Advertisment

Senior IPS Officer’s Tragic End: ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଆତ୍ମହତ୍ୟା, ଜଣାପଡିନି କାରଣ

ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟାର ଏକ ମାମଲା ବୋଲି ସନ୍ଦେହ କରୁଛି । କିନ୍ତୁ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଘଟଣାର କୌଣସି କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

author-image
Tapan Swain
IPS Officer

IPS Officer Photograph: (OTV)

ହରିୟାଣାର ବରିଷ୍ଠ ଆଇପିଏସ ଅଧିକାରୀ ୱାଇଏସ ପୁରନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଚଣ୍ଡିଗଡ଼ ପୋଲିସ ଘଟଣାର ତଦନ୍ତ କରୁଛି । ଘଟଣାସ୍ଥଳରେ ଫରେନସିକ୍ ବିଶେଷଜ୍ଞ ପହଞ୍ଚିଥିଲେ । ଏପର୍ଯ୍ୟନ୍ତ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ। 

Advertisment

ରିପୋର୍ଟ ଅନୁସାରେ, ସେ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଆଜି ସକାଳେ ଏହି ଘଟଣା ଘଟିଛି। 
ତାଙ୍କ ପତ୍ନୀ ଅମନୀତ ପି. କୁମାର ହରିୟାଣା କ୍ୟାଡରର ଜଣେ ଜଣାଶୁଣା ୨୦୦୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ । ସେ ଏବେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନିଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ସହିତ ଜାପାନ ଗସ୍ତରେ ଅଛନ୍ତି।

ପୁରନ୍ ଜଣେ ଦକ୍ଷ ଓ ବିବାଦୀୟ ଅଧିକାରୀ ଥିଲେ । ସେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ମୃତଦେହ ତାଙ୍କ ଚଣ୍ଡିଗଡ଼ ବାସଭବନରେ ମିଳିଥିଲା। ଏହି ବରିଷ୍ଠ ଆଇପିଏସ୍ ଅଧିକାରୀ ଜଣେ ଭଲ ଅଫିସର ଭାବେ ଜଣାଶୁଣା ଥିଲେ । ଯାହା ଠିକ୍ ସେ ତାହା ହିଁ କରୁଥିଲେ । ଏପରିକି ସେ ବେଳେ ବେଳେ ନିଜର ରୋକଠୋକ୍ ସ୍ୱଭାବ ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ସ୍ୱର ଉଠାଉଥିଲେ। ସେ ଜଣେ ଦୃଢ଼ମନା ଅଫିସର ଥିଲେ ।

Advertisment

 ତାଙ୍କ ପତ୍ନୀ ଅମନୀତ ପି. କୁମାର ବର୍ତ୍ତମାନ ମହିଳା ଏବଂ ଶିଶୁ ବିକାଶ ବିଭାଗର ଦାୟିତ୍ୱରେ ଅଛନ୍ତି। ଅମନୀତ ପି. କୁମାର ତାଙ୍କ କ୍ୟାରିୟରରେ ସ୍ୱାସ୍ଥ୍ୟ, ଅର୍ଥ ଏବଂ ଶିଳ୍ପ ବିକାଶ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଛନ୍ତି। ସେ ଅର୍ଥନୀତି ଏବଂ ଇତିହାସରେ ଡିଗ୍ରୀ ହାସଲ କରିଛନ୍ତି। ସେ ବର୍ତ୍ତମାନ ଆଇଆଇଟି ମାଡ୍ରାସରୁ ସ୍ୱାସ୍ଥ୍ୟ ଅର୍ଥନୀତିରେ ଡକ୍ଟରେଟ୍ (ପିଏଚଡି) କରୁଛନ୍ତି। ସେ ସରକାରୀ ନୀତିଗୁଡ଼ିକୁ ଉନ୍ନତ କରିବା ପାଇଁ ସ୍ୱାସ୍ଥ୍ୟ ଅର୍ଥନୀତିରେ ସେ ଅଧିକ ଜ୍ଞାନ ଆହରଣ କରୁଛନ୍ତି । 

ସରକାରୀ ବାସଭବନର ବେସମେଣ୍ଟରେ ପୂରନ କୁମାରଙ୍କ ମୃତଦେହ

ସରକାରୀ ବେସମେଣ୍ଟରେ ପୁରନ କୁମାରଙ୍କ ମୃତଦେହ ମିଳିଥିଲା। କୁହାଯାଉଛି ଯେ ବେସମେଣ୍ଟ ଶବ୍ଦପ୍ରତିରୋଧୀ ଥିଲା, ଯାହାଦ୍ୱାରା ଗୁଳିର ଶବ୍ଦ ବାହାରକୁ ଶୁଭିନଥିଲା। ପରେ ତାଙ୍କ ଝିଅ ତଳକୁ ଯିବା ବେଳେ ତାଙ୍କ ବାପାଙ୍କ ମୃତଦେହ ଦେଖିଥିଲେ । ପାଖରେ ଏକ ରିଭଲଭର ପଡିଥିଲା। ତା'ପରେ ସେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ତାଙ୍କ ମୃତଦେହକୁ ସେକ୍ଟର ୧୬ ହସ୍ପିଟାଲକୁ ନିଆଯାଇଥିଲା।
ଗତ ୨୫ ତାରିଖରେ ତାଙ୍କର ସୁନାରିଆକୁ ବଦଳି ହୋଇଥିଲା । ପୋଲିସ ଟ୍ରେନିଂ ସେଣ୍ଟରର ମୁଖ୍ୟ ଭାବେ ତାଙ୍କର ବଦଳି ହୋଇଥିଲା । ତାଙ୍କର ମୃତ୍ୟୁ ଖବର ପାଇବା ପରେ ବହୁ ଆଇପିଏସ୍ ଅଧିକାରୀ ଓ ବରିଷ୍ଠ ଅଧିକାରୀ ତାଙ୍କ ବାସଭବନରେ ପହଞ୍ଚିଥିଲେ ।    ତାଙ୍କ ମୃତ୍ୟୁକୁ ନେଇ ହରିୟାଣାରେ ଶୋକର ଛାୟା ଖେଳିଯାଇଛି । 

Suicide IPS Officer
Advertisment
Related Articles
Advertisment