/odishatv-khabar/media/media_files/2025/10/07/network-issue-2025-10-07-21-59-13.jpg)
NETWORK-ISSUE Photograph: (OTV)
ଖାଦ୍ୟ ନେବ ତ ଜଙ୍ଗଲକୁ ଚାଲ । କିଏ ୧୨ ଦିନର ଜନ୍ମ ହୋଇଥିବା ଶିଶୁକୁ କପଡାରେ ଘୋଡାଇ ଧରିଛି ତ ଆଉ କିଏ ମାସକର ଶିଶୁକୁ କୋଳରେ ଚାପି ଧରି ଯାଉଛନ୍ତି ଜଙ୍ଗଲ ଭିତରକୁ କାହିଁକି ନା ଜଙ୍ଗଲ ଭିତରକୁ ଓ ପାହାଡ଼ ଉପରକୁ ନ ଗଲେ ଏହି କୋମଳମତି ଶିଶୁଙ୍କ ପାଇଁ ମିଳିପାରିବନି ପୋଷଣ ସାମଗ୍ରୀ। ଯେଉଁଭଳି ଅବସ୍ଥାରେ ଥାଅ, ଯାହା ବି ପରିସ୍ଥିତି ହେଉ ହେଲେ ପୋଷଣ ଖାଦ୍ୟ ନେବାକୁ ହେଲେ ଜଙ୍ଗଲ ଚାଲ। ଇଣ୍ଟରନେଟ ଏବଂ ମୋବାଇଲ ଟାୱାର କୁ ନେଇ ହଇରାଣ ହେଉଛନ୍ତି ହିତାଧିକାରୀ ।
ଉପାନ୍ତ ଅଞ୍ଚଳରେ ମୋବାଇଲ ନେଟୱର୍କ ଏବଂ ଇଣ୍ଟରନେଟ ନ ଥିବା କାରଣରୁ ଏଭଳି ଅସୁବିଧା ହେଉଛି। କପ୍ତିପଦା ବ୍ଲକ ଜଡିଦା ପଂଚାୟତର ବାରବାଙ୍କ ଅଙ୍ଗନବାଡି ରୁ ଆସିଛ ଏଭଳି ସାଙ୍ଘାତିକ ଚିତ୍ର। ଏହି ଅଙ୍ଗନବାଡି ଗର୍ଭବତୀ ଏବଂ ପ୍ରସୂତି ମହିଳା ୧୦ ଜଣ ଥିବା ବେଳେ ଛୁଆ ଏବଂ ମା ୪୧ ଜଣ। ହେଲେ ପ୍ରତି ମାସ ଗର୍ଭବତୀ, ପ୍ରସୂତି ମହିଳାଙ୍କ ପାଇଁ ଆସୁଥିବା ଛତୁଆ, ଲଡ଼ୁ, ହାଲୁଆ ସହିତ ଅନ୍ୟ ପୋଷଣ ସାମଗ୍ରୀ ନେବା ପାଇଁ ଅନେକ ଦୂରରୁ କୁନି ଶିଶୁ ଙ୍କୁ କୋଳ ରେ ଧରି ଆସନ୍ତି ମହିଳାମାନେ।
ତା ପରେ ନିୟମ ଅନୁସାରେ ପ୍ରତି ମାସ ହିତାଧିକାରୀଙ୍କ ଫେସ କ୍ୟାପଚର ଏବଂ କେ୍ୱାଇସି କରିବାକୁ ପଡେ। ହେଲେ ଅଙ୍ଗନବାଡି ରେ ମୋବାଇଲ ନେଟୱର୍କ ଏବଂ ଇଣ୍ଟରନେଟ ନ ଆସିବାରୁ ହିତାଧିକାରୀ ଙ୍କୁ ସାଙ୍ଗରେ ଧରି ମୋବାଇଲରେ ନେଟୱର୍କ ଖୋଜି ଖୋଜି ଜଙ୍ଗଲ ଏବଂ ପାହାଡ଼ ଚଢିଥାନ୍ତି ଉଭୟ ଅଙ୍ଗନବାଡି କର୍ମୀ ଓ ହିତାଧିକାରୀ। ସେଠାରେ ଫୋଟୋ ଉଠାଇବା କାମ ସରିବା ପରେ ଅଙ୍ଗନବାଡିରୁ ଆସି ହିତାଧିକାରୀ ନେଇଥାନ୍ତି ସାମଗ୍ରୀ। ଯାହା ଯନ୍ତ୍ରଣାଦାୟକ।
କେବଳ ଯେ ଏହି ଗୋଟିଏ ଅଙ୍ଗନବାଡି ତାହା ନୁହେଁ ସେହି ପଞ୍ଚାୟତରେ ଥିବା ଗାଇପାଣିଖିଆ ଅଙ୍ଗନବାଡିରେ ମଧ୍ୟ ସମାନ ଅବସ୍ଥା। ଯେଉଁଥି ପାଇଁ ମୋବାଇଲ ନେଟୱାର୍କ ତାଡନାରେ ପେଶି ହେଉଛନ୍ତି ସମସ୍ତେ।
ସରକାରୀ ଯୋଜନା କୁ ସଠିକ କାର୍ଯ୍ୟକାରୀ କରିବା ପାଇଁ ଅଙ୍ଗନବାଡି କର୍ମୀ ନାକେଦମ ହେବା ସହିତ ଗର୍ଭବତୀ ଏବଂ ପ୍ରସୂତି ମହିଳା ଏଭଳି ଅବସ୍ଥାରେ ଜଙ୍ଗଲ ଏବଂ ପାହାଡ଼ ଚଢିବା ପୁରା ଯୋଜନାର ବାସ୍ତବତାକୁ ଏକ ଶକ୍ତ ଚାପୁଡ଼ା। ତେବେ କେବେ ଏହି ଯନ୍ତ୍ରଣାର ଅନ୍ତ ହେଉଛି ତାହାକୁ ଅପେକ୍ଷା।
Senior IPS Officer’s Tragic End: ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଆତ୍ମହତ୍ୟା, ଜଣାପଡିନି କାରଣ

Gold Price: ସୁନା ଦର ରେକର୍ଡ ୧ ଲକ୍ଷ ୨୦ ହଜାର ପାର୍, ଧନତେରସରେ ଆହୁରି ମହଙ୍ଗା ହୋଇପାରେ ସୁନା

Hardcore Criminals Flee: ଚୌଦ୍ବାର ଜେଲରୁ ଚମ୍ପଟ କଏଦୀ ଗଲେ କୁଆଡ଼େ ? ୫ ଦିନ ପରେ ବି ପୋଲିସ୍ ପଞ୍ଝା ଖାଲି

Outrage Over Advocate Pitabas Panda’s Murder: ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକୁ ନେଇ ହଇଚଇ, କ୍ରାଇମ୍ ସ୍ପଷ୍ଟରୁ CCTV ଉଭାନକୁ ନେଇ ପ୍ରଶ୍ନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)