/odishatv-khabar/media/media_files/2025/09/27/trump-insult-pakistan-2025-09-27-09-12-18.jpg)
TRUMP INSULT PAKISTAN Photograph: (OTV)
ଅଧ ଘଣ୍ଟା ବସିଲେ, ଭକୁଆ ଭଳି ଚାହିଁଲେ... ପାକିସ୍ତାନକୁ ତା'ର ଅସଲ ଔକାତ ଦେଖାଇଦେଲେ ଟ୍ରମ୍ପ । ପୁଣି ପଦାରେ ପଡିଲା ଅଲାଜୁକ ପାକିସ୍ତାନର ଇଣ୍ଟରନ୍ୟାସନାଲ ବେଜିତ୍ ।
ଘଟଣାଟି ହେଲା, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ ସରିଫ୍ ଓ ସେନାମୁଖ୍ୟ ଅସୀମ ମୁନୀର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ଗୁରୁବାର ଓଭାଲ ଅଫିସ୍ ଯାଇଥିଲେ । ଅନେକ ସମୟ ଯାଏଁ ସେଠି ବସି ରହିଥିଲେ ଦୁହେଁ, କିନ୍ତୁ ଦେଖା ଦେଇନଥିଲେ ଟ୍ରମ୍ପ । ଯେମିତି ପ୍ରଧାନମନ୍ତ୍ରୀ ନୁହଁ ଯେ ସେ କୋଉ ସାଧାରଣ ଲୋକ ।
ଏଠି ସରିଫ୍ ଓ ମୁନୀର ଭକୁଆ ଭଳି ଚାହିଁଥିଲେ । ଅପେକ୍ଷା କରି କରି ମୁଣ୍ଡରେ ହାତ ଦେଲେ । ଅଧ ଘଣ୍ଟା ବିତିଗଲା, ହେଲେ ଦୁହିଁଙ୍କୁ ଖାତିର୍ ନକରି ନିଜ କାମରେ ବ୍ୟସ୍ତ ଥିଲେ ଟ୍ରମ୍ପ । ପ୍ରାୟ ୩୦ ମିନିଟ୍ ଏମିତି ଅପେକ୍ଷା କରାଇବା ପରେ ଭେଟିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ।
ଫଟୋ କି ଭିଡିଓ ସେୟାର କରିନଥିଲେ
ବେଜିତ୍ ଖାଲି ଏତିକିରେ ସରିନଥିଲା, ସରିଫ୍ ଓ ମୁନୀରଙ୍କ ସହ ବୈଠକ କରିବା ପରେ କୌଣସି ଫଟୋ କି ଭିଡିଓ ସେୟାର କରିନଥିଲେ ଟ୍ରମ୍ପ । ସାଧାରଣତଃ କୌଣସି ବଡ ନେତାଙ୍କୁ ଭେଟିଲେ ଟ୍ରମ୍ପ ଓ ହ୍ୱାଇଟହାଉସ୍ ପକ୍ଷରୁ ଫଟୋ, ଭିଡିଓ ଜାରି କରାଯାଏ । କିନ୍ତୁ ପାକିସ୍ତାନ ପିଏମ୍ କ୍ଷେତ୍ରରେ ଥିଲା ବ୍ୟତିକ୍ରମ । ପାକିସ୍ତାନର ଏମିତି ଇଣ୍ଟରନ୍ୟାସନାଲ ବେଜିତକୁ ନେଇ ପୁଣିଥରେ ଜୋର ଧରିଛି ଚର୍ଚ୍ଚା ।
ତେବେ ରାଷ୍ଟ୍ରପତି ଟ୍ରମ୍ପ ପୋଷ୍ଟ ନକରିବା ପରେ ଶେଷରେ ପାକିସ୍ତାନ ସରକାର ଜାରି କରିଥିଲେ ବୈଠକର ଭିଡିଓ ।
PM Modi to Arrive in Odisha: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପୂଜା ଆଗରୁ ରାଜ୍ୟକୁ ଦେବେ ୧୭ ଶହ କୋଟିର ରେଳ ପ୍ରକଳ୍ପ ଭେଟି

Uproar Over Bangladeshi Girl: ମାଳ ମାଳ ବାଂଲାଦେଶୀ ଯୁବତୀ ବୁଲୁଥିବା ତଥ୍ୟ ନେଇ ହଇଚଇ, ଲାଗିଛନ୍ତି ସେକ୍ସ ରାକେଟରେ

Kolkata Dressed in Splendor: ପାର୍ବଣରେ ଝଟକୁଛି ‘ସିଟି ଅଫ୍ ଜୟ’ କୋଲକାତା, ଭିନ୍ନ ଭିନ୍ନ ଥିମ୍ ର ପୂଜା ସାଜସଜ୍ଜା ମନ ମୋହୁଛି

Flood Fear Looms: ସମୁଦ୍ର ଭିତରୁ ବଳ ଗୋଟାଇ ମାଡ଼ି ଆସୁଛି ଲଘୁଚାପ, ତଳି ଅଞ୍ଚଳରେ ଛାନିଆ କଲାଣି ମହାନଦୀର ବଢ଼ି ପାଣି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)