Advertisment

New Scheme Alert: ଝିଅ ବାହାଘର କଲେ ସରକାର ଦେବେ ୫୧ ହଜାର ଟଙ୍କା , ଜାଣନ୍ତୁ କିଭଳି ପାଇବେ ଫାଇଦା ?

ଝିଅ ବାହାଘର ପାଇଁ ସରକାର ଦେବେ, ୫୧ ହଜାର ଟଙ୍କା । ଓଡ଼ିଶା ସରକାର ଆଣିଛନ୍ତି ନୂଆ ଯୋଜନା ଯାହାର ନାଁ ହେଉଛି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା MKBY । ଏବେ ଏ ଯୋଜନା ଲାଗୁ ହେବାର ପ୍ରକ୍ରିୟା ଆରମ୍ଭ ହେଉଛି ।

author-image
Manas Ranjan Mohanty
New Scheme Alert

New Scheme Alert Photograph: (OTV)

ଝିଅ ବାହାଘର ପାଇଁ ସରକାର ଦେବେ ୫୧ ହଜାର ଟଙ୍କା । ଓଡ଼ିଶା ସରକାର ଆଣିଛନ୍ତି ନୂଆ ଯୋଜନା ଯାହାର ନାଁ ହେଉଛି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା MKBY । ଏବେ ଏ ଯୋଜନା ଲାଗୁ ହେବାର ପ୍ରକ୍ରିୟା ଆରମ୍ଭ ହେଉଛି । ଏହାଦ୍ୱାରା ଗରିବ ପରିବାର ଯେଉଁମାନେ ଝିଅ ବାହାଘର କରାଇବାକୁ ଅସମର୍ଥ ବା ଆର୍ଥିକ ଭାବେ ସେତେଟା ସ୍ୱଚ୍ଛଳ ନୁହନ୍ତି, ସେମାନଙ୍କୁ ମିଳିବ ୫୧ ହଜାର ଟଙ୍କାର ସହାୟତା ରାଶି । ଚାଲନ୍ତୁ ଜାଣିବା କଣ ଏହି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଏବଂ ଯୋଜନାର ଫାଇଦା ଆପଣ କେମିତି ଉଠାଇପାରିବେ ଆଉ କେମିତି ହେବ ପୂରା ପ୍ରକ୍ରିୟା ।

Advertisment

କଣ ଏ ଯୋଜନା 

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓଡ଼ିଶା ସରକାରଙ୍କ ଏକ ୱେଲଫେୟାର୍ ସ୍କିମ୍ । ଏ ସ୍କିମରେ ଗରିବ ଓ ଆର୍ଥିକ ଅନଗ୍ରସର ପରିବାରକୁ ବା ପରିବାରର ଜଣେ ଝିଅଙ୍କୁ ତାଙ୍କର ବିବାହ ପାଇଁ ଓଡ଼ିଶା ସରକାର ଆର୍ଥିକ ସାହାଯ୍ୟ ପ୍ରଦାନ କରିବେ । ଏ ସ୍କିମ୍ ଦ୍ୱାରା ସାମୁହିକ ବିବାହର ଆୟୋଜନ କରାଯିବ । ଯେଉଁଠି ଗୋଟିଏ ଜାଗାରେ ବହୁତ ଗୁଡିଏ ବିବାହ ଅନୁଷ୍ଠିତ ହେବ ଯାହାର ସିଂହ ଭାଗ ଖର୍ଚ୍ଚ ସରକାର ବହନ କରିବେ । ଯଦିଓ ଏ ସମୁହିକ ବିବାହରେ ସମସ୍ତଙ୍କୁ ଅଲଗା ଅଲଗା ଭାବେ ଆର୍ଥିକ ରାଶିର ସହାୟତା ସରକାର ଦେବାର ପ୍ରାବଧାନ ରହିଛି । ବିବାହକୁ ଆଇନ୍ ଅନୁଯାଇ ପୂରା ରୀତିନୀତିରେ, ସମ୍ମାନ ଓ ମର୍ଯ୍ୟାଦାର ସହ କରାଯିବ । ଏହା ଦ୍ୱାରା ଯୌତୁକ ପ୍ରଥା ବା ସେଭଳି କୌଣସି ଦେଣନେଣର ଯେଉଁ ଚାପ ଥାଏ ଝିଅ ଘର ଉପରେ ତାହା ରହିବ ନାହିଁ ।  ଏଣୁ ସେ ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ତା ଉପରେ ଆପଣଙ୍କୁ ସରକାର ଅର୍ଥ ଆକାରରେ ସାହାଯ୍ୟ ବି କରିବେ । 

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବର୍ଷ ୨୦୨୫ ଆରମ୍ଭ ବେଳେ, ଯେବେ ସୁଭଦ୍ରା ପ୍ଲସର ଘୋଷଣା ହେଉଥିଲା, ସେବେ ଏ ସ୍କିମର ଘୋଷଣା କରିଥିଲେ । ଆଉ ଏବେ ଏହାକୁ ଲାଗୁ କରାଇବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । 

