରକାର ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି’।

Advertisment

‘୧୫ ଦିନ ଭିତରେ ଦାବି ପୂରଣ ନ ହେଲେ ବୈଠକ କରି ନିଷ୍ପତ୍ତି ନେବୁ। ‘୭ ଦିନ ଭିତରେ ବକେୟା ଟଙ୍କା ଦେବା ନେଇ ଚିଠି କରିଛନ୍ତି। ସେପଟେ ଗତକାଲି ଅନୁଗୁଳ ବେନ୍ତପୁର ଠାରେ ଖୋଲିଛି ଜିଲ୍ଲାର ପ୍ରଥମ ଧାନ ମଣ୍ଡି। ଏ ବର୍ଷ ଜିଲ୍ଲାର ୧୫ ଲକ୍ଷ କ୍ବିଣ୍ଟାଲ ଧାନ କିଣିବାକୁ ଲକ୍ଷ ରଖାଯାଇଛି। ହେଲେ ମଣ୍ଡିକୁ ଗତକାଲି ସୁଦ୍ଧା କେହି ମିଲର ଆସିନଥିବାରୁ ଆମେ ଧାନ କାହାକୁ ବିକିବୁ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ।

Anugul Mandi Farmer Agriculture
Advertisment
Related Articles
Advertisment