/odishatv-khabar/media/media_files/2025/12/02/sanchar-saathi-2025-12-02-09-36-11.jpg)
Sanchar Saathi Photograph: (OTV)
ଏଣିକି ସବୁ ମୋବାଇଲରେ ରହିବ ସାଇବର୍ ସୁରକ୍ଷା ଆପ୍। ପ୍ରତ୍ୟେକ ନୂଆ ସ୍ମାର୍ଟଫୋନରେ ସାଇବର ସୁରକ୍ଷା ଆପ୍ ସଂଚାର ସାଥୀ ପ୍ରି ଇନଷ୍ଟଲ୍ କରାଯିବ । ଫୋନ୍ ପ୍ରସ୍ତୁତ ହେଉଥିବା ସମୟରେ ସଂଚାର ସାଥୀ ଲୋଡ୍ କରିବାକୁ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଟେଲିକମ୍ ବିଭାଗ। କୌଣସି ପରିସ୍ଥିତିରେ ସେହି ଆପକୁ କେହି ଡିଲିଟ୍ କିମ୍ବା ଅନଇନଷ୍ଟଲ୍ କରିପାରିବେ ନାହିଁ।
ସାଇବର ଠକେଇ ବିରୋଧ ଲଢେଇକୁ ଜୋରଦାର କରିବାକୁ ଏଭଳି ପଦକ୍ଷେପ ନିଆଯିବା ସହିତ ଏଥିପାଇଁ ମୋବାଇଲ୍ କମ୍ପାନୀମାନଙ୍କୁ ୯୦ ଦିନର ସମୟ ଦିଆଯାଇଛି। ପୁରୁଣା ଫୋନରେ ସଫ୍ଟୱେର୍ ଅପଡେଟ୍ ଜରିଆରେ ଏହାକୁ ଇନଷ୍ଟଲ୍ କରାଯିବ। ଏହି ଆପ୍ ନକଲି IMEMI ନମ୍ବର ସ୍କାମ୍, ସାଇବର ଠକେଇ ଓ ଫୋନ୍ ଚୋରି ରୋକିବାରେ ସହାୟକ ହେବ।
କମ୍ପାନୀ ମାନେ ନିୟମ ପାଳନ କରି ୧୨୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ। ସଂଚାର ସାଥୀ ଆପ୍ ସରକାରଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଏକ ସାଇବର୍ ସୁରକ୍ଷା ଟୁଲ୍। ଯାହା ୭ ଲକ୍ଷରୁ ଅଧିକ ଚୋରି ଫୋନ୍ ଫେରାଇ ଆଣିବାରେ ସହାୟକ ହୋଇଛି।
• ସବୁ ଫୋନରେ ରହିବ `ସଂଚାର ସାଥୀ'
• ସବୁ ମୋବାଇଲରେ ରହିବ ସାଇବର୍ ସୁରକ୍ଷା ଆପ୍
• ସାଇବର ସୁରକ୍ଷା ଆପ୍ `ସଂଚାର ସାଥୀ' ପ୍ରି ଇନଷ୍ଟଲ୍ ହେବ
• ଫୋନ୍ ପ୍ରସ୍ତୁତ ହେଉଥିବା ସମୟରେ ଲୋଡ୍ ହେବ `ସଂଚାର ସାଥୀ'
• କେହି ଡିଲିଟ୍ କିମ୍ବା ଅନ୍ ଇନଷ୍ଟଲ୍ କରିପାରିବେ ନାହିଁ
• ମୋବାଇଲ୍ କମ୍ପାନୀମାନଙ୍କୁ ଦିଆଗଲା ୯୦ ଦିନ ସମୟ
• ପୁରୁଣା ଫୋନରେ ସଫ୍ଟୱେର୍ ଅପଡେଟ୍ ଜରିଆରେ ଇନଷ୍ଟଲ୍ ହେବ
• ସାଇବର ଠକେଇ ଓ ଫୋନ୍ ଚୋରି ରୋକିବାରେ ସହାୟକ ହେବ
Indian Army's Successful BrahMos Test-Fire: ବଙ୍ଗୋପସାଗରରେ ବ୍ରହ୍ମୋସ୍ ଗର୍ଜନ: ସ୍ବଦେଶୀ କ୍ଷେପଣାସ୍ତ୍ର ପ୍ରଣାଳୀର ଶକ୍ତିଶାଳୀ ପ୍ରମାଣ

Shubhamitra Murder Case: ଶୁଭମିତ୍ରା ମର୍ଡର: ୬୮୦ ପୃଷ୍ଠାର ଚାର୍ଜସିଟ୍… ତଣ୍ଟି ଚିପି ହତ୍ୟା କରିଥିଲା ଦୀପକ

Daily Horoscope 2nd December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 2nd December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)