Advertisment

Tickets Sold Out in Minutes: ସାଇଟ୍ ଖୋଲୁ ଖୋଲୁ ଟିକେଟ୍ ସଫା: ଏବେ ଅଫଲାଇନ୍ ଭରସା

ଅନଲାଇନ୍ ଟିକେଟ୍ କାଟିଥିଲେ ୮ ଓ ୯ ତାରିଖରେ ହାର୍ଡକପି ପାଇବେ। କାଲି ଓ ୪ରେ ଓସିଏ ସହ ଅନୁବନ୍ଧିତ ବିଭିନ୍ନ ୟୁନିଟଙ୍କୁ ଟିକଟ୍ ବିକ୍ରି ହେବ। ଡିସେମ୍ବର ୫ରେ ଅଫଲାଇନ୍ ଟିକେଟ୍ ବିକ୍ରି।

author-image
Chinmayee Sahoo
Tickets Sold Out

Tickets Sold Out Photograph: (OTV)

ସାଇଟ୍ ଖୋଲୁ ଖୋଲୁ ଟିକେଟ୍ ସଫା। ଫ୍ୟାନ୍ ନିରାଶ, ଦର୍ଶକ ଖପ୍ପା। ଗତକାଲି ଚାହୁଁ ଚାହୁଁ ସରିଗଲା ବାରବାଟୀ ମ୍ୟାଚ୍ ଅନଲାଇନ୍ ଟିକେଟ୍। ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ୍ ପାଇଁ ୱେବସାଇଟ୍ ଖୋଲିବାର ମାତ୍ର କେଇ ମିନିଟ୍ ଭିତରେ ୨ ହଜାର ଟିକେଟ୍ ସରିଗଲା। ଯାହାକୁ ନେଇ ନିରାଶ କ୍ରିକେଟ୍ ପ୍ରେମୀ। 

Advertisment

ଟିକେଟ୍ କିଣିବାକୁ ଧାଡିରେ ଥିଲେ ପ୍ରାୟ ୪୦ ହଜାରରୁ ଅଧିକ ଦର୍ଶକ। ଜଣ ପିଛା ମାତ୍ର ୨ଟି ଲେଖାଏଁ ଟିକେଟ୍ କିଣିବା ନିୟମ ରହିଥିଲା। ଏଣୁ କିଛି ସମୟ ଭିତରେ ସବୁ ଟିକେଟ୍ ସେଲ୍ ଦର୍ଶାଯାଇଥିଲା। ଯେଉଁମାନେ ଅନଲାଇନ୍ ଟିକେଟ୍ କାଟିଛନ୍ତି, ସେମାନେ ଆସନ୍ତା ୮ ଓ ୯ ତାରିଖରେ କଟକ କେମ୍ବ୍ରିଜ୍ ସ୍କୁଲରେ ସ୍ୱତନ୍ତ୍ର କାଉଣ୍ଟରରୁ ଟିକଟର ହାର୍ଡକପି ପାଇବେ। 

ଆସନ୍ତାକାଲି ଓ ୪ରେ ଓସିଏ ସହ ଅନୁବନ୍ଧିତ ବିଭିନ୍ନ ୟୁନିଟ୍ ମାନକୁ ଟିକଟ୍ ବିକ୍ରି ହେବ। ମୋଟ ୪୨ହଜାର ଟିକଟରୁ କେବଳ ୧୧ହଜାର ଓସିଏ ଅନୁବନ୍ଧିତ ୟୁନିଟ୍ କିଣି ନେବେ। ଡିସେମ୍ବର ୫ରେ ଷ୍ଟାଡିୟମ ନିକଟ କାଉଣ୍ଟରରେ ୧୦ ହଜାର ଟିକଟ୍ ବିକ୍ରି ହେବ।  ଡିସେମ୍ବର ୯ରେ ବାରବାଟୀରେ ଟି-୨୦ ମ୍ୟାଚ୍ ଖେଳାଯିବ।

Advertisment

•    ଏବେ ଅଫଲାଇନ୍ ଭରସା 
•    ସାଇଟ୍ ଖୋଲୁ ଖୋଲୁ ଟିକେଟ୍ ସଫା
•    କେଇ ମିନିଟରେ ସରିଗଲା ଅନଲାଇନ୍ ଟିକେଟ
•    ଟିକେଟ୍ ଥିଲା ୨ ହଜାର, କ୍ୟୁରେ ଥିଲେ ୪୦ ହଜାର
•    ଅନଲାଇନ୍ ଟିକେଟ୍ କାଟିଥିଲେ ୮ ଓ ୯ ତାରିଖରେ ହାର୍ଡକପି ପାଇବେ
•    କାଲି ଓ ୪ରେ ଓସିଏ ସହ ଅନୁବନ୍ଧିତ ବିଭିନ୍ନ ୟୁନିଟଙ୍କୁ ଟିକଟ୍ ବିକ୍ରି ହେବ
•    ୧୧ ହଜାର ଟିକେଟ୍ ଓସିଏ ଅନୁବନ୍ଧିତ ୟୁନିଟ୍ କିଣିନେବେ
•    ଡିସେମ୍ବର ୫ରେ ଅଫଲାଇନ୍ ଟିକେଟ୍ ବିକ୍ରି
•    ଅଫଲାଇନରେ ବିକ୍ରି ହେବ ୧୦ ହଜାର ଟିକେଟ୍
•    ଡିସେମ୍ବର ୯ରେ ବାରବାଟୀରେ T-20 ମ୍ୟାଚ୍

Online Ticket Sale For Barabati Match
Advertisment
Related Articles
Advertisment