Advertisment

Govt Mandate: ଯୋଗ୍ୟ ଭୂମିହୀନ ପରିବାରକୁ ତୁରନ୍ତ ଘର ବଣ୍ଟନ ପାଇଁ ନିର୍ଦ୍ଦେଶ

ଯୋଗ୍ୟ ଭୂମିହୀନ ପରିବାରକୁ ତୁରନ୍ତ ଘର ବଣ୍ଟନ ପାଇଁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ପଞ୍ଚାୟତିରାଜ ବିଭାଗର କଡ଼ା ନିର୍ଦ୍ଦେଶନାମା। BDO ଓ ତହସିଲଦାର ମିଳିତ ବୈଠକ କରିବାକୁ ନିର୍ଦ୍ଦେଶ।

author-image
Chinmayee Sahoo
PM-AWAS

PM-AWAS Photograph: (OTV)

ଜିଲ୍ଲାପାଳ ମାନଙ୍କୁ ରାଜ୍ୟ ପଞ୍ଚାୟତିରାଜ ବିଭାଗର କଡ଼ା ନିର୍ଦ୍ଦେଶ। ଭୂମିହୀନଙ୍କୁ ପକ୍କା ଘର ଯୋଗାଇବାରେ ବିଳମ୍ବକୁ କରାଯିବନି ବରଦାସ୍ତ । ଯୋଗ୍ୟ ବିବେଚିତ ଭୂମିହୀନ ପରିବାରକୁ ତୁରନ୍ତ ଘର ବଣ୍ଟନ ପାଇଁ ନିର୍ଦ୍ଦେଶ ।

Advertisment

ଯୋଗ୍ୟ ଭୂମିହୀନ ଗ୍ରାମାଞ୍ଚଳ ପରିବାର ବା ହିତାଧିକାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଘର ଯୋଗାଇବା ପାଇଁ ପଞ୍ଚାୟତିରାଜ ବିଭାଗର ଚିଠି କରିଛି। ଭୂମିହୀନ ସମସ୍ୟାର ସମାଧାନ ପାଇଁ ପ୍ରତି ମାସର ପ୍ରଥମ ଶନିବାର BDO ଏବଂ ସମ୍ପୃକ୍ତ ତହସିଲଦାରଙ୍କ ସହିତ ଏକ ମିଳିତ ବୈଠକ କରିବାକୁ ନିର୍ଦ୍ଦେଶ । ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣରେ ୮୭୧ ଜଣ ଏବଂ ପିଏମ ଜନମନରେ ୫୦ ଜଣ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯାଇ ନାହିଁ ।

PMAY-Gରେ ସର୍ବାଧିକ କେନ୍ଦ୍ରାପଡ଼ା ଜିଲ୍ଲାରେ ୨୭୧ ଜଣ ଭୂମିହୀନଙ୍କୁ ଘର ମିଳିନଥିବା ବେଳେ ଗଞ୍ଜାମରେ ରହିଛି ୧୭୧ ଜଣ। ସମୟ ସୀମା ଭିତରେ ତୁରନ୍ତ ଘର ଯୋଗାଇବା ପାଇଁ ନିର୍ଦ୍ଦେଶ ରହିଛି । ୨୦୨୪ ସର୍ଭେ ଅନୁଯାୟୀ ରାଜ୍ୟର ୩୭ ଲକ୍ଷ ୮୯ ହଜାର ୨୩୪ ପରିବାର କଚ୍ଚା ଘରେ ରହୁଛନ୍ତି । ସେଥି ମଧ୍ୟରୁ ୨ ଲକ୍ଷ ୧ ହଜାର ୧୧ ପରିବାର ଭୂମିହୀନ ।

Advertisment

•    'ଭୂମିହୀନଙ୍କୁ ତୁରନ୍ତ ଘର ଦିଅ'
•    ଯୋଗ୍ୟ ଭୂମିହୀନ ପରିବାରକୁ ତୁରନ୍ତ ଘର ବଣ୍ଟନ ପାଇଁ ନିର୍ଦ୍ଦେଶ
•    ଜିଲ୍ଲାପାଳମାନଙ୍କୁ ରାଜ୍ୟ ପଞ୍ଚାୟତିରାଜ ବିଭାଗର କଡ଼ା ନିର୍ଦ୍ଦେଶନାମା
•    'ଭୂମିହୀନଙ୍କୁ ପକ୍କା ଘର ଦେବାରେ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ'
•    ହିତାଧିକାରୀଙ୍କୁ ଘର ଯୋଗାଇ ଦେବାକୁ ପଞ୍ଚାୟତିରାଜ ବିଭାଗର ଚିଠି
•    'ଭୂମିହୀନ ସମସ୍ୟାର ସମାଧାନ ପାଇଁ ପ୍ରତିମାସର ପ୍ରଥମ ଶନିବାର ବୈଠକ'
•    BDO ଓ ତହସିଲଦାର ମିଳିତ ବୈଠକ କରିବାକୁ କଡ଼ା ନିର୍ଦ୍ଦେଶନାମା

PM Awas Yojana
Advertisment
Related Articles
Advertisment