Advertisment

Daily Horoscope 29th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

ଅଶ୍ୱନୀ- ସାଂସାରିକ ସ୍ୱାଧିନତା ରହିବ । ବାହାରକୁ ବୁଲି ଯିବାର  ଯୋଜନା କରିପାରନ୍ତି । ବାଣିଜ୍ୟରେ ମନ୍ଥରତା ରହିବ । ପଦ ମର୍ଯ୍ୟାଦା ବୃଦ୍ଧି ପାଇବ । ଅସୁବିଧାରେ ପଡି ବିରକ୍ତି ଭାବ ପ୍ରକାଶ କରିବେ । ଅଫିସରେ ଲାଗି ରହିଥିବା ଅଶାନ୍ତିର ସମାପ୍ତି ହେବ ।

author-image
Deepak Acharya
Horoscope

Horoscope Photograph: (OTV)

ମେଷ-
ଅଶ୍ୱନୀ- ସାଂସାରିକ ସ୍ୱାଧିନତା ରହିବ । ବାହାରକୁ ବୁଲି ଯିବାର  ଯୋଜନା କରିପାରନ୍ତି । ବାଣିଜ୍ୟରେ ମନ୍ଥରତା ରହିବ । ପଦ ମର୍ଯ୍ୟାଦା ବୃଦ୍ଧି ପାଇବ । ଅସୁବିଧାରେ ପଡି ବିରକ୍ତି ଭାବ ପ୍ରକାଶ କରିବେ । ଅଫିସରେ ଲାଗି ରହିଥିବା ଅଶାନ୍ତିର ସମାପ୍ତି ହେବ ।
ଦ୍ୱିଜା- କାରବାରରେ  ସଫଳତା ପାଇବେ । ଲେଖାପଢା ପ୍ରତି ଆଗ୍ରହ ରୁଚି ବଢିବ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ମହିଳା ମାନେ ସରକାରୀ ଚାକିରିର ସୁଯୋଗ ପାଇବେ ।
କୃତିକା- ଧାର ଦେଇଥିବା ପଇସା ଫେରସ୍ତ ପାଇବେ । ପରିବାରରେ ନୂଆ ଦାୟିତ୍ୱ ଗ୍ରହଣ କରିବେ । ବୁଝି ବିଚାରି ସମସ୍ୟାର ସମାଧାନ କରିବେ । ସମାଜ ସେବାରେ ମନ ବଳାଇବେ । ଜମି, ଦଲାଲ୍‌ଙ୍କୁ ଯଥେଷ୍ଟ ଲାଭ ମିଳିବ ।  
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯    
ପ୍ରତିକାର - ଗୋ ମାତାଙ୍କୁ କିଛି ଘାସ ଖାଇବାକୁ ଦିଅନ୍ତୁ

Advertisment

ବୃଷ
କୃତିକା  - ଜଣେ ବାଲ୍ୟ ବନ୍ଧୁଙ୍କ ସାହାଯ୍ୟରେ ଦୀର୍ଘ ଦିନର ଆଶା ପୁରଣ ହେବ । ବ୍ୟବସାୟୀ ନିଜର ଜରୁରୀ କାଗଜ ପତ୍ର ସମ୍ଭାଳି ରଖନ୍ତୁ । କର୍ମକ୍ଷେତ୍ରରେ ଅହେତୁକ ବାଧା ବିଘ୍ନ ଦେଇ ଗତିକରିବେ ।
ରୋହିଣୀ – ରାଜନୀତିରେ ମନ ଚାହୁଁଥିବା ପଦ ପାଇବେ ।  ଜିବିକା ଅର୍ଜନରେ ସଫଳତା ଲାଭ ପାଇବେ । ଶିକ୍ଷାର୍ଥୀ ମାନେ ପରିଶ୍ରମ ମୁତାବକ ଫଳ ପାଇବେ । ଆଶା କରୁଥିବା କାମରେ ଟିକେ ଡେରିରେ ସଫଳତା ପାଇବେ ।
ମୃଗଶିରା – ମାଲିମକଦ୍ଦମାରେ ଜୟଯୁକ୍ତ ହେବେ । ମହିଳା ମାନେ ସନ୍ତାନ ମାନଙ୍କ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ । କୈାଣସି କାରଣରୁ ମନ ଭଲ ରହିବ ନାହିଁ ।  
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର  ମନ୍ତ୍ର ପାଠ କରନ୍ତୁ 

ମିଥୁନ-
ମୃଗଶିରା- ଅନ୍ୟର ସାହାଯ୍ୟ ସମର୍ଥନରେ ଲକ୍ଷ ହାସଲ କରିପାରିବେ । ଦୂର୍ଘଟଣାର ସମ୍ଭାବନା ଅଛି, ସତର୍କ ରୁହନ୍ତୁ । କର୍ମକ୍ଷେତ୍ରରେ ଜବରଦସ୍ତି ନ୍ୟାୟ ମିଳିବା ଫଳରେ ପଦୋନ୍ନତି ସୂଚନା ପାଇ ମନ ଆନନ୍ଦ ହେବ । ବ୍ୟବସାୟରେ ଖର୍ଚ୍ଚକୁ ସୀମିତ କରିବାରେ ସକ୍ଷମ ହେବେ ।
ଆଦ୍ରା- ନୂଆ ବାହନ କିଣିବାର ଆଶା ପୂରଣ ହୋଇପାରେ । ରାଜନୀତିରେ ନେତୃତ୍ୱ ବୃଦ୍ଧି ହେବ । ତୁମର ଦକ୍ଷତାକୁ ପୂର୍ଣ୍ଣ ଭାବରେ ବ୍ୟବହାର କରିବେ । ଆତ୍ମ ବିଶ୍ୱାସ ଓ ଆଶାକୁ ନେଇ ଆଗକୁ ବଢିବେ ।
ପୁନର୍ବସୁ- ଛାତ୍ର, ଛାତ୍ରୀ ମାନେ ସ୍ୱାଭିମାନୀ ହେବେ ।  ଅବହେଳା କରିଥିବା କାର୍ଯ୍ୟ ପାଇଁ ଅନୁତାପ କରିବେ । ସତ୍ କର୍ମରେ ବ୍ରତୀ ହୋଇ ପାରନ୍ତି । ଖେଳ କୁଦରେ ଖୁସି ରହିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ମନ୍ତ୍ର ପାଠ କରନ୍ତୁ

Advertisment

କର୍କଟ
ପୁନର୍ବସୁ -  ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟୀ ମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ପାଇବେ । ଆଜି କୈାଣସି ଆନୁଷ୍ଠାନିକ କାମରେ ନିୟୋଜିତ ରହିବେ ।
ପୁଷ୍ୟା –  ସଭା ସମିତିରେ କୈାଣସି କଥାରେ ଆପଣଙ୍କ ସପକ୍ଷରେ ଯିବ ନାହିଁ । ଶିକ୍ଷାର୍ଥୀମାନେ ଦେଇଥିବା ପରିକ୍ଷାରେ କୃତକାର୍ଯ୍ୟ ହେବେ । ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ । 
ଅଶ୍ଳେଷା - ଋଣ କ୍ଷେତ୍ରରେ ଅର୍ଥ ଲାଭ କରିବେ । ମହିଳା ମାନେ କରିଥିବା ଆଶା ପୂରଣ ହୋଇପାରେ । ପୁରୁଣା ଗାଡି ବିକିବାରେ ମନ ବଳାଇବେ । ଆପଣଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ସମ୍ପର୍କୀୟ ପଛରେ ସମାଲୋଚନା କରିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ କରନ୍ତୁ

ସିଂହ-
ମଘା- ପରିବାରରେ ସମସ୍ତଙ୍କୁ ସାହାଯ୍ୟ କରିବାରେ ସଫଳ ହେବେ । ଲୋକଙ୍କୁ ନିଜ ଯୋଜନାରେ ସହମତ କରାଇ ନେବେ । ମହିଳା ମାନେ ଜିନିଷ କିଣିବାକୁ ସହରକୁ ଯାଇ ପାରନ୍ତି । ଅଧିକାରୀ ମାନଙ୍କ ସହିତ ବିଶେଷ ମାମଲାରେ କଥାବାର୍ତା ହେବେ ।
ପୂ,ଫାଲଗୁନି- ମନରେ ନୂଆ ଆଶା ସୃଷ୍ଟି ହେବ । ବିଦ୍ୟାର୍ଥୀ କ୍ୟାରିୟର ଗଢିବା ଅଧିକ ପରିଶ୍ରମ କରିବେ । ରାଜନେତା ନୂଆ କାର୍ଯ୍ୟ ଭାର ଗ୍ରହଣ କରିବେ । କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତୃତା ଦେଖାଦେବ ।
ଉ,ଫାଲଗୁନି- ଅଭାବି  ଲୋକଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇବେ । ଚାକିରୀ କ୍ଷେତ୍ରରେ ପ୍ରିୟ ପାତ୍ର ହୋଇ ପାରନ୍ତି । କୌଣସି ଦୂର ସ୍ଥାନକୁ ତିର୍ଥ ଯାତ୍ରାର ସୁଯୋଗ ପାଇବେ ।  ଆପଣଙ୍କ ଆୟ ପୂର୍ବ ପରି ରହିବ । ସମାଜରେ ମାନ ସମ୍ମାନ ପାଇ ପାରନ୍ତି ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଇଷ୍ଟ ଦେବୀ  ମାତଙ୍ଗୀଙ୍କର ପୂଜାର୍ଚ୍ଚନା କରନ୍ତୁ

କନ୍ୟା
ଉ , ଫାଲଗୁନୀ – ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖା ଦେଇପାରେ । ବିବାହ ଆଶାୟୀ ଯୁବକ ଯୁବତୀ ମାନଙ୍କ ପାଇଁ ସ୍ଥିରିକୃତ ହୋଇପାରେ । ବ୍ୟବସାୟ-ବାଣିଜ୍ୟରେ ପ୍ରଗତି କରିବେ । ନୂଆ କର୍ମଚାରୀଙ୍କ ସାକ୍ଷାତରେ କିଛି ନୂଆ ମଉକା ପାଇପାରିବେ ।
ହସ୍ତା – ରାଜନିତି କ୍ଷେତ୍ରରେ ବିଜୟ ଲାଭ କରିବେ । କର୍ମ କ୍ଷେତ୍ରରେ ଉଚ୍ଚ ପଦବୀ ଲାଭ କରି ପାରନ୍ତି । ଶିକ୍ଷାର୍ଥୀମାନେ ଅଧ୍ୟୟନ ରତ ରହିବେ । ସାମାଜିକ ଗଣମାଧ୍ୟମରେ ସହଯୋଗ ଦେବେ ।  
ଚିତ୍ରା – ମାଲିମକଦମା ଆପଷ ବୁଝାବଣା ମଧ୍ୟରେ ସମାଧାନ କରିବେ । ଗୃହିଣୀ ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ । କିଛି ବିଶେଷ କାର‌୍ୟ୍ୟ ଅତି ଶିଘ୍ର ପୂରଣ ହେବ । ସାସ୍କୃତିକ କାର୍ଯ୍ୟରେ ସମ୍ମାନିତ ହେବାର ଯୋଗ ରହିଛି । 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର -  ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ 

ତୁଳା-
ଚିତ୍ରା- ଆପଣ ଅଜ୍ଞାତ ବିପଦର ସମ୍ମୁଖିନ ହୋଇ ପାରନ୍ତି । କର୍ମ ତତ୍ପରତା ହେତୁ ଆଗେଇ ଚାଲିବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ । ଦୀର୍ଘଦିନରୁ ଭାଙ୍ଗିପଡିଥିବା କୌଣସି ସଂପର୍କ ପୁନଃ ପ୍ରତିଷ୍ଠିତ ହେବ ।
ସ୍ୱାତୀ- ସରକାରୀ ଓ ବେସରକାରୀ ସ୍ତରରେ ସମ୍ମାନିତ ହେବ । ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ସତର୍କତା ଅବଲମ୍ବନ କରିବା ଉଚିତ୍ । ବାଧ୍ୟବାଧକତାରେ  ଅନେକ ଟଙ୍କା ଖର୍ଚ୍ଚକରି ଦୁଖିତ ରହିବେ ।
ବିଶାଖା- ଘରୋଇ ସଂସାର କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ଉନ୍ନତିର ସୁଯୋଗ ପାଇବେ । ସ୍ଥଗିତ ଥିବା ଧନ ମିଳିବାରୁ ଖୁସି ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜା କରନ୍ତୁ

ବିଛା
ବିଶାଖା – ଶରୀର ଭଲ ରହିବ ସହିତ ବାନ୍ଧବୀଙ୍କର ସହିତ ଦେଖାହେଇ ପାରେ । ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ। ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ ।
ଅନୁରାଧା – ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ । କର୍ମ ପାଇଁ ପ୍ରଶଂସିତ ହୋଇ ପାରନ୍ତି । ଛାତ୍ର ଛତ୍ରୀ ମାନେ ଅଧିକ ସମୟ ଖେଳରେ କଟାଇବେ । ପ୍ରେମ ସମ୍ପର୍କ ମଜବୁତ ରହିବ ।
ଜ୍ୟେଷ୍ଠା  – କୋର୍ଟରେ ରାୟ ଆପଣଙ୍କ ସପୋର୍ଟରେ ଆସିପାରେ । ମହିଳା ମାନେ ଆଭୁଷଣ ପ୍ରିୟ ହେବେ । ଚୟନ ଭୁମିକୁ କ୍ରୟ କରିବେ । ଅଫିସରେ ସହଯୋଗୀ ଆପଣଙ୍କ ବିଚାର ଦ୍ଵାରା ପ୍ରଭାବିତ ହେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର –ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ଧନୁ-
ମୂଳା- ଭାଇ ବନ୍ଧୁମାନେ ସାହାଯ୍ୟ ପାଇ ଆନୁଷ୍ଠାନିକ କାମ ହାସଲ କରିବେ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବେ । ଥଣ୍ଡାଜନିତ ଅସୁସ୍ଥତା ଅନୁଭବ କରିବେ । ବ୍ୟବସାୟରେ ଲାଭଜନକ ହେବ ।
ପୂ,ଷାଢା- ବ୍ୟବସାୟରେ ଉନ୍ନତି ଓ ଅଗ୍ରଗତିରେ ସୁଯୋଗ ପାଇବେ । ସନ୍ଧ୍ୟା ସୁଧା ଭଲ ଖବର ପାଇବେ । ସାମାଜିକ କାର‌୍ୟ୍ୟରେ ଅଧିକ ସମୟ ବିତେଇ ପ୍ରଶଂସା ପାଇବେ । ସହପାଠୀ ଓ ଶିକ୍ଷକଙ୍କର ପୂର୍ଣ୍ଣରୂପେ ସହଯୋଗ ପାଇବେ ।    
ଉ,ଷାଢା- ସହକର୍ମୀ ମାନଙ୍କ ସହିତ ମନୋ ମାଳିନି ଘଟିପାରେ । ଅର୍ଜିତ ଧନ ଓ ମାନ ହାନି ଘଟିପାରେ । ଦୈବୀ ଆଶ୍ରୀବାଦରୁ ସମସ୍ୟା ଗୁଡିକ ସେତେ ଗୁରୁତ୍ୱର ହେବ ନାହିଁ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର
ଉ , ଷାଢା - ଶାରିରୀକ ଉନ୍ନତି ଆସିବ ।  କର୍ମ କ୍ଷେତ୍ରରେ ଉତରତର ଉନ୍ନତି କରିବେ । ସାଂସାରିକ କ୍ଷେତ୍ରରେ ସୁଖ ସମୃ୍‌ଦ୍ଧି ଫେରିଆସିବ ଓ ସମ୍ପର୍କରେ ଉନ୍ନତି ଆସିବ ବ୍ୟବସାୟରେ । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ ।
ଶ୍ରବଣା – ରାଜନିତିରେ କୈାଣସି କାର୍ଯ୍ୟ ଆପଣଙ୍କ ହାତରୁ ଘସି ଯାଇପାରେ । କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ । ମନ୍ଥରତା ଭିତରେ ମଧ୍ୟ ବ୍ୟବସାୟରେ ସୁଫଳତା ପାଇବେ   
ଧନିଷ୍ଠା – ଜମିଜମାକୁ ନେଇ ନିଜ ଲୋକମାନେ ବିଶ୍ୱାସ ଘାତ କରିପାରନ୍ତି ।  ମହିଳା ମାନେ ଆମୋଦ ପ୍ରମୋଦରେ ସମୟ କଟାଇବେ । ଯାନ ବାହନ କିଣିବା ଲାଗି ଆଗ୍ରହ ପ୍ରକାଶ କରିବେ । କଳା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କ ମାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

କୁମ୍ଭ-
ଧନିଷ୍ଠା-  ଯେକୈାଣସି କାମ କରିବା ବେଳେ ମନକୁ ଶାନ୍ତ ରଖନ୍ତୁ । କର୍ମକ୍ଷେତ୍ରରେ ଅଧିକାରୀ ଖୁସି ରହିବା ହେତୁ ଆପଣଙ୍କ ଦରମା ବଢିପାରେ । ଅଧ୍ୟାପକଙ୍କ ଲାଗି ଧନର ନୂଆ ମାର୍ଗ ଖୋଲିବ ।
ଶତଭିଷା- କୈାଣସି ଶୁଭ କର୍ମ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ଯେତେ ପ୍ରକାର ସୁବିଧା ସୁଯୋଗ କଲେ ମଧ୍ୟ ଅନ୍ୟମାନେ ନିନ୍ଦା ଗାନ କରିବେ । ଆଶା ଅଭିଳାଷା  ପୂରଣ ହୋଇପାରେ ।
ପୂ,ଭାଦ୍ରପଦ- ଆପଣଙ୍କୁ ନିଜ ପ୍ରତିଭାରୁ ଯଥେଷ୍ଟ ଲାଭ ମିଳିବ । ଜୀବନ ସାଥୀ ଓ ପରିଜନଙ୍କ ସ୍ନେହ ପାଇବେ । ଜମି ସମସ୍ୟା ସମାଧାନ ହେବ । ଆପଣ ନିଜ କାମରେ ସଫଳତା ଓ ଲାଭ ପାଇବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ମୀନ
ପୂ , ଭାଦ୍ରପଦ - ମାନସିକ ସ୍ତରରେ ଉନ୍ନତି ଆସିବ । କାର‌୍ୟ୍ୟରେ ସିଦ୍ଧିଲାଭ ସହ ସମ୍ନାନ ପାଇବେ । ଆରୋଗ୍ୟ ଲାଭ ସହ ବୈଦ୍ଧିକ ବିକାଶ ଘଟିବ । ଘରକୁ ଅତିଥିଙ୍କ ଆଗମନ ହୋଇପାରେ ପରିବହନ, କଳା, ବାଣିଜ୍ୟରେ ଲାଭାନ୍ୱିତ ହୋଇ ପାରନ୍ତି ।  
ଉ , ଭଦ୍ରପଦ -ରାଜନୀତିରେ ଉଦ୍ୟମରେ ଅହେତୁକ ବାଧାବିଘ୍ନ ଦେଇ ଗତି କରିପାରନ୍ତି । କ୍ରିଡା କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିପାରେ । ଚାକିରିରେ ପ୍ରାଧ୍ୟନତା ମିଳିବ । ବିଦ୍ୟାର୍ଥୀ ମାନେ ପଢାରେ ମନ ଲଗାଇବେ । 
ରେବତୀ – କୋର୍ଟକଚେରି ମାମଲାରେ ଲାଗିରହିଥିବା ଅଚଳାବସ୍ଥା ଦୂରିଭୂତ ହେବ । ମହିଳା ମାନଙ୍କର ଧାର୍ମିକ ଭାବନା ଉଦେୟ ହେବ । ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷ ଲାଗି ଲାଭଦାୟକ । 
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ

Horoscope
Advertisment
Related Articles
Advertisment