/odishatv-khabar/media/media_files/2026/01/21/ama-bus-2026-01-21-10-46-20.jpg)
Ama Bus Photograph: (OTV)
ଏଣିକି ମହିଳା ଡ୍ରାଇଭର ଚଲାଇବେ 'ଆମ ବସ୍'। ସେମାନଙ୍କୁ ପୁନେରେ ତାଲିମ୍ ଦିଆଯିବ। ଜାନୁଆରୀ ୩୧ ତାରିଖରେ କ୍ରୁଟ୍ ପକ୍ଷରୁ ୨୦ ଜଣ ମହିଳା ତାଲିମ୍ ପାଇଁ ଯିବେ ପୁନେ। ନଗର ଉନ୍ନୟନ ମନ୍ତ୍ରୀଙ୍କ 'ଆମ ବସ୍' ସେବା ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି।
ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ମହିଳା ଚାଳକଙ୍କ ଉପରେ ଦିଆଯାଇଛି ଗୁରୁତ୍ବ। ଟ୍ରେନିଂ ସାରି ଫେରିବା ପରେ ୫ରୁ ୧୦ଟି ମହିଳା ଆମ ବସ୍ ଚଳାଚଳ ନେଇ ଯୋଜନା କରାଯାଇଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ଖୁବଶୀଘ୍ର କ୍ରୁଟ ଡିପୋ ପରିସରରେ ନିଜର ତାଲିମ୍ ଅନୁଷ୍ଠାନ ନିର୍ମାଣ ହେବ।
ଯେଉଁଠି ବ୍ୟବହାରିକ, ଆଚରଣଗତ ପ୍ରଶିକ୍ଷଣ ସହିତ ଟ୍ରାଫିକ ନିୟମ ଓ ଲେନ୍ ଡ୍ରାଇଭିଂ ଭଳି ଅନେକ ଦିଗରେ ଅଧିକ ଗୁରୁତ୍ବ ଦିଆଯିବ। ସେହିଭଳି ବୈଠକରେ ବାରିପଦା, କେନ୍ଦୁଝର, ଅନୁଗୁଳରେ ଆମ ବସ୍ ଚଳାଚଳ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଆଯାଇଛି।
ଆଗାମୀ ଦିନରେ ୨୦୦ ସ୍ବତନ୍ତ୍ର ଆମ ବସ୍ ଆସିବ। ନୂଆ ଆମ ବସରେ ମଦ ପିଇ ଗାଡ଼ି ଚଳାଇଲେ ଡ୍ରାଇଭର ଧରାପଡ଼ିବେ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।
ମହିଳା ଚଲାଇବେ 'ଆମ ବସ୍'
ଏଣିକି ମହିଳା ଡ୍ରାଇଭର ଚଲାଇବେ 'ଆମ ବସ୍'
ଏନେଇ ପୁନେରେ ସେମାନଙ୍କୁ ତାଲିମ୍ ଦିଆଯିବ
ଜାନୁଆରୀ ୩୧ରେ ୨୦ ମହିଳା ତାଲିମ୍ ପାଇଁ ପୁନେ ଯିବେ
ନଗର ଉନ୍ନୟନ ମନ୍ତ୍ରୀଙ୍କ 'ଆମ ବସ୍' ସେବା ସମୀକ୍ଷା ବୈଠକରେ ନିଷ୍ପତ୍ତି
ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ମହିଳା ଚାଳକଙ୍କ ଉପରେ ଗୁରୁତ୍ବ
ଟ୍ରେନିଂ ସାରି ଫେରିଲେ ୫-୧୦ଟି ମହିଳା ଆମ ବସ୍ ଚଳାଇବାକୁ ଯୋଜନା
ଆଗାମୀ ଦିନରେ ୨୦୦ ସ୍ବତନ୍ତ୍ର ଆମ୍ ବସ୍ ଆସିବ
ନୂଆ ଆମ ବସରେ ମଦ ପିଇ ଗାଡ଼ି ଚଳାଇଲେ ଧରାପଡ଼ିବେ
Mercury Rises, Winter Chill Weakens: ବଢୁଛି ପାରଦ, କମୁଛି ଶୀତ

Man Beaten to Death: ଜ୍ୱାଇଁକୁ ପିଟି ପିଟି ହତ୍ୟା, ବଚସା ପରେ ଶ୍ୱଶୁର ଘର ଲୋକେ ମାରିଦେଲେ

Badasinghara Niti: ଆଜି ମହାପ୍ରଭୁଙ୍କ ଦିବ୍ୟ ଦୁର୍ଲଭ ପଦ୍ମବେଶ

Court Allows Piyush To Resume Performances: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଆଜିଠୁ ପୁଣି ମଞ୍ଚ ଚଢ଼ିବେ ପୀୟୂଷ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)