Advertisment

Bodies Missing from Cremation Ground: ଗାଁ ମଶାଣିରୁ କିଏ ଓ କାହିଁକି ନେଉଛି ଶବ? ରହସ୍ୟ ଭେଦିବାକୁ ତନାଘନା

ଗାଁ ମଶାଣିରୁ କିଏ ଓ କାହିଁକି ନେଉଛି ଶବ? ଗୋଟିଏ ରାତିରେ ସମାଧି ଖୋଳି ୫ ଶବ ଉଭାନ। ମୃତଦେହ ପୋତିବାର ୧୧ ଦିନରୁ ୩ ମାସରେ ଶବ ଗାଏବ। ଥାନାରେ ମାମଲା ପରେ ରହସ୍ୟ ଭେଦିବାକୁ ତନାଘନା।

author-image
Chinmayee Sahoo
Bodies Missing from Cremation Ground

Bodies Missing from Cremation Ground Photograph: (OTV)

ଶ୍ମଶାନରୁ ଶବ ଗାଏବ। ମୃତଦେହ ପୋତିବାର ୧୧ ଦିନରୁ ୩ ମାସ ଭିତରେ ମଶାଣିରୁ ଉଭାନ୍ ହେଇଯାଉଛି ଶବ। ଗୋଟିଏ କି ଦୁଇଟି ନୁହେଁ ବିଗତ କିଛି ବର୍ଷରେ ଗୋଟିଏ ଶ୍ମଶାନରୁ ଗାଏବ ହେଇଗଲାଣି ୩୦ରୁ ଅଧିକ ମୃତଦେହ। କିଏ ନେଉଛି, କାହିଁକି ନେଉଛି, ରହସ୍ୟ ଘେରରେ ସବୁ ପ୍ରଶ୍ନ। 

Advertisment

ଭଦ୍ରକ ଜିଲ୍ଲା ଷୋଳମପୁର ପଞ୍ଚାୟତର ମଣିନାଥପୁର ଗାଁ ଶ୍ମଶାନର ଏଭଳି କାଣ୍ଡକୁ ନେଇ ସାରା ଅଞ୍ଚଳରେ ହଇଚଇ। ଅଭିଯୋଗ ହେଉଛି ମଣିନାଥପୁର ଶ୍ମଶାନରେ ଇଏ ପ୍ରଥମ ଘଟଣା ନୁହେଁ। ୨୦୧୬ରୁ ଏପର୍ଯ୍ୟନ୍ତ ଶ୍ମଶାନରେ ଥିବା ସମାଧି ଭିତରୁ ପ୍ରାୟ ୩୦ରୁ ଅଧିକ ଶବ ଗାଏବ୍ ହେଲାଣି। 

କୁଆଡ଼େ ଯାଉଛି, କଣ ହେଉଛି କେହି କିଛି ଜାଣିପାରୁନାହାନ୍ତି । କିଏ କହୁଛି ଗୁଣିଗାରେଡ଼ି ପାଇଁ ତ ପୁଣି କିଏ କହୁଛି ଅଙ୍ଗ ତସ୍କରି କିମ୍ବା ମେଡିକାଲରେ ବ୍ୟବହାର ଉଦ୍ଦେଶ୍ୟରେ ଶବ ଚୋରିର ଏକ ସଂଗଠିତ ରାକେଟ୍ ଚାଲିଛି। ଭଣ୍ଡାରୀପୋଖରୀ ଥାନାରେ ଅଭିଯୋଗ ପରେ ତତ୍ପର ହୋଇଛି ସ୍ଥାନୀୟ ପୋଲିସ୍। ଏପରକି ସାଇଣ୍ଟିଫିକ୍ ଟିମ୍ ଡଗ୍ ସ୍କ୍ବାର୍ଡ ସହ ଏସପି ମଧ୍ୟ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ବି ଏଯାଏଁ ରହସ୍ୟ ଉପରୁ ପର୍ଦ୍ଦା ହଟିନି।

Advertisment

Bhadrak
Advertisment
Related Articles
Advertisment