/odishatv-khabar/media/media_files/2025/12/02/paddy-procurement-2025-12-02-10-09-53.jpg)
Paddy Procurement Photograph: (OTV)
ରାଜ୍ୟରେ ଆଜିଠୁ ଆରମ୍ଭ ହେବ ଧାନକିଣା ପ୍ରକ୍ରିୟା । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ରାଜ୍ୟ ଓ ଜିଲ୍ଲା ରାଇସ ମିଲର୍ସ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି । ଗତକାଲି ଲୋକସେବା ଭବନରେ ବସିଥିବା ବୈଠକରେ ଚାଷଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଧାନ ସଂଗ୍ରହ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ଅବସରରେ ମିଲର୍ସ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବି ଗୁଡିକୁ ବିଚାରକୁ ନେଇ ଖୁବଶୀଘ୍ର ସମାଧାନ କରାଯିବ ବୋଲି ମନ୍ତ୍ରୀଙ୍କ କହିବା ପରେ ଧାନକିଣାରେ ସହଯୋଗ ପାଇଁ ମିଲର୍ସମାନେ ପ୍ରତିଶ୍ରୁତି ଦେଇଛନ୍ତି ।
ଧାନ କିଣା ପାଇଁ ରାଜ୍ୟ ଯୋଗାଣ ନିଗମ ସହ କଷ୍ଟମ ମିଲସର ବୁଝାମଣା ପତ୍ର ସ୍ବାକ୍ଷର ପରେ ଆଜିଠୁ ଧାନ ସଂଗ୍ରହ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ। ପଞ୍ଜିକୃତ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରିବା ସହ ସେମାନଙ୍କୁ ପ୍ରାପ୍ୟ ପ୍ରଦାନ ଉପରେ ସରକାର ପଦକ୍ଷେପ ନେଇଛନ୍ତି ।
• ଆଜିଠୁ ସଂଗ୍ରହ ହେବ ଧାନ
• ରାଜ୍ୟରେ ଆଜିଠୁ ଆରମ୍ଭ ହେବ ଧାନକିଣା ପ୍ରକ୍ରିୟା
• ଯୋଗାଣ ମନ୍ତ୍ରୀଙ୍କ ସହିତ ମିଲର୍ସଙ୍କ ସଫଳ ଆଲୋଚନା
• ଧାନ ସଂଗ୍ରହ ଉପରେ ବିସ୍ତୃତ ଆଲୋଚନା
• ମିଲର୍ସଙ୍କ ଦାବି ପୂରଣ ନେଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି
• ଧାନକିଣାରେ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଲେ ମିଲର୍ସ
• ଯୋଗାଣ ନିଗମ ସହ କଷ୍ଟମ ମିଲସର ହେବ ବୁଝାମଣା ପତ୍ର ସ୍ବାକ୍ଷର
Tickets Sold Out in Minutes: ସାଇଟ୍ ଖୋଲୁ ଖୋଲୁ ଟିକେଟ୍ ସଫା: ଏବେ ଅଫଲାଇନ୍ ଭରସା

Sanchar Saathi a default on all phones: ସବୁ ଫୋନରେ ରହିବ `ସଂଚାର ସାଥୀ': କେହି ଡିଲିଟ୍ କିମ୍ବା ଅନ୍ ଇନଷ୍ଟଲ୍ କରିପାରିବେ ନାହିଁ

Indian Army's Successful BrahMos Test-Fire: ବଙ୍ଗୋପସାଗରରେ ବ୍ରହ୍ମୋସ୍ ଗର୍ଜନ: ସ୍ବଦେଶୀ କ୍ଷେପଣାସ୍ତ୍ର ପ୍ରଣାଳୀର ଶକ୍ତିଶାଳୀ ପ୍ରମାଣ

Shubhamitra Murder Case: ଶୁଭମିତ୍ରା ମର୍ଡର: ୬୮୦ ପୃଷ୍ଠାର ଚାର୍ଜସିଟ୍… ତଣ୍ଟି ଚିପି ହତ୍ୟା କରିଥିଲା ଦୀପକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)