/odishatv-khabar/media/media_files/2025/12/05/reception-disrupted-2025-12-05-19-34-38.jpg)
Reception Disrupted Photograph: (OTV)
ଇଣ୍ଡିଗୋ ବିମାନ ସେବାରେ ଗୁରୁତର ସଂକଟ ପାଇଁ କିଏ କେତେ ଯେ ହଇରାଣ ହୋଇଛନ୍ତି, ତାର କିଛି ହିସାବ ନାହିଁ । କିଏ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ବାହାରି ଅଧାରେ ଅଟକି ଯାଇଛନ୍ତି ତ ଆଉ କିଏ ହସ୍ପିଟାଲ ଯିବାକୁ ବାହାରି ଏୟାରପୋର୍ଟ ଲାଉଞ୍ଜରେ ପଡ଼ିରହିଛନ୍ତି । ହେଲେ ନୂଆକରି ବାହା ହୋଇଥିବା ଇଂଜିନିୟର ଦମ୍ପତି ଯେଉଁ ଅବସ୍ଥା ଭୋଗିଛନ୍ତି, ତାହା ଜାଣିଲେ ଆପଣଙ୍କ ମନ ବି ଖରାପ ହୋଇଯିବ ।
ଗତ ନଭେମ୍ବର ୨୩ରେ କର୍ଣ୍ଣାଟକର ମେଧା କ୍ଷୀରସାଗରଙ୍କୁ ବିବାହ କରିଥିଲେ ଓଡ଼ିଶାର ସଙ୍ଗମ ଦାସ । ଉଭୟ ବେଙ୍ଗାଲୁରୁରେ ଏକ ସଫ୍ଟୱେର୍ କଂପାନୀରେ ଚାକିରି କରୁଛନ୍ତି । ୨୩ ତାରିଖରେ ଭୁବନେଶ୍ବରରେ ବାହାଘର ପରେ ଯୋଜନା ଥିଲା ଡିସେମ୍ବର ୩ ତାରିଖରେ କର୍ଣ୍ଣାଟକର ହୁବ୍ଲିରେ ରିସେପ୍ସନ୍ ଭୋଜି ଦିଆଯିବ । ବାହାଘର ଖୁସିରେ ଖୁସିରେ ଭୁବନେଶ୍ବରରେ ସରିଲା । ୨ ତାରିଖ ଦିନ ସକାଳ ୯ଟାରେ ବରକନ୍ୟା ସଙ୍ଗମ ଏବଂ ମେଧା ବାହାରିଲେ ହୁବ୍ଲି ।
ବରକନ୍ୟାଙ୍କ ମନ ଖଟା ହୋଇଗଲା
ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚି ଯାହା ଶୁଣିଲେ ସେମାନଙ୍କ ମନ ଖଟା ହୋଇଗଲା । ବେଙ୍ଗାଲୁରୁ ଯିବାକୁ ଥିବା ଇଣ୍ଡିଗୋ ବିମାନଟି କୌଣସି କାରଣରୁ ବିଳମ୍ବ ଥିବା ସୂଚନା ପାଇଥିଲେ । ୨ ତାରିଖ ସକାଳ ୯ଟାରୁ ୩ ତାରିଖ ସକାଳ ପର୍ଯ୍ୟନ୍ତ ପରିବାର ପରିଜନଙ୍କ ସହ ଉଭୟ ଭୁବନେଶ୍ବର ଏୟାରପୋର୍ଟରେ ଅପେକ୍ଷା କରି କରି ଶେଷରେ ନିରାଶ ହୋଇ ଘରକୁ ଫେରିଲେ । ଇଣ୍ଡିଗୋ ବିମାନ ପୂରା ବାତିଲ ହୋଇଗଲା । ଉଭୟ ବରକନ୍ୟା ଆଉ ହୁବ୍ଲି ଯାଇପାରିଲେନି ।
ଅନ୍ୟପକ୍ଷରେ ସେପଟେ ହୁବଲିରେ ପୂର୍ବ ଯୋଜନା ଅନୁସାରେ ବାହାଘର ରିସେପ୍ସନ୍ ଭୋଜି ଆୟୋଜନ କଲେ କନ୍ୟାପକ୍ଷ ଲୋକେ । ବରକନ୍ୟା ଭୁବନେଶ୍ବରରେ ରହିଲେ । ଭୋଜି ହେଲା କର୍ଣ୍ଣାଟକ ହୁବ୍ଲିରେ । କଣ ଆଉ କରାଯିବ ? ଉଭୟ ଯେହେତୁ ସଫ୍ଟୱେର୍ ଇଂଜିନିୟର ଶେଷକୁ ନିଜ ପାଠକୁ କାମରେ ଲଗାଇଲେ । ଏଇଠି ଭୁବନେଶ୍ବରରେ ବରକନ୍ୟା ବେଶରେ ସଜେଇ ହୋଇ ବସିଲେ ନବଦମ୍ପତି ସଙ୍ଗମ ଏବଂ ମେଧା । ସେପଟେ ହୁବ୍ଲିରେ ରିସେପସନ ଭୋଜି ଚାଲିଲା । ଭର୍ଚୁଆଲ୍ ମୋଡ୍ରେ ଭିଡିଓ କନଫରେନ୍ସିଂ ଜରିଆରେ ଉଭୟ ଅତିଥିମାନଙ୍କୁ ଦେଖାଦେଲେ । ଅତିଥିମାନେ ଆସିଲେ ।
ରିସେପସନ ହଲରେ ଲାଗିଥିବା ବଡ଼ ଭିଡିଓ ସ୍କ୍ରିନରେ ବରକନ୍ୟାଙ୍କୁ ଦେଖି ସେଇଠୁ ଆଶୀର୍ବାଦ ଦେଲେ । ଏପଟେ ଭୁବନେଶ୍ବରରେ ବସି ଭର୍ଚୁଆଲରେ ଅତିଥିମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କଲେ ନବଦମ୍ପତି ସଙ୍ଗମ ଓ କ୍ଷୀରସାଗର । ଇଣ୍ଡିଗୋ ପାଇଁ ନିଜ ବାହାଘର ଭୋଜି ଖାଇପାରିନଥିବା ସଙ୍ଗମ ଓ କ୍ଷୀରସାଗରଙ୍କ କଥା ଏବେ ଯିଏ ଶୁଣୁଛି ସିଏ କହୁଛି ହାୟରେ ଇଣ୍ଡିଗୋ, ତୁ କଣ କଲୁ ?
Ticket Frenzy in Cuttack: ବାରବାଟୀ ଟିକେଟ ପାଇଁ ରାତି ଅଧରୁ ଘମାସାନ୍, କିଏ ଖେଳିବ ଜାଣିନାହାନ୍ତି କିନ୍ତୁ ଲଗାଇଛନ୍ତି ଧାଡ଼ି

