Advertisment

Humane Sagar: କଷ୍ଟ ଦେଇଛି ଦୁଷ୍ଟ ପୁଅ , କଇଁ କଇଁ କାନ୍ଦୁଛି ମା’

ଓଡ଼ିଆ ସଂଗୀତ ଜଗତର ସେ ନୂଆ ଅଧ୍ୟାୟ । ଯୁବପିଢ଼ିଙ୍କର ପ୍ରଥମ ପସନ୍ଦ ସିଏ । ୨୦୧୭ରୁ ଓଡ଼ିଆ ସଂଗୀତରେ ରାଜ୍ କରୁଥିବା ହ୍ୟୁମାନ୍, ପ୍ରଥମେ ଗୀତକୁ ହିଁ ‘ଇସ୍କ ତୁ ହି ତୁ’ କହିଥିଲେ ।

author-image
Manas Ranjan Mohanty
Human Sagar

Human Sagar Photograph: (OTV)

ଓଡ଼ିଆ ସଂଗୀତ ଜଗତର ସେ ନୂଆ ଅଧ୍ୟାୟ । ଯୁବପିଢ଼ିଙ୍କର ପ୍ରଥମ ପସନ୍ଦ ସିଏ । ୨୦୧୭ରୁ ଓଡ଼ିଆ ସଂଗୀତରେ ରାଜ୍ କରୁଥିବା ହ୍ୟୁମାନ୍, ପ୍ରଥମେ ଗୀତକୁ ହିଁ ‘ଇସ୍କ ତୁ ହି ତୁ’ କହିଥିଲେ । ଆଉ ତା’ ପରେ କେବେ ‘ଗପ ହେଲେ ବି ସତ‘ ହୋଇଛି, ତ ପୁଣି କେତେବେଳେ ପ୍ରେମର ଗୀତରେ ‘ପ୍ରେମ କୁମାର’ ସାଜିଛନ୍ତି । ‘ଗୋଟେ ଶୁଆ ଗୋଟେ ଶାରୀ’ ଗୀତ ଗାଇ ପ୍ରେମିକାକୁ ଖୁବ୍ ଭଲ ପାଇଛନ୍ତି ହ୍ୟୁମାନ୍ । ଖାଲି ସେତିକି ତ ନୁହେଁ, ‘ନିଃଶ୍ବାସ ତୋ ବିନା ଚାଲେ ନା’ ଗାଇ ପ୍ରେମ ଗୀତରେ ଇମୋସନ୍ ଭରିଛନ୍ତି । କେବଳ ଏତିକିରି ସରିନି ହ୍ୟୁମାନଙ୍କ ପ୍ରେମ ଗୀତର ଦୁଷ୍ଟାମୀ । ଗୀତରେ ଗୀତରେ ପ୍ରେମିକାକୁ କହିଛନ୍ତି ‘ଖେଚଡ଼ା କଲା ମତେ ତୋ ଛେଚଡ଼ା ଯୌବନ’ । 

Advertisment

 ଏମିତି ଅନେକ ଗୀତ ଓଡ଼ିଆ ଫିଲ୍ମ ଓ ଆଲବମ୍ ପାଇଁ ଗୀତ ଗାଇ ଓଡ଼ିଆ ଶ୍ରୋତାଙ୍କ ହୃଦୟରେ ରାଜ୍ କରୁଛନ୍ତି ହ୍ୟୁମାନ୍ । ଆଉ ଓଡ଼ିଆ ଭଜନ ‘ଦଣ୍ଡବତ ହେଲି ମୁଁ କାଳିଆ ପାଖରେ‘ । ‘କାଳିଆରେ ମନ ବୋଲି ତୋର କିଛି ନାହିଁ’ ଗୀତ ଗାଇ ଲୋକଙ୍କ ହୃଦୟ ଜିତିଛନ୍ତି । ଆଉ ସେ ଗୁରୁତର ଅବସ୍ଥାରେ ଏମ୍ସର ଜରୁରୀକାଳୀନ ୱାର୍ଡର ICUରେ ଚିକିତ୍ସା ହେଉଛନ୍ତି । ଦୁଇ ଦିନ ହେଲା ସ୍ବାସ୍ଥ୍ୟରେ କୌଣସି ବି ଉନ୍ନତି ଆସିନି । ହ୍ୟୁମାନଙ୍କ ଲିଭର୍ ସମସ୍ୟା ସହ ଶରୀରର ଏକାଧିକ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିଛି । ଏପରି ସମୟରେ ପୁଅର ଅଧିକ ଚିକିତ୍ସା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ସିଙ୍ଗର ହ୍ୟୁମାନଙ୍କ ମା’ । 

ସେପଟେ ହ୍ୟୁମାନ ମା’ଙ୍କ ସରକାରଙ୍କୁ ନିବେଦନ ପରେ ମୁଖ୍ୟମନ୍ତ୍ରୀ ହ୍ୟୁମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଭୁବନେଶ୍ବର ଏମ୍ସର ଡାକ୍ତରୀ ଟିମ୍ ସହ କଥା ହୋଇଛନ୍ତି ସିଏମ୍ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ସୂଚନା ଅନୁସାରେ, ଆବଶ୍ୟକ ହେଲେ ହ୍ୟୁମାନଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Advertisment