/odishatv-khabar/media/media_files/2026/02/21/srimandir-2026-02-21-13-56-01.jpg)
Srimandir Photograph: (OTV)
ଶ୍ରୀମନ୍ଦିର ଉପରେ ବେଆଇନ ଭାବେ ୧୦ ଥର ଉଡି଼ଛି ଡ୍ରୋନ୍। ଜୁନ ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ୧୦ ଥର ବେଆଇନ ଭାବେ ଡ୍ରୋନ ଉଡ଼ିଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ୧୦ ଟି ମାମଲାରୁ ୨ଟି ମାମଲାରେ ଫାଇନାଲ ଫର୍ମ ପ୍ରଦାନ କରାଯାଇଛି।
୮ ଗୋଟି ମାମଲାର ତଦନ୍ତ ଜାରି ରହିଛି। ସେହିପରି ଶ୍ରୀମନ୍ଦିର ପରିସରକୁ ୭୦୦ ଜଣ ବ୍ୟକ୍ତି ଅନଧିକୃତ ଭାବେ ମୋବାଇଲ ଫୋନ ଧରି ପ୍ରବେଶ କରିଛନ୍ତି। ଏଥିରେ ୬ ଲକ୍ଷ ୯୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବେଲେ ଏହି ଘଟଣାରେ ସିଂହଦ୍ବାର ଥାନାରେ ୯ଟି ମାମଲା ରୁଜୁ କରାଯାଇଥିବା ବେଳେ ୭ ଟି ମାମଲାର ଫଇସଲା ହୋଇଛି ଓ ୨ ଟି ମାମଲାର ତଦନ୍ତ ଚାଲିଛି।
ଶ୍ରୀମନ୍ଦିର ଭିତରେ ବା ପରିସରରେ ବେଆଇନଭାବେ ଫଟୋ/ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପ୍ରସାରଣ ନେଇ ସିଂହଦ୍ବାର ଥାନାରେ ୮ଟି ମାମଲା ରୁଜୁ କରାଯାଇଛି ଓ ସେଥ୍ ମଧ୍ୟରୁ ୫ ଗୋଟି ମାମଲାର ତଦନ୍ତ ସରିଛି ଓ ୩ ଗୋଟି ମାମଲାର ତଦନ୍ତ ଚାଲିଥିବା ନେଇ ଲିଖିତ ଭାବେ ଜଣାଇଛନ୍ତି ଆଇନ ମନ୍ତ୍ରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)