Advertisment

Re-Employmment of Retired Police Officers: ୮୦୦ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ମିଳିବ ପୁନଃନିଯୁକ୍ତି, ରାଜ୍ୟ ସରକାରଙ୍କ ଅନୁମୋଦନ

୮୦୦ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ମିଳିବ ପୁନଃନିଯୁକ୍ତି। ଏଏସଆଇ, ଏସଆଇ, ଇନ୍ସପେକ୍ଟର ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି। ସ୍ବତନ୍ତ୍ର ପୋଲିସ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ।

author-image
Chinmayee Sahoo
Police

Police Photograph: (OTV)

୮୦୦ ଅବସର ପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ମିଳିବ। ଏଏସଆଇ, ଏସଆଇ, ଇନ୍ସପେକ୍ଟର ପାହ୍ୟାର ଏହି ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ସ୍ବତନ୍ତ୍ର ପୋଲିସ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ। ୧ ବର୍ଷ ପାଇଁ ଠିକା ଭିତ୍ତିିରେ ସେମାନଙ୍କୁ ନିଯୁକ୍ତି ମିଳିବ । 

Advertisment

ଏ ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକ ଏବଂ ଆଇଜିଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ଚିଠିରେ ଦର୍ଶାଯାଇଛି ଯେ, ଯେଉଁ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ, ସେମାନଙ୍କ ବୟସ ୬୫ ବର୍ଷରୁ କମ୍ ହୋଇଥିବ। 

ସେମାନଙ୍କ ସିସିଆର୍ ବେଶ୍ ଭଲ ଥିବ। ଏହି ଅଧିକାରୀମାନେ ନିଜ ସରକାରୀ କ୍ୱାର୍ଟର୍ସ ପୂର୍ବରୁ ଖାଲି କରି ସାରିଥିବା ଆବଶ୍ୟକ। ଏହି ଅବସରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ  ଚାକିରି ସମୟରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନଥିବ। ନିଯୁକ୍ତି ନେଇ ପୋଲିସ ମହାନିର୍ଦ୍ଦେଶକ ଏକ ଚୟନ କମିଟି ଗଠନ କରିବେ। ଏହି ସମୟରେ ସାଧାରଣ ପ୍ରଶାସନ ବିଭାଗର ଗାଇଡଲାଇନକୁ ପାଳନ କରାଯିବ।

Advertisment

୮୦୦ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ମିଳିବ ପୁନଃନିଯୁକ୍ତି
ଏଏସଆଇ, ଏସଆଇ, ଇନ୍ସପେକ୍ଟର ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି
ସ୍ବତନ୍ତ୍ର ପୋଲିସ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ
୧ ବର୍ଷ ପାଇଁ ଠିକା ଭିତ୍ତିରେ ସେମାନଙ୍କୁ ନିଯୁକ୍ତି ମିଳିବ 
ଗୃହ ବିଭାଗ ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକ ଏବଂ ଆଇଜିଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ 
ବୟସ ୬୫ ବର୍ଷରୁ କମ୍ ହୋଇଥିବ, ସିସିଆର୍ ବେଶ୍ ଭଲ ଥିବ
ନିଜ ସରକାରୀ କ୍ୱାର୍ଟର୍ସ ପୂର୍ବରୁ ଖାଲି କରିସାରିଥିବା ଆବଶ୍ୟକ
ଚାକିରି ସମୟରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନଥିବ
ନିଯୁକ୍ତି ନେଇ ପୋଲିସ ମହାନିର୍ଦ୍ଦେଶକ ଚୟନ କମିଟି ଗଠନ କରିବେ

Police Officers Odisha Government
Advertisment
Related Articles
Advertisment