Advertisment

Sarthak Mahapatra Missing: ସିଙ୍ଗାପୁରରେ ଖୋଜିଲେ ମା’-ମାମୁ, ହେଲେ ମିଳୁନାହାନ୍ତି ସାର୍ଥକ

ମା’ ମନଟା ଡହଳବିକଳ ହେଉଛି । ପୁଅକୁ ଏଯାଏଁ ପାଇନଥିବାରୁ ମନକୁ ନାନା ପାପ ଛୁଉଁଛି । ଅନ୍ୟପଟେ ଜାହାଜରେ ଥିବା ଅନ୍ୟ କ୍ରିଉ ମେମ୍ବର ମାନଙ୍କୁ DG ସିପିଙ୍ଗର ଦୁଇ ବରିଷ୍ଠ ଅଧିକାରୀ ପଚରାଉଚରା କରିଥିଲେ ।

author-image
Tanmay Kumar Mahalik
Sarthak Mahapatra Missing

Sarthak Mahapatra Missing Photograph: (OTV)

ଶନିବାର ପୁଅକୁ ଖୋଜିବାକୁ ଯିବା ସମୟରେ ମା’ର ମନଟା କୋରି ହୋଇପଡ଼ୁଥିଲା । ଆଖିକୁ ଛଳଛଳ କରି ଶ୍ରୀ ଜଗନ୍ନାଥଙ୍କୁ ମନେ ମନେ ପ୍ରାର୍ଥନା କରୁଥିଲେ ସାର୍ଥକଙ୍କ ମା’ ରଶ୍ମିତା ମହାପାତ୍ର । ଶନିବାରଦିନ ସଂଧ୍ୟାରେ ନିଖୋଜ ଥିବା ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ମାଆ ରଶ୍ମିତା ମହାପାତ୍ର ଏବଂ ମାମୁ ସିଙ୍ଗାପୁର ଯାଇଥିଲେ ।

Advertisment

ସିଙ୍ଗାପୁରରେ ଯେଉଁ ଜାହାଜରେ ରହସ୍ୟମୟ ଭାବେ ନାବିକ ସାର୍ଥକ ମହାପାତ୍ର ନିଖୋଜ ହୋଇଥିଲେ ସେହି ଜାହଜରେ ପହଞ୍ଚିଥିଲେ ସାର୍ଥକଙ୍କ ମା’ ଓ ମାମୁ । ସେମାନଙ୍କ ସହ ଭାରତ ସରକାରଙ୍କ ପକ୍ଷରୁ DG ସିପିଙ୍ଗର ଦୁଇ ବରିଷ୍ଠ ଅଧିକାରୀ ମଧ୍ୟ ମିଶି ବିଭିନ୍ନ ସ୍ଥାନ ବୁଲି ଖୋଜିଥିଲେ । ହେଲେ ସାର୍ଥକଙ୍କ ପତ୍ତା ନମିଳିବାରୁ ଉଭୟ ମାଆ ଓ ମାମୁ ନିରାଶ ହୋଇଥିବା ଖବର ମିଳିଛି ।

ମା’ ମନଟା ଡହଳବିକଳ ହେଉଛି । ପୁଅକୁ ଏଯାଏଁ ପାଇନଥିବାରୁ ମନକୁ ନାନା ପାପ ଛୁଉଁଛି । ଅନ୍ୟପଟେ ଜାହାଜରେ ଥିବା ଅନ୍ୟ କ୍ରିଉ ମେମ୍ବର ମାନଙ୍କୁ DG ସିପିଙ୍ଗର ଦୁଇ ବରିଷ୍ଠ ଅଧିକାରୀ ପଚରାଉଚରା କରିଥିଲେ । ସେମାନଙ୍କ କଥାରେ ତାଳମେଳ ରହୁ ନଥିବା କୁହାଯାଉଛି ।

Advertisment

ସେପଟେ ସେହି ଜାହାଜଟି ବର୍ତ୍ତମାନ ଚୀନ ଅଭିମୁଖେ ବାହାରି ସାରିଲାଣି । ତେଣୁ ମାଆ ଓ ମାମୁ ଉପାୟ ଶୂନ୍ୟ ହୋଇଛନ୍ତି । ଆଜି ସିଙ୍ଗାପୁରରେ ଥିବା ଭାରତୀୟ ହାଇ କମିଶନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଗତ ୩ ତାରିଖରେ ସାର୍ଥକ ମହାପାତ୍ର ନିଖୋଜ ହୋଇଥିବା ନେଇ ସଂପୃକ୍ତ ଜାହାଜ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲା । ପରେ ପରେ ଅନେକ ଚେଷ୍ଟା ସତ୍ବେ ସାର୍ଥକଙ୍କ ସନ୍ଧାନ ମିଳିପାରିନାହିଁ ।

ସାର୍ଥକ ନିଖୋଜ ହେବା ଦିନ ସକାଳ ୪ ଟାରୁ ୮ ପର୍ଯ୍ୟନ୍ତ ତାଙ୍କର ରିପୋର୍ଟିଂ ଟାଇମ୍ ଥିଲା । ହେଲେ କେଉଁ କାରଣ ପାଇଁ ସାର୍ଥକ ସକାଳ ୬ଟାରେ ନିଜ ରୁମକୁ ଆସିଥିଲେ ? ୨୩ ବର୍ଷୀୟ ସାର୍ଥକଙ୍କୁ ଉପରିସ୍ଥ କର୍ମଚାରୀ ଅଧିକ ମାନସିକ ଚାପ ପକାଉଥିଲେ କି ?

ଏମିତି ଅନେକ ପ୍ରଶ୍ନ ପରିବାର ଲୋକଙ୍କ ମନକୁ ଆସୁଛି । ସେପଟେ ଏହି ଘଟଣାକୁ ନେଇ ନିରପକ୍ଷ ତଦନ୍ତ ଦାବି କରିଛନ୍ତି ଓଡିଶା ସି ଫେୟାର ଆସୋସିଏସନ । 

Sarthak Mahapatra Missing Singapore Missing Odia Sailor Mother
Advertisment
Related Articles
Advertisment