Advertisment

Modi’s Grand Road Show: ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ଼ ସୋ'...ମୋଦିଙ୍କୁ ଦେଖି ଉତ୍ସାହିତ ଲୋକେ...

ଝାରସୁଗୁଡ଼ା ଅମଲିପାଲିରେ ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି । କାର ଭିତରୁ ବାହାରି ହାତ ହଲାଇ ସଭାସ୍ଥଳକୁ ଗଲେ । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବାକୁ ସଭାସ୍ଥଳ ଲୋକାରଣ୍ୟ । ୫୦ ହଜାର କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟ ଭେଟି ଦେବେ ।

author-image
Manas Ranjan Mohanty
modi

modi Photograph: (OTV)

ଝାରସୁଗୁଡ଼ା ଅମଲିପାଲିରେ ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି । କାର ଭିତରୁ ବାହାରି ହାତ ହଲାଇ ସଭାସ୍ଥଳକୁ ଗଲେ । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବାକୁ ସଭାସ୍ଥଳ ଲୋକାରଣ୍ୟ । ୫୦ ହଜାର କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟ ଭେଟି ଦେବେ ।

Advertisment

ଏହି ଅବସରରେ ରେଳ, ଶିକ୍ଷା ସମେତ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ମୋଦି ଦେଶର ୮ଟି ଆଇଆଇଟିର କ୍ଷମତା ବୃଦ୍ଧି ପ୍ରକଳ୍ପ, ସମ୍ବଲପୁର ସିଟି ଓ ସର୍ଲା ମଧ୍ୟରେ ୨୭୩ କୋଟି ଟଙ୍କା ବିନିମୟରେ ରେଳ ଫ୍ଲାଏଓଭର ପ୍ରକଳ୍ପ, ଭୁବନେଶ୍ବରରେ ସେମି କଣ୍ଡକ୍ଟର ଓ ଇଏସଡିଏମ୍  ପାର୍କ ପ୍ରତିଷ୍ଠା ପ୍ରକଳ୍ପର ଶିଳାନ୍ୟାସ କରିବେ।
ସମଗ୍ର ଦେଶରେ ବିଏସଏନଏଲ୍  4G ସେବା ଆରମ୍ଭ ପ୍ରକଳ୍ପ, ବୈଷୟିକ ଶିକ୍ଷା କ୍ଷେତ୍ରରେ ବହୁବିଧ ଶିକ୍ଷା ଓ ଗବେଷଣା ବିକାଶ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହାଛଡ଼ା ରାଜ୍ୟର ୧୩୦ଟି ୱାଇଫାଇ ଯୁକ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର ଉଦଘାଟନ କରିବେ। ଯେଉଁଥିରେ ଅଢେଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପରକୃତ ହେବେ ।

Advertisment

ସେହିଭଳି କୋରାପୁଟରୁ ବୈପାରୀଗୁଡ଼ା ମଧ୍ୟରେ ରେଳ ଲାଇନ୍ ଓ ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନର ଡବଲିଂ ପ୍ରକଳ୍ପ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ବ୍ରହ୍ମପୁରରୁ ସୁରତ ଯାଏଁ ଅମୃତ ଭାରତ ଟ୍ରେନ୍ ସେବାକୁ ପତାକା ଦେଖାଇ ଆରମ୍ଭ କରିବା ସହ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦ ହଜାର ପରିବାରକୁ ଗୃହ ନିର୍ମାଣ ପାଇଁ ମଞ୍ଜୁରି ପତ୍ର ପ୍ରଦାନ କରିବେ।

ଭିମସାର ଓ ଏମକେସିଜି ମେଡିକାଲ କଲେଜର ଉନ୍ନତୀକରଣ ପାଇଁ ତିଆରି ହୋଇଥିବା ମାଷ୍ଟର ପ୍ଲାନକୁ ଲୋକାର୍ପଣ କରିବେ। ଝାରସୁଗୁଡ଼ାରେ ମୋଦି ପ୍ରାୟ ଦେଢ ଘଣ୍ଟା ରହିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । 

Advertisment