Advertisment

Gold Price: ସୁନା ଦର ରେକର୍ଡ ୧ ଲକ୍ଷ ୨୦ ହଜାର ପାର୍, ଧନତେରସରେ ଆହୁରି ମହଙ୍ଗା ହୋଇପାରେ ସୁନା

ଆହୁରି ମହଙ୍ଗା ହେଲା ସୁନା । ସର୍ବକାଳୀନ ରେକର୍ଡ ସ୍ତର ଡେଇଁଲା ୟେଲୋ ମେଟାଲ୍ ।ଦିନକରେ ପାର ହୋଇଛି ୧୨୮୦ ଟଙ୍କା ।ଗତ ତିନିମାସ ଭିତରେ ସୁନା ୧୦ ଗ୍ରାମକୁ ଲକ୍ଷେ ଟଙ୍କା ପାର ହୋଇଥିବା ବେଳେ ଉଭୟ ସୁନା ଓ ରୂପା ବୃଦ୍ଧି ଧାରା ଜାରି ରହିଛି ।

author-image
Manas Ranjan Mohanty
GOLD

GOLD Photograph: (OTV)

ଆହୁରି ମହଙ୍ଗା ହେଲା ସୁନା । ସର୍ବକାଳୀନ ରେକର୍ଡ ସ୍ତର ଡେଇଁଲା ୟେଲୋ ମେଟାଲ୍ ।ଦିନକରେ ପାର ହୋଇଛି ୧୨୮୦ ଟଙ୍କା ।ଗତ ତିନିମାସ ଭିତରେ ସୁନା ୧୦ ଗ୍ରାମକୁ ଲକ୍ଷେ ଟଙ୍କା ପାର ହୋଇଥିବା ବେଳେ ଉଭୟ ସୁନା ଓ ରୂପା ବୃଦ୍ଧି ଧାରା ଜାରି ରହିଛି । ଆଜି ସୁନା ସର୍ବକାଳୀନ ରେକର୍ଡ ସ୍ତରରେ ପହଁଚିଛି । ସୁନା ୧୦ ଗ୍ରାମକୁ ୧ଲକ୍ଷ ୨୦ ହଜାର ଟଙ୍କା ପାର ହୋଇଥିବା ବେଳେ ସୁନା ସହ ତାଳକୁ ତାଳ ମିଳାଇ ରୂପା ଦର ବି କିଲୋଗ୍ରାମ ପିଛା ୧ ଲକ୍ଷ ୬୭ ହଜାର ଟଙ୍କାକୁ ଛୁଇଁଛି । ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୧୨୮୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧୧ଶହ ଟଙ୍କା ବୃଦ୍ଧି ପାଇଛି । 

Advertisment

ଗତକାଲି ୨୪ କ୍ୟାରେଟ୍ ସୁନାର ଦାମ ଗତକାଲି ୧ ଲକ୍ଷ ୨୦ ହଜାର ୭୬୦ ଟଙ୍କା ଥିବା ବେଳେ ଆଜି ତାହା ୧ ଲକ୍ଷ ୨୨ ହଜାର ୪୦ ଟଙ୍କାରେ ପହଁଚିଛି । ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମର ଦାମ ଗତକାଲି ୧ ଲକ୍ଷ ୧୧ ହଜାର ୨ଶହ ଟଙ୍କା ଥିବା ବେଳେ ଆଜି ତାହା ୧ ଲକ୍ଷ ୧୨ ହଜାର ୩ଶହ ଟଙ୍କାରେ ଧରିଛି । ସେପଟେ ସୁନା ଦର ବଢିବା ଦେଖି ଛାନିଆ ଗ୍ରାହକ । କିଏ ଧନତେରାସ ତ ଆଉ କିଏ ଝିଅ ବାହାଘର ପାଇଁ ଏବେଠାରୁ ଚିନ୍ତାକରି ସୁନା କିଣିବାକୁ ବାଧ୍ୟ ହୋଇଛନ୍ତି । ତେଣୁ ଏବେଠାରୁ ଅଗ୍ରିମ ବୁକିଂ କଲେଣି ଗ୍ରାହକ ।     

ବର୍ଷକ ଭିତରେ ସୁନା ପ୍ରାୟ ୪୩,୦୦୦ ଟଙ୍କା ଏବଂ ରୁପା ୬୩,୦୦୦ ଟଙ୍କା ମହଙ୍ଗା ହୋଇଛି। ଆଗକୁ ଧନତେରାସ ଏବଂ ଦୀପାବଳୀ ଥିବାରୁ ଏଭଳି ଧାରା ଜାରି ରହିଲେ ସୁନା ଦେଢ ଲକ୍ଷ ଛୁଇପାରେ  ବୋଲି ଅନୁମାନ କଲେଣି ବ୍ୟବସାୟୀ । ବଜାର ବିଶେଷଜ୍ଞଙ୍କ କହିବା କଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍  ନୀତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି । ଏଭଳି ସ୍ଥିତିରେ ବାଣିଜ୍ୟ ଯୁଦ୍ଧ ଡରରେ ଭାରତ, ଚାଇନା ସହ କିଛି ଆଫ୍ରିକୀୟ ଦେଶ ସୁନାକୁ ସୁରକ୍ଷିତ ମଣି ଏଥିରେ ଅଧିକ ନିବେଶ କରୁଛନ୍ତି । 

ଟ୍ରମ୍ପଙ୍କ ଟାରିଫ ମାଡ ଯୋଗୁଁ ବଜାରରେ ଅସ୍ଥିରତା ଭିତରେ ପ୍ରତିଦିନ ସୁନା ନୂଆ ନୂଆ ରେକର୍ଡ କରୁଛି ।  ଏହି ଧାରା ଜାରି ରହିଲେ ଆଗକୁ ସୁନା ଦର ୨ ଲକ୍ଷ ଟଙ୍କାକୁ ପହଞ୍ଚିପାରେ ବୋଲି ଆକଳନ କରାଯାଉଛି । 

Advertisment
Related Articles
Advertisment