Advertisment

Investigation Intensifies: ଆଜି ପୋଲିସ ପକ୍ଷରୁ ଘଟଣାସ୍ଥଳରେ ହୋଇପାରେ ସିନ ରିକ୍ରିଏସନ୍, ମୃତକଙ୍କ ସମ୍ପର୍କୀୟ ଭାଇକୁ ଗିରଫ କରିଛି ପୋଲିସ

ଆଜି ପୋଲିସ୍ ପକ୍ଷରୁ ଘଟଣାସ୍ଥଳରେ ସିନ ରିକ୍ରିଏସନ୍ କରାଯିବାର ସମ୍ଭାବନା ରହିଛି। ଏହି ଘଟଣାରେ ପୋଲିସ ମୃତ ଜିତେନ୍ଦ୍ରଙ୍କ ସମ୍ପର୍କୀୟ ଭାଇ ଲକ୍ଷ୍ଣଣକୁ ଗିରଫ କରିଥିବା ବେଳେ ଦୁଇ ଜଣଙ୍କୁ ଅଟକ ରଖିଛି ।

author-image
Tapan Swain
Crime

Crime Photograph: (OTV)

ଶୁକ୍ରବାର ରାତିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିଆଳିଝରଣ ଗାଁରେ ଘଟିଥିବା ଟ୍ରିପଲ୍ ମର୍ଡର ଘଟଣାର ତନାଘନା ଚଳାଇଛି ପୋଲିସ। ଆଜି ପୋଲିସ୍ ପକ୍ଷରୁ ଘଟଣାସ୍ଥଳରେ ସିନ ରିକ୍ରିଏସନ୍ କରାଯିବା ର ସମ୍ଭାବନା ରହିଛି। ଏହି ଘଟଣାରେ ଘଷିପୁରା ପୋଲିସ ମୃତ ଜିତେନ୍ଦ୍ରଙ୍କ ସମ୍ପର୍କୀୟ ଭାଇ ଲକ୍ଷ୍ଣଣକୁ ଗିରଫ କରିଥିବାବେଳେ ସମ୍ପକୀୟ ଅନ୍ୟ ଦୁଇ ବାପ-ପୁଅ ବୈଦନାଥ ସୋରେନ୍ ଓ ସୁଦାମ ସୋରେନ୍ କୁ ଅଟକ ରଖି ପଚରାଉଚରା ଚଳାଇଛି ।

Advertisment

ଗତକାଲି ସକାଳେ କେନ୍ଦୁଝରରୁ ଫୋରେନସିକ୍ ଟିମ୍ ଘଟଣା ସ୍ଥଳରେ ପହ ଞ୍ଚି ତଦନ୍ତ କରି ହତ୍ୟାକାଣ୍ଡ ସ୍ଥଳରୁ ତଥ୍ୟ ସଂଗ୍ରହ କରିଛି । ତଦନ୍ତ ପରେ ଘଷିପୁରା ପୋଲିସ୍ ମୃତଦେହ ଗୁଡକ ଉଦ୍ଦାର କରି ଆନନ୍ଦପୁର ଡାକ୍ତରଖାନାକୁ ବ୍ୟବଛେଦ କରିବା ପରେ ଶବ ଗୁଡ଼ିକୁ ସତ୍କାର କରାଯାଇଛି। 

 ଆଜି ହେବ ସିନ୍ ରିକ୍ରିଏସନ୍ ! 

କେନ୍ଦୁଝର ଆନନ୍ଦପୁରରେ ଟ୍ରିପଲ ମର୍ଡର ଘଟଣାର ତନାଘନା ତଦନ୍ତ
ଆଜି ପୋଲିସ ପକ୍ଷରୁ ଘଟଣାସ୍ଥଳରେ ହୋଇପାରେ ସିନ ରିକ୍ରିଏସନ୍ 
ମୃତ ଜିତେନ୍ଦ୍ରଙ୍କ ସମ୍ପର୍କୀୟ ଭାଇ ଲକ୍ଷ୍ଣଣକୁ ଗିରଫ କରିଛି ଘଷିପୁରା ପୋଲିସ 
ସମ୍ପକୀୟ ବାପ-ପୁଅକୁ ଅଟକ ରଖି ପଚାରା ଉଚାରା 

Advertisment
Crime Scene Recreation
Advertisment
Related Articles
Advertisment