Advertisment

କେତେ ଟଙ୍କା କେମିତି ସାହାଯ୍ୟ ମିଳିବ 

୨୦୨୫-୨୬ର ରାଜ୍ୟ ବଜେଟରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ସରକାର ୧୨ କୋଟି ଟଙ୍କା ରଖିଛନ୍ତି । ଆସିଥିବା ନୋଟିଫିକେସନ୍ ହିସାବରେ ଯେଉଁ ଝିଅମାନେ ଯୋଗ୍ୟ ସେମାନଙ୍କୁ ୫୧ ହଜାର ଟଙ୍କା ବିବାହ ପାଇଁ ମିଳିବ । ଯେଉଁଥିରୁ ୩୫ ହଜାର ସିଧା DBT ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ ହେବ । ୧୦ ହଜାର ଟଙ୍କା ମିଳିବ ବିବାହ ପାଇଁ ଶାଢ଼ୀ, ଚୁଡ଼ି, ପାଉଁଜି, ଝୁଣ୍ଟିଆ ଆଦି ଭଳି ଜିନିଷ ହିସାବରେ ଏକ ଗିଫ୍ଟ ଆକାରରେ ଆପଣଙ୍କୁ ମିଳିବ । ଏବଂ ୬୦୦୦ ଟଙ୍କା ମିଳିବ କମ୍ୟୁନିଟି ୱେଡିଂ ଇଭେଣ୍ଟ ବା ବିବାହ ଉତ୍ସବ ପାଇଁ । ଏ ବିବାହ ଉତ୍ସବ ସାମୁହିକ ଭାବେ ଆୟୋଜନ କରାଯିବ । 

କିଏ କିଏ ଏଥିପାଇଁ ଯୋଗ୍ୟ ହେବେ 

ଉଭୟ ବର ଓ କନ୍ୟା ଦୁଇ ଜଣ ଯାକ ପ୍ରଥମତଃ ଓଡ଼ିଶାର ନାଗରିକ ହୋଇଥିବା ଦରକାର । ଝିଅର ବୟସ ୧୮ରୁ ୩୫ ବର୍ଷ ହୋଇଥିବ ଓ ପୁଅର ବୟସ ୨୧ରୁ ୩୫ ବର୍ଷ ହୋଇଥିବ । ଏ ସ୍କିମ୍ କେବଳ ପ୍ରଥମ ବିବାହ ପାଇଁ ବି ଆପଣ ପାଇପାରିବେ । ହଁ ଗୋଟିଏ ବଡ଼ କଥା ହେଉଛି ଏଥିରେ ମୁଖ୍ୟମନ୍ତ୍ରୀ ବିଧବାମାନଙ୍କୁ ମଧ୍ୟ ସାମିଲ କରିବାର ନିର୍ଦ୍ଦେଶ ଦେଇଥିଲେ । ମାନେ ଜଣେ ବିଧବା ଯଦି ପରେ ବିବାହ କରୁଛନ୍ତି ଏବଂ ସେ ଯୋଗ୍ୟା ସେ ବି ଏ ଯୋଜନାର ଫାଇଦା ନେଇପାରିବେ । ଶାରୀରିକ ଭିନ୍ନକ୍ଷମ, ଏସସି, ଏସଟି, ଆର୍ଥିକ ଅନଗ୍ରସର କନ୍ୟା ଓ ତାଙ୍କ ପରିବାରକୁ ଅଗ୍ରାଧିକାର ଦିଆଯିବ ।

ଗୋଟିଏ ପରିବାରରୁ ଜଣେ ଯୋଗ୍ୟ କନ୍ୟାଙ୍କୁ ହିଁ ଏହି ସାହାଯ୍ୟ ମିଳିବ । ଏବଂ ସେ ପରିବାର ଅନ୍ୟ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଦ୍ୱାରା ପ୍ରଣିତ ବିବାହ ସହାୟତା ଯେମିତି ପୂର୍ବରୁ ହାସଲ କରି ନଥିବ, ତାହା ବି ଧ୍ୟାନ ଦିଆଯିବ । 

ଯେହେତୁ, ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସରକାର ଏହି ଯୋଜନାକୁ ନେଇ ୧୨ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି, ଏଣୁ ଏବେ ଏହା ଲାଗୁ ହେବା ଆରମ୍ଭ ହେବ ଏବଂ ୨୦୨୯-୩୦ ବର୍ଷ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶାର ସବୁ ଜିଲ୍ଲାରେ ଏହା ଲାଗୁ ହେବ । ଯେଉଁମାନେ ଯୋଗ୍ୟା, ସେମାନେ ଜିଲ୍ଲାସ୍ତରୀୟ କାର୍ଯ୍ୟକାରୀ କମିଟି ନିକଟରେ ଆବେଦନ କରିପାରିବେ । ଜିଲ୍ଲାସ୍ତରୀୟ କମିଟି ଆବେଦନର ଅନୁଧ୍ୟାନ କରି ସ୍ୱୀକୃତି ଦେବେ । ଏବେ ରାଜ୍ୟ ସରକାର ଏକ Expression of Interest( EOI) ଜାରି କରିଛନ୍ତି ଓ ସବୁ ଜିଲ୍ଲାପାଳମାନଙ୍କୁ ଯୋଜନା ଲାଗୁ କରିବା ପାଇଁ ଗାଇଡଲାଇନ୍ ଦେଇ ଚିଠି ବି କରିଛନ୍ତି । 

Advertisment
Related Articles
Advertisment