Diplomatic Strike: ପୁଟିନଙ୍କ ଆଗରେ ପହଲଗାମ ଏବଂ କ୍ରୋକସ୍ ସିଟି ହଲ୍ କଥା ଉଠାଇଲେ ମୋଦି, ପାକିସ୍ତାନକୁ ଟାର୍ଗେଟ

Honey Trap Shock: ଦୁଇ ଭଉଣୀ ବିବାହ ବାହାନାରେ ୫ ଲକ୍ଷ ଟଙ୍କା ଠକିଦେଲେ, ୫୧ ବର୍ଷୀୟ ବ୍ୟକ୍ତି ହନି ଟ୍ରାପରେ ଫସିଗଲେ

A Mother’s Plea, A Warrior’s Oath: କୁନ୍ତୀ ଓ କର୍ଣ୍ଣ ସମ୍ବାଦ ଏବଂ ପାଣ୍ଡବଙ୍କ ସେନାପତି ଚୟନ କଥା

Big Shake-Up Ahead: ‘ଦୁଇ କୋଚ୍’ ନୀତି ଆପଣାଇବ କି ବିସିସିଆଇ; ଟି-୨୦ ବିଶ୍ୱକପ୍ ପରେ ହୋଇପାରେ ବଡ଼ ପରିବର୍ତ୍ତନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)