Advertisment

Tomorrow Odisha Bandh: କାଲି ଓଡ଼ିଶା ବନ୍ଦ ଡାକରା, ସମର୍ଥନ ଜଣାଇଲା କଂଗ୍ରେସ

ସକାଳ ୬ରୁ ଦିନ ୨ଟା ଯାଏଁ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଧାନକିଣାରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଏବଂ ବିଜୁଳି ଟାରିଫକୁ ନେଇ ଟାଟା ପାୱାରର ମନମାନିକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି।

author-image
Madhupriya Mistry
Farmer Protest

Farmer Protest Photograph: (OTV)

ଆସନ୍ତାକାଲି ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରା। ସକାଳ ୬ରୁ ଦିନ ୨ଟା ଯାଏଁ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଧାନକିଣାରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଏବଂ ବିଜୁଳି ଟାରିଫକୁ ନେଇ ଟାଟା ପାୱାରର ମନମାନିକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି। 

Advertisment

କାଲିର ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ ଜଣାଇଛି କଂଗ୍ରେସ। ସମର୍ଥନ ନେଇ ପିସିସି ସଭାପତି ଭକ୍ତ ଦାସ ସୂଚନା ଦେଇଛନ୍ତି । ବନ୍ଦ ପାଳନକୁ ସମର୍ଥନ ଜଣାଇବାକୁ ସବୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ରହିଛି। 

ଏପଟେ ନବନିର୍ମାଣ କୃଷକ ସଂଗଠନର ଓଡିଶା ବନ୍ଦକୁ ନକଲି ଚାଷୀଙ୍କ ଆନ୍ଦୋଳନ ବୋଲି କହିଛି ବିଜେପି। ଶକ୍ତି ନଥିବାରୁ ସେମାନଙ୍କ କାନ୍ଧରେ ଲାଉ ହେଉଛି କଂଗ୍ରେସ। ନବନିର୍ମାଣ କୃଷକ ସଂଗଠନର ନେତା ଚାଷ ଜାଣି ନାହାନ୍ତି, ଧାନ କି ବାଳୁଙ୍ଗା ଚିହ୍ନି ପାରିବେ ନାହିଁ।

Advertisment

ବିଜେଡି ସରକାରରେ ଚାଷୀ ହତାଶ ହେଉଥିଲେ ଆଉ ମଧ୍ୟସ୍ଥି, ଦଲାଲ ମାନେ ମାଲେମାଲ ହେଉଥିଲେ। ମୋହନ ସରକାରରେ ଚାଷୀ ଏବେ ଉତ୍ସାହିତ। ବନ୍ଦର କିଛି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର। 

Congress Navnirman Krushak Sangathan Protest Odisha Bandh Tomorrow Odisha Bandh
Advertisment
Related Articles
Advertisment