/odishatv-khabar/media/media_files/2026/01/22/thar-accident-2026-01-22-08-41-31.jpg)
Thar Accident Photograph: (OTV)
ଥରହର କଲାଣି ଥାର୍। ରାସ୍ତାରେ ଗୋଟିଏ ପରେ ଗୋଟିଏ ଜୀବନ ନେଇଚାଲିଛି କିଲର୍ ଗାଡ଼ି। ଗତକାଲି ଖୋର୍ଦ୍ଧା ଗଙ୍ଗପଡ଼ା ନିକଟରେ ଭୟଙ୍କର ଥାର୍ ଦୁର୍ଘଟଣାରେ ଚାଲିଯାଇଛି ୩ ଜୀବନ। ଦ୍ରୁତ ଗତିରେ ଆସୁଥିବା ଥାର୍ ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରେଲରକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଥାର୍ ଗାଡ଼ିଟି ଭାଙ୍ଗି ଚୁରମାର ହୋଇଯାଇଥିଲା।
ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତରଙ୍କୁ ଭୁବନେଶ୍ବର ଏମସରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଥାର ଗାଡ଼ିରେ ମୋଟ ୪ ଜଣ ଥିଲେ। ମୃତାହତମାନେ ଜଟଣୀ ବ୍ଲକ ମଦନପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଥାର୍ ଗାଡ଼ିଟି ମାତ୍ର ୧୫ ଦିନ ତଳେ କିଣାଯାଇଥିଲା ।
ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ଗତ ମଙ୍ଗଳବାର ରାତି ପ୍ରାୟ ସାଢେ ୧୧ଟାରେ ଏକ ଥାର ଗାଡି ବୁଲେଟକୁ ଧକ୍କା ଦେଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଥିଲେ । ଗତକାଲି ଚନ୍ଦକା ରାସ୍ତା ଉପରେ ମଧ୍ୟ ଏକ ଥାର୍ ଓଲଟିପଡ଼ିଥିଲା । ଯାହାଦ୍ବାରା ଜଣେ ଆହତ ହୋଇଥିବା ସୂଚନା ମିଳିଛି।
ଗତ ରାକ୍ଷୀ ପୂର୍ଣ୍ଣିମାରେ ଭୁବନେଶ୍ବର ପାତ୍ରପଡ଼ାରେ ମଧ୍ୟ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ତେବେ କାହିଁକି ବାରମ୍ବାର ଜୀବନ ନେଉଛି ଥାର୍ ? ଦାମୀ ଗାଡ଼ି ସଉକ ନିଶାରେ ରାସ୍ତାରେ ଲଗାମଛଡ଼ା ହୋଇଯାଉଛନ୍ତି କି ଡ୍ରାଇଭର ? ଓଭର ସ୍ପିଡରେ ଥାର୍ ଚଳାଇବା ଏକ ସଉକ୍ ପାଲଟିଗଲାଣି କି ?
ଥରହର କଲାଣି ଥାର୍
ମୁଣ୍ଡ ପରେ ମୁଣ୍ଡ ଗଡ଼ାଉଛି ଥାର୍
ଖୋର୍ଦ୍ଧା ଗଙ୍ଗପଡ଼ା ନିକଟରେ ଭୟଙ୍କର ଥାର୍ ଦୁର୍ଘଟଣା
ଥାର୍ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କର ଜୀବନ
ମୃତକମାନେ ଜଟଣୀ ବ୍ଲକ ମଦନପୁର ଅଞ୍ଚଳର
ମାତ୍ର ୧୫ ଦିନ ତଳେ କିଣାଯାଇଥିଲା ଥାର୍
ମଙ୍ଗଳବାର କ୍ୟାପିଟାଲ୍ ହସପିଟାଲରେ ଜଣଙ୍କ ମୁଣ୍ଡ ନେଇଥିଲା ଥାର୍
ଗତକାଲି ଚନ୍ଦକାରେ ଆଉ ଗୋଟିଏ ଥାର୍ ଓଲଟିଥିଲା
ରାକ୍ଷୀ ପୂର୍ଣ୍ଣମୀରେ ପାତ୍ରପଡ଼ାରେ ଘଟିଥିଲା ମର୍ମନ୍ତୁଦ ଥାର୍ ଦୁର୍ଘଟଣା
କାହିଁକି ଥାର୍ ନେଉଛି ଜୀବନ ?
ଦାମୀ ଗାଡ଼ି ଧରି ଲଗାମଛଡ଼ା ହେଇଯାଉଛନ୍ତି କି ଥାର୍ ଡ୍ରାଇଭର୍ ?
ଓଭର୍ ସ୍ପିଡରେ ଥାର୍ ଚଳାଇବା ସଉକ୍ ପାଲଟିଛି କି ?
Subhadra Assistance Disbursal Today:: ଆଜି ମିଳିବ ସୁଭଦ୍ରା ଟଙ୍କା, ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

Daily Horoscope 22nd January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 22nd January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Vastu Sastra On Cremation Ground: ଶ୍ମଶାନ ସଂପର୍କରେ କ’ଣ କହୁଛି ବାସ୍ତୁଶାସ୍ତ୍ର, ପାଖରେ ଘର ଥିଲେ ଶୁଭ ନା ଅଶୁଭ? ମୁକ୍ତି ପାଇଁ କେଉଁସବୁ ଉପାୟ କରିବାକୁ ପଡ଼ିବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)