/odishatv-khabar/media/media_files/2025/10/07/chaudwar-jail-2025-10-07-20-32-00.jpg)
CHAUDWAR-JAIL Photograph: (OTV)
କୁଆଡ଼େ ଉଭାନ୍ ହୋଇଗଲେ ଚୌଦ୍ବାର ଜେଲରୁ ଚମ୍ପଟ ଦୁଇ ହାର୍ଡକୋର ବିହାରୀ କଏଦୀ । ୫ଦିନ ବିତିଗଲା, ଓଡ଼ିଶା ପୋଲିସ୍ ର ପଞ୍ଝା ତଥାପି ଖାଲି । ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ରାଣା ଓ ରାଜା ସାହାଣୀ । ଦଶହରା ରାତିରେ ଫିଲ୍ମ ଷ୍ଟାଇଲଲେ ପାଚେରି ଡେଇଁ ଛୁ ମାରିଲେ । ଓଡ଼ିଶା ପୋଲିସ ଆଖିରେ ଧୂଳି ଦେଇ ଧୂଆଁ ହୋଇଗଲେ । ତାପରଠୁ ଓଡ଼ିଶାର ତିହାର ଜେଲ୍ ବୋଲାଉଥିବା ଚୌଦ୍ବାର ଜେଲ୍ ସୁରକ୍ଷାକୁ ନେଇ ଲାଗିଛି ବିରାଟ ପ୍ରଶ୍ନଚିହ୍ନ...
ଯେହେତୁ ଏତେବଡ଼ ଘଟଣାରେ କେବଳ ଦୁଇଜଣ ୱାର୍ଡରଙ୍କୁ ସସପେଣ୍ଡ କରି ବସିଯାଇଛି ଜେଲ୍ ବିଭାଗ। ତାହା କେବଳ ଧର୍ମକୁ ଆଖିଠାର ବୋଲି କହିଛନ୍ତି- ପୂର୍ବତନ ଜେଲ୍ ଡିଆଇଜି। ଦର୍ଶାଇଛନ୍ତି- ଚୌଦ୍ବାରରେ ଜେଲ୍ ମାନୁଆଲର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା ଜଣାପଡୁଛି। ମଧୁ ଓ ରାଜାଙ୍କ ଭଳି ଦୁର୍ଦ୍ଦାନ୍ତ କଏଦୀଙ୍କୁ ଚୌଦ୍ବାର ଜେଲକୁ ଆଣି ସେମାନଙ୍କୁ ପୁରୁଣା ଢାଞ୍ଚାରେ ରଖାଯିବାର ପରିଣତି ଭୋଗିବାକୁ ପଡ଼ିଛି। ସେମିତି ପୂର୍ବତନ ପୋଲିସ ଡିଜି କହିଛନ୍ତି-ଦୁଇ କ୍ରିମିନାଲ ଅଲଗା ଅଲଗା ସେଲରେ ଥାଇ ଫେରାର୍ ମାରିବା ସହଜ ଲାଗୁନି। ତାଙ୍କ ପାଖକୁ କଟର କିପରି ଆସିଲା ? ତାହା ସବୁଠୁ ବଡ଼ ପ୍ରଶ୍ନ। ତେଣୁ ୟା ପଛରେ ଷଡ଼ଯନ୍ତ୍ର ଥାଇପାରେ ଓ ଏଥିରେ ଅଧିକ ଲୋକ ସଂପୃକ୍ତ ଥାଇ ପାରନ୍ତି।...
ଗତ ଜାନୁଆରୀ ୫ରେ ଯାଜପୁର ପାଣିକୋଇଲିର ଏକ ଗହଣା ଦୋକାନରୁ ସଶସ୍ତ୍ର ଡକାୟତି ଘଟଣାରେ ଅନସ୍ପଟ୍ ଧରା ପଡ଼ିଥିଲେ ଏ ଦୁଇ ବିହାରୀ ଡକାୟତ। ସେମାନଙ୍କ ଗୁଳିମାଡ଼ରେ ୨ଜଣଙ୍କର ଜୀବନ ବି ଯାଇଥିଲା। ହେଲେ ଏବେ ସେ ଦୁହେଁ ଜେଲ୍ ରୁ ଚମ୍ପଟ। ଉଭୟଙ୍କୁ ଧରାଇଲେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରି ପୋଲିସ୍ ଚୁପ୍ ବସି ଯାଇଥିବାରୁ ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରିଛନ୍ତି ପାଣିକୋଇଲି ବାସୀ।..
ଯେହେତୁ ବିହାର ନିର୍ବାଚନବେଳେ ସେଠିକାର ବହୁ ରାଜନୈତିକ ନେତା କ୍ରିମିନାଲମାନଙ୍କୁ ଜେଲରୁ ଖସାଇ ହାତ ବାରିସି କରୁଥିବା ନଜିର ରହିଛି, ତେଣୁ ଚୌଦ୍ବାରରୁ ଚମ୍ପଟ ଦୁଇ ଦୁର୍ଦ୍ଦାନ୍ତଙ୍କ କ୍ଷେତ୍ରରେ ବି ସେଭଳି ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।.
Clash of Emotions: କର୍ଣ୍ଣଙ୍କ ବଡ଼ିମା ଓ ଭୀଷ୍ମଙ୍କ କଟୁ ବଚନ

Video Goes Viral: ଷ୍ଟେଜରେ ନିଆଁ ଲଗାଇଦେଲେ ଆଇଆଇଟି ଛାତ୍ରୀ, କ୍ୟାଟ୍ରିନାଙ୍କ ଲୁକରେ ଏମିତି ନାଚିଲେ ଯେ...ଭିଡିଓ ହେଲା ଭାଇରାଲ

Police Officer Dies: ବରୁଣେଇରେ ବିପଦ, ଗଲେ ମରିବ....ପଢ଼ନ୍ତୁ ଗୋଟିଏ କ୍ଲିକରେ

Javed Habib Under Fire: ଜାଭେଦ ହବିବଙ୍କ ବିରୋଧରେ ୨୦ରୁ ଅଧିକ ଏତଲା, ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ ଫସିଛନ୍ତି ବିବାଦରେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)