Advertisment

20 Buffaloes Die: ୧୫ ଦିନରେ ଆଖି ବୁଜିଲେ ୨୦ରୁ ଅଧିକ ମଇଁଷି

ପାଟଣା ଓ ଖଟୁଆ ପାଟଣା ଗାଁରେ ଗତ ୧୫ ଦିନରେ ମଲେଣି ୨୦ରୁ ଉର୍ଦ୍ଧ୍ବ ମଇଁଷି। ମଇଁଷିଙ୍କର ମୃତ୍ୟୁ ଫଳରେ ଗୋପାଳଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯିବା ସହ ମଇଁଷି ହରାଇଥିବା ଚାଷୀମାନେ ଏବେ ଦୁଃଖରେ ଦିନ କାଟୁଛନ୍ତି।

author-image
Madhupriya Mistry
Buffaloes Die

Buffaloes Die Photograph: (OTV)

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ସୁନ୍ଦରପୁର ପଞ୍ଚାୟତ ଦୋହରା ପାଟଣା ଓ ଖଟୁଆ ପାଟଣା ଗାଁରେ ଗତ ୧୫ ଦିନରେ ମଲେଣି ୨୦ରୁ ଉର୍ଦ୍ଧ୍ବ ମଇଁଷି। ମଇଁଷିଙ୍କର ମୃତ୍ୟୁ ଫଳରେ ଗୋପାଳଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯିବା ସହ ମଇଁଷି ହରାଇଥିବା ଚାଷୀମାନେ ଏବେ ଦୁଃଖରେ ଦିନ କାଟୁଛନ୍ତି। ଏପରି ସମସ୍ୟା ବାବଦରେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ମଇଁଷିକୁ ନେଇ ଜୀବିକା ନିର୍ବାହ କରୁଥିବା ଚାଷୀମାନଙ୍କ ପାଇଁ ଏହି ମଡକ ଚିନ୍ତାରେ ପକାଇଛି। ଚାନ୍ଦବାଲି ପଶୁ ଚିକିତ୍ସା ଅଧିକାରୀଙ୍କ ସୂଚନା ଅନୁଯାୟୀ ମଇଁଷିଙ୍କ କଲିଜାରେ କୃମି ସହିତ ମୁହଁ ଫୁଲି ଯାଉଛି। ଏବେ ସେମାନଙ୍କୁ ଚିକିତ୍ସା କରା ଯାଉଛି। ଧୀରେ ଧୀରେ ସୁସ୍ଥ ହେବ ବୋଲି ଆଶା କରାଯାଉଛି।

ଅନ୍ୟ ପକ୍ଷରେ ମଇଁଷି ପାଳକ ଏବେ ଦୁଃଖରେ ଭାଙ୍ଗି ପଡ଼ିବା ସହ ପରିବାର ପ୍ରତିପୋଷଣ କିପରି କରିବେ ସରକାରୀ ବାଟକୁ ଚାହିଁ ରହିଛନ୍ତି। ସେମାନଙ୍କ କହିବା ଅନୁସାରେ  ଚିକିତ୍ସା ସୁବିଧା ଦେବା ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ସାହାଯ୍ୟ ପ୍ରଦାନ କରିବାକୁ ସରକାରୀ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Advertisment

Odisha Buffalo Mass Death Of Buffaloes
Advertisment
Related Articles
Advertisment