/odishatv-khabar/media/media_files/2026/01/21/vice-president-2026-01-21-10-52-42.jpg)
Vice President Photograph: (OTV)
ଆସନ୍ତା ୨୩ ତାରିଖରେ ଉପରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତ ପାଇଁ ସରକାରୀ ପ୍ରସ୍ତୁତି ଜୋରଦାର। ଗସ୍ତ କାର୍ଯ୍ୟକ୍ରମ ଯେପରି ଶୃଙ୍ଖଳିତ ଏବଂ ସୂଚାରୁରୂପେ ପରିଚାଳନା ହେବ, ସେନେଇ ଲୋକସେବା ଭବନରେ ବସିଥିଲା ପ୍ରସ୍ତୁତି ବୈଠକ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି।
ଆସନ୍ତା ୨୩ ତାରିଖରେ ସକାଳ ୮ଟା ୫୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଉପରାଷ୍ଟ୍ରପତି। ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ବା ପରାକ୍ରମ ଦିବସ ଉପଲକ୍ଷେ କଟକକୁ ଯାଇ ନେତାଜୀ ମ୍ୟୁଜିୟମ ପରିଦର୍ଶନ କରିବେ।
ଏହି ଅବସରରେ ଜିଲ୍ଲା ସଂସ୍କୃତି ଭବନ ମଧ୍ୟ ଉଦଘାଟନ କରିବେ ଉପରାଷ୍ଟ୍ରପତି। ସେଠାରୁ ରାଜ୍ୟପାଳଙ୍କ ଲୋକ ଭବନ ଆସି ମଧ୍ୟାହ୍ନ ଭୋଜନ କରିବେ। ପରେ ୨ଟା ୧୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରୁ କୋଲକାତା ଅଭିମୁଖେ ଯିବେ ବୋଲି ସୂଚନା ମିଳିଛି।
୨୩ରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି
ଉପରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଜୋର୍
ଲୋକସେବା ଭବନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ
୨୩ ତାରିଖ ସକାଳ ୮ଟା ୫୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ
୨୩ ତାରିଖରେ କଟକ ଯାଇ ନେତାଜୀ ମ୍ୟୁଜିୟମ୍ ପରିଦର୍ଶନ କରିବେ
କଟକରେ ଜିଲ୍ଲା ସଂସ୍କୃତି ଭବନ ବି ଉଦଘାଟନ କରିବେ ଉପରାଷ୍ଟ୍ରପତି
ଅପରାହ୍ନ ୨ଟା ୧୫ରେ ଭୁବନେଶ୍ୱର ଏୟାରପୋର୍ଟରୁ କୋଲକାତା ଯିବେ ଉପରାଷ୍ଟ୍ରପତି
Women Drivers to Operate Ama Bus Service: ଏଣିକି ମହିଳା ଡ୍ରାଇଭର ଚଲାଇବେ 'ଆମ ବସ୍', ତାଲିମ୍ ନେବାକୁ ପୁନେ ଯିବେ

Mercury Rises, Winter Chill Weakens: ବଢୁଛି ପାରଦ, କମୁଛି ଶୀତ

Man Beaten to Death: ଜ୍ୱାଇଁକୁ ପିଟି ପିଟି ହତ୍ୟା, ବଚସା ପରେ ଶ୍ୱଶୁର ଘର ଲୋକେ ମାରିଦେଲେ

Badasinghara Niti: ଆଜି ମହାପ୍ରଭୁଙ୍କ ଦିବ୍ୟ ଦୁର୍ଲଭ ପଦ୍ମବେଶ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)