/odishatv-khabar/media/media_files/2025/09/27/school-chuti-2025-09-27-09-03-28.jpg)
SCHOOL CHUTI Photograph: (OTV)
ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ କୋରାପୁଟ, ମାଲକାନାଗିରି, ଗଞ୍ଜାମ ଓ ନୂଆପଡ଼ା ଜିଲ୍ଲାରେ ଆଜି ସମସ୍ତ ସ୍କୁଲ୍ ବନ୍ଦ ରହିବ। ଛାତ୍ରୀଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
Advertisment
ମାଲକାନାଗିରି ଜିଲ୍ଲାରେ ସମସ୍ତ ସରକାରୀ, ବେସରକାରୀ ସ୍କୁଲ୍ ଓ ଅନୁଦାନ ପ୍ରାପ୍ତ ସ୍କୁଲଗୁଡିକୁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କୋରାପୁଟରେ ମଧ୍ୟ ଜିଲ୍ଲାପାଳ ସମାନ ନିର୍ଦ୍ଦେଶ ଦେଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀଙ୍କୁ ସ୍କୁଲରେ ଉପସ୍ଥିତ ରହିବା ପାଇଁ କୁହାଯାଇଛି।
ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ଆଜି ସ୍କୁଲ୍ ସମେତ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଖାଲି ସେତିକି ନୁହେଁ ଆଜି ଠାରୁ ଦୁଇଦିନ ପର୍ଯ୍ୟନ୍ତ ଜିଲ୍ଲାର କୌଣସି ସରକାରୀ କର୍ମଚାରୀ ଜିଲ୍ଲା ମୁଖ୍ୟାଳୟ ଛାଡିପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି।
Advertisment
Advertisment



Related Articles
Odisha Rolls Out ‘Ama Sathi’ WhatsApp Chatbot: ଆସିଲା ‘ଆମ ସାଥୀ’ ହ୍ବାଟ୍ସଆପ୍ ଚାଟ୍ ବଟ୍, ଜନ୍ମଠୁ ମୃତ୍ୟୁ ସାର୍ଟିଫିକେଟ୍ ଭଳି ମିଳିବ ୧୩୨ଟି ଅନଲାଇନ୍ ସେବା
POSTED

PM Modi to Arrive in Odisha: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପୂଜା ଆଗରୁ ରାଜ୍ୟକୁ ଦେବେ ୧୭ ଶହ କୋଟିର ରେଳ ପ୍ରକଳ୍ପ ଭେଟି
POSTED

Uproar Over Bangladeshi Girl: ମାଳ ମାଳ ବାଂଲାଦେଶୀ ଯୁବତୀ ବୁଲୁଥିବା ତଥ୍ୟ ନେଇ ହଇଚଇ, ଲାଗିଛନ୍ତି ସେକ୍ସ ରାକେଟରେ
POSTED

Kolkata Dressed in Splendor: ପାର୍ବଣରେ ଝଟକୁଛି ‘ସିଟି ଅଫ୍ ଜୟ’ କୋଲକାତା, ଭିନ୍ନ ଭିନ୍ନ ଥିମ୍ ର ପୂଜା ସାଜସଜ୍ଜା ମନ ମୋହୁଛି
